ମୋତେ ଲାଗୁଛି ବାହାଘରରେ ଲୋକେ ଯାଇ ମୋ ବରକୁ ପିଟି ପକେଇବେ… Actress Suman Pattnayak

ମୋତେ ଲାଗୁଛି ବାହାଘରକୁ ଯାଇ ମୋର ବରକୁ ଲୋକ ପିଟି ପକେଇବେ,  ହଁ ଆଜ୍ଞା ସୁମନ ପଟ୍ଟନାୟକ ଓଡିଆ ସିରିଏଲ ତଥା ଆଲବମ ଅଭିନେତ୍ରୀ । ଜିଏକି ଓଡିଶାର ଘରେ ଘରେ ଲୋକଙ୍କ ହୃଦୟରେ ନିଜ ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ବନାଇ ପାରିଛନ୍ତି । ତେବେ ଖାଲି ସୁମନ କାହିଁକି ସୁମନଙ୍କ ସହ ତାରା ତାରିଣୀ ସିରିଏଲରେ ସୁମନ ତାରିଣୀ ତଥା ତାରିଣୀଙ୍କ ହିରୋ ଭୂମିକାରେ ନଜର ଆସୁଥିବା ସାପଲୀନଙ୍କୁ ମଧ୍ୟ ଦର୍ଶକ ବହୁତ ସାରା ଭଲ ପାଇବା ଦେଇଛନ୍ତି ।

ତେବେ ଅନେକ ସାରା ସାକ୍ଷାତକାରରେ ସୁମନ ଓ ସାପଲୀନଙ୍କୁ ଏକାଠି ଦେଖିବାକୁ ମିଳିଥାଏ । ଅନେକ ଫ୍ୟାନ ମାନେ ସୁମନ ଓ ସାପଲିନଙ୍କ ରିଲ୍ ଲାଇଫ ଯୋଡିକୁ ରିଅଲ୍ ଲାଇଫ ଯୋଡି ବୋଲି ଭାବି ନେଇଥାନ୍ତି । ତେଣୁ ଫ୍ୟାନ ମାନଙ୍କର ଏହି ସବୁ କଥାକୁ ଦ୍ରୁଷ୍ଟିରେ ରଖି ଅଭିନେତ୍ରୀ ସୁମନ କହିଛନ୍ତି । ଯେ ସାପଲିନ ଜଣେ କୋ-ଆକ୍ଟର ହିସାବରେ ବହୁତ ଭଲ କଳାକାର । ଏହା ସହ ବନ୍ଧୁ ହିସାବରେ ମଧ୍ୟ ସେ ଜଣେ ବହୁତ ଭଲ ମୋର ବନ୍ଧୁଟିଏ ଅଟନ୍ତି ।

ହେଲେ ଆମ ଫ୍ୟାନ ମାନେ ଆମ ଯୋଡିକୁ ଏତେ ଭଲ ପାଇବା ଦେଇଛନ୍ତି । ଯେ ବହୁତ ଜଣ ତାଙ୍କ ଭିତରୁ କୁହନ୍ତି । ସାପଲିନଙ୍କ ବିନା ସୁମନ ଓ ସୁମନଙ୍କ ବୀନା ସାପଲିନ ଅଧୁରା ଦେଖା ଯାଇଥାନ୍ତି । ବହୁତ ଲୋକ ତ ଆମ 2 ଜଣଙ୍କୁ ବହୁତ ଶୀଘ୍ର ବାହା ହେଇଜାଆ ବୋଲି ମଧ୍ୟ କହିଥାନ୍ତି । ହେଲେ ମୁଁ ଏଠାରେ କହି ରଖିବା ପାଇଁ ଚାହିଁବି । ସାପଲିନ କେବଳ ଜଣେ ମୋର ବହୁତ ଭଲ ସାଙ୍ଗ । ହେଲେ ଦର୍ଶକ ମାନେ ସାପଲିନଙ୍କୁ ମୋ ସହ ଏତେ ମାତ୍ରାରେ ଭଲ ପାଉଛନ୍ତି ।

ଦରକାର ପଡିଲେ, ମୋ ବାହାଘର ଦିନ ବର ସାପଲିନ ନହୋଇ ଯଦି ଆଉ କିଏ ହେବ । ତେବେ ଆମ ଫ୍ୟାନ ମାନେ ମୋର ବରକୁ ମଧ୍ୟ ପିଟି ପକେଇବେ ବୋଲି ସୁମନ କହିଛନ୍ତି । ସେଥିପାଇଁ ବାହାଘର ଠିକ ହେଇଯିବା ପରେ ସାପଲିନଙ୍କ ଠାରୁ ଟିକେ ଟିକେ ଦୂରରେ ରହିବାକୁ ଚେଷ୍ଟା କରିବି ବୋଲି ହାସ୍ୟାସ୍ପଦ ଅନ୍ଦାଜରେ ସୁମନ କହିଛନ୍ତି । ଅଭିନେତ୍ରୀ ସୁମନ ପଟ୍ଟନାୟକ କିପରି ଲାଗନ୍ତି ? କମେଣ୍ଟ କରିକି ଜଣାନ୍ତୁ । ପୋଷ୍ଟଟି ଭଲ ଲାଗିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *