ମୁକେଶ ଅମ୍ବାନୀ ଭାରତ ସରକାରଙ୍କୁ ଦିଅନ୍ତି କେତେ ଟଙ୍କା ଟ୍ୟାକ୍ସ ? ଜାଣି ଆପଣ ବି ଚମକି ପଡିବେ !

ଦର୍ଶକ ବନ୍ଧୁ ଯଦି ଧନୀ ବ୍ୟକ୍ତିଙ୍କ କଥା ଉଠେ ତେବେ ଆପଣ ମାନଙ୍କ ମନରେ ପ୍ରଥମେ ମୁକେଶ ଅମବାନୀଙ୍କ କଥା ଆସିବ । ମୁକେଶ ଭାରତର ଶ୍ରେଷ୍ଠ ଧନୀ ବ୍ୟକ୍ତି ଅଟନ୍ତି ଏବଂ ସେ ଦୁନିଆର ଶ୍ରେଷ୍ଠ ଧନୀ ବ୍ୟକ୍ତି ମାନଙ୍କ ମଧ୍ୟରୁ ଅନ୍ୟତମ ଅଛନ୍ତି । ତାଙ୍କର ମୋଟ ସମ୍ପତ୍ତି ହେଉଛି 6 ହଜାର 400 କୋଟି ଡଲାର ଠାରୁ ଅଧିକ ରହିଛି । ଆଜି ପର୍ଯ୍ୟନ୍ତ କେହି ବି ମୁକେଶ ଅମବାନୀଙ୍କ ସମ୍ପତ୍ତିର ସଠିକ ଆକଳନ କରିପାରି ନାହାନ୍ତି ।

କରୋନା କାଳରେ ଅନେକ ଲୋକଙ୍କ ବିଜନେସ ଥପ ହେଇଗଲା ହେଲେ ସେତେବେଳେ ମୁକେଶ ଅମବାନୀଙ୍କ ବିଜନେସରେ କୌଣସି ଫରକ ପଡିଲା ନାହିଁ । ଓଲଟା ତାଙ୍କ ବିଜନେସ ଆହୁରି ବଢିଗଲା । ମୁକେଶ ଅମବାନୀ ଗୋଟେ ଦିନରେ 34 କୋଟି ଟଙ୍କା କମାଇ ଦିଅନ୍ତି । ଏହି ହିସାବରେ ଏକ ଘଣ୍ଟାରେ ଏକ କୋଟି 40 ଲକ୍ଷ ଟଙ୍କା ସେ କମାନ୍ତି ।

ଆଜି ମୁକେଶ ଅମବାନୀଙ୍କ ପାଖରେ ଏତେ ଟଙ୍କା ଅଛି ଯେ, ଯଦି ତାଙ୍କ ପକେଟରୁ ଏକ ହଜାର ଟଙ୍କା ତଳେ ପଡୁଛି ତେବେ ତାଙ୍କର 10 ସେକେଣ୍ଡ ୱେଷ୍ଟ ହେଇଯିବ ଆଉ ସେତିକି ସମୟ ମଧ୍ୟରେ ସେ 40 ହଜାର ଟଙ୍କା ହରେଈ ଦେବେ । ତେଣୁ ସେ ଏମିତି ପରିସ୍ଥିତିରେ କେବେ ବି ଏକ ହଜାର ପାଇଁ ନିଜର 10 ସେକେଣ୍ଡ ସମୟ ୱେଷ୍ଟ କରିବେ ନାହିଁ ।

ଆଜି ମୁକେଶ ଅମବାନୀ ଚାହିଁଲେ ଭାରତରେ ଯେତିକି ସୁନା ଅଛି ତା ଠାରୁ ଦୁଇଗୁଣ ଅଧିକ ସୁନା କିଣି ପାରିବେ ।ସେ ପୁରା ଭାରତ ପାଇଁ 6 ମାସ ପର୍ଯ୍ୟନ୍ତ କୁରୁଡ ଅଏଲ ବି କିଣି ପାରିବେ । ବନ୍ଧୁଗଣ ଆଜି ମୁକେଶ ଅମବାନୀଙ୍କ ସମ୍ପତ୍ତି ଭାରତ ସରକାରର ଜିଡିପିର 1.6 ପ୍ରତିଶତ ଠାରୁ ଅଧିକ ଅଛି ।

ରିଲିଆନ୍ସ ଇଣ୍ଡଷ୍ଟ୍ରିରେ ମୁକେଶ ଅମବାନୀଙ୍କର 40 ପ୍ରତିଶତ ସେୟାର ଅଛି । ଆଜି ଯଦି ମୁକେଶ ଅମବାନୀଙ୍କର ସମସ୍ତ ଟଙ୍କା ଏକାଠି କରି ଦୁଇ ହଜାର ଟଙ୍କାର ବିଡା କରିବାକୁ ଚେଷ୍ଟା କରାଯାଏ ତେବେ ତାଙ୍କ ଟଙ୍କା ମାଉଣ୍ଡ ଏଭରେଷ୍ଟ ଭଳି ଦେଖାଯିବ ।ଯଦି ମୁକେଶ ଅମବାନୀଙ୍କର ଟେକ୍ସ ବିଷୟରେ କଥା ହେବା ତା ହେଲେ ମୁକେଶ ପ୍ରତି ବର୍ଷ 9 ହଜାର କୋଟି ଟଙ୍କା କେବଳ ଟେକ୍ସ ଦିଅନ୍ତି ।

କିଛି ଦିନ ତଳେ ମୁକେଶ ଅମବାନୀ ଏକ ଇଣ୍ଟର୍ବ୍ୟୁରେ କହିଥିଲେ ସେ ଯେଉଁ ଜିଏସଟି ଭାରତ ସରକାରଙ୍କୁ ଦେଲେ ତାର ମୂଲ୍ୟ 42 ହଜାର 552 କୋଟି ଟଙ୍କା ଅଟେ । କମ୍ପାନୀ କଷ୍ଟମ ଆଉ ଏକ୍ସସାଇଜ ଡିଉଟିକୁ ପ୍ରତି ବର୍ଷ 36 ହଜାର 312 କୋଟି ଟଙ୍କା ଦେଇଥାଏ । ଆପଣ ମାନଙ୍କୁ ଏହି ଖବରଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ମୁକେଶ ପ୍ରତି ବର୍ଷ କୋଟି କୋଟି ଟଙ୍କା ସରକାରଙ୍କୁ ଟେକ୍ସ ଦିଅନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *