ବନ୍ଧୁଗଣ ଏବେ ରାଜ୍ୟରେ ସମ୍ଭାବ୍ୟ ବନ୍ୟାକୁ ନେଇ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି । ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଏବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବନ୍ୟା ପ୍ରଭାବ ଦେଖିବାକୁ ମିଳିଛି । ହୀରାକୁଦ ଡ୍ୟାମ 40 ଗେଟ ଖୋଲିବା ପରେ ଏବେ ଲୋକ ମାନେ ଚିନ୍ତାରେ ପଡିଛନ୍ତି । ପୂର୍ବରୁ ମହାନଦୀ ଅବବାହିକାରେ ବଡ ବନ୍ୟା ଆସିଥିଲା ତେବେ ଏଥର କମ ପାଣି ଆସିଥିଲେ ମଧ୍ୟ ସ୍ଥିତି ଅଧିକ ଜଟିଳ ହୋଇଛି ।
ଛତିଶଗଡ ଓ ଓଡିଶାରେ ପ୍ରବଳ ବର୍ଷା ହେବା ପରେ ସୃଷ୍ଟି ହୋଇଛି ବନ୍ୟା ସ୍ଥିତି । ଏବେ ଅଧା ଓଡିଶା ପାଣିରେ ଉବୁ ଡୁବୁ ହେଉଛି ଆଉ ଅନେକ ଜନ ଜୀବନ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେବେ ବନ୍ଧୁଗଣ ଏହାରି ମଧ୍ୟରେ କଂଗ୍ରେସ ବିଧାୟକ ସୁର ରାଉତରାୟ ଗଣମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସୁର ଭାଇ କହିଛନ୍ତି-‘ଯାହା ହଉ ଆଜି ଚାରି ଦିନ ପରେ ଖୋର୍ଦ୍ଧା, କଟକ, ଭଦ୍ରକ ଓ ଜଗତ ସିଂହ ପୁର ଜିଲ୍ଲା ଯିବା ପାଇଁ ସେମାନେ ବାହାରିଛନ୍ତି ।
ଫେଣେ କେଉଁଥିରେ ଯିବେ ନା ହେଳିକାପ୍ଟରରେ ଯିବେ । ସେଇ କଣାରେ ଟିକେ ଦେଖି ଦେଇକି ଆସିବେ କେଉଁଠି କଣା ହେଇଛି, କେଉଁଠି ବିନ୍ଦ ହେଇଛି, କେଉଁଠି ଘାଇ ହେଇଛି ଲଜ୍ଜା । ମୁଁ ସେ ଚିଫ ସେକ୍ରେଟେରୀକୁ ପଚାରିବାକୁ ଚାହୁଁଛି ଏ ଚିଫ ସେକ୍ରେଟେରୀ କଣ ତମେ କରୁଛ ବେ… କଣ କରୁଛ 6 ଦିନ ହେଲା ତିନି ପଲାରେ ଘାଇ ପାଣ୍ଡି ବିଲରେ ଘାଇ । ଏ ହାଇଟରେ ଯେଉଁ ପ୍ଲାଜା ହେଇଛି ତା ତଳେ ପାଣି ।
କୁହାରେ ପାଣି, ବିରି ବନ୍ଧରେ ପାଣି, ପାଞ୍ଚ ଗାଁରେ ପାଣି, ବଡଖୁଦରେ ପାଣି କଣ କରୁଛ ବେ ଚାରି ଦିନ ହେଲାଣି ରିଲିଫ ଆମେ ଦେଇଛୁ । ଚୂଡା, ଗୁଡ, ବିସ୍କୁଟ ଓ ଚାଉଳ ବଣ୍ଟା ଆରମ୍ଭ କରିଛୁ ଆମ ହାତରୁ ଯେହେତୁ ସେ ଆମ ଭୋଟର ମୁଁ ତାଙ୍କ ପ୍ରତିନିଧି । ଆଜି ନୁହେଁ ବେ ଆମେ ଦେଇ ଆସିଛୁ 50-60 ବର୍ଷ ହେଲାଣି । 6 ଦିନ ହେଇଗଲା କଣ କରୁଛି ସେ କଲେକ୍ଟର, କଣ କରୁଛି ସେ ବିଡିଓ କଣ କରୁଛନ୍ତି ସେମାନେ ।
କେଉଁଠି କାହାକୁ ଆଶ୍ରୟ ଦେଇଛନ୍ତି । ଗୋରୁ ଗୁଡାକ ଛଟପଟ ହେଉଛନ୍ତି । ଚାରି ଦିନ ହେଲାଣି ଆମେ ବୁଲୁଛୁ ଯେଉଁ ଯେଉଁ ଅଞ୍ଚଳରେ ବନ୍ୟା ପୀଡିତ ଲୋକ ଅଛନ୍ତି ସେହି ମାନଙ୍କୁ ରିଲିଫ ଦିଆ ହେଇଛି’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।