ମୋତେ ଆଉ ଜୀବନରେ ସୁଖ ଦରକାର ନାହିଁ, ଚିକେନ ପକୋଡା ବିକି ମୋ ଝିଅକୁ ମୁଁ ମଣିଷ ଭଳି ମଣିଷ କରିବି ।

ରାଜନୀତି ବିଜ୍ଞାନରେ MA କରିଛନ୍ତି । କିନ୍ତୁ ରାସ୍ତା କଡ ରେ ଅଣ୍ଡା ଚପ ବିକ୍ରି କରୁଛନ୍ତି । ଜୀବନରେ ଏମିତି ମୋଡ ଆସିଯିବ ସେ କେବେ ଭାବି ନ ଥିଲେ । ତାଙ୍କର ଅନେକ ଆସା ଆଜି ମଉଳି ଯାଇଛି । ଏ ହେଉଛନ୍ତି ରଶ୍ମିତା ଲେଙ୍କା । ରାଜଧାନୀ ନୟାପଲ୍ଲୀ ଅଞ୍ଚଳରେ ଗୋଟେ ଛୋଟ ଠେଲା ଲଗାଇଛନ୍ତି । ଆଉ ଚିକେନ ପକୋଡା, ସିକେନ ଲେଗ ପିସ, ଅଣ୍ଡା ଚପ ବିକ୍ରି କରୁଛନ୍ତି । କିନ୍ତୁ ଏକା ଥିବା ସମୟରେ ସେ କାନ୍ଦିଥାନ୍ତି ।

କାରଣ ରାଜନୀତି ବିଜ୍ଞାନରେ ଏମଏ ପାସ କରି ମଧ୍ୟ ଆଜି ଦୋକାନ କରି ବସିଛନ୍ତି । ରଶ୍ମିତାଙ୍କର 6 ବର୍ଷର ଝିଅ ତ ଅଛି ଯାହାର ସ୍ଵପ୍ନ ପୂରଣ କରିବାକୁ ସେ ଆଜି ଏମିତି ଦୋକାନ କରିଛନ୍ତି । ରଶ୍ମିତା ଙ୍କ ସ୍ଵାମୀ ଆଜି ଏ ଦୁନିଆରେ ନାହାନ୍ତି ଯାହାଙ୍କ ହାତ ଧରି ସାରା ଜୀବନ ବାଟ ଚାଲିବା ପାଇଁ ରଶ୍ମିତା ଭାବିଥିଲେ । ଦୁଇ ମାସ ତଳେ ଲିଭର ରୋଗରେ ରଶ୍ମିତାଙ୍କ ସ୍ଵାମୀଙ୍କର ଜୀବନ ଚାଲି ଯାଇଛି ।

ଏଣୁ ରଶ୍ମିତା ଗଣମାଧ୍ୟମ ଜରିଆରେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି କି କେହି ବି ପୁରୁଷ ମଦ ପିଅନ୍ତୁ ନାହିଁ । ମଦ ଯେମିତି ମୋ ସ୍ବାମୀଙ୍କୁ ଛଡାଇ ନେଇଛି ମୁଁ ଚାହୁଁନି ଆଉ କାହାର ସଂସାର ଉଜୁଡିଯାଉ । ଘରେ କେବଳ ଶାଶୁ ଆଉ 6 ବର୍ଷର ଝିଅ ଟି ଅଛି । ଯିଏ ଏବେ ପାଠ ପଢୁଛି । ଝିଅକୁ ବଡ ମଣିଷ କରିବା ପାଇଁ ରାତି ଦିନ ଦୋକାନରେ ପରିଶ୍ରମ କରୁଛନ୍ତି ରଶ୍ମିତା ।

ଶାଶୁ ଅନେକ ଥର କହିଲେଣି ଦ୍ଵିତୀୟ ବିବାହ କରିବା ପାଇଁ କିନ୍ତୁ ମନା କରିଛନ୍ତି ରଶ୍ମିତା । ରଶ୍ମିତା କହିଛନ୍ତି ମୁଁ ଜୀବନରେ ଆଉ ବାହା ହେବିନି । ମୋ ପିଲାକୁ ମଣିଷ କରିବି ମୋ ଜୀବନରେ ଆଉ କେହି ଦରକାର ନାହିଁ । 2014ରେ ଭଲ ପାଇ ବାହା ହୋଇଥିଲେ ରଶ୍ମିତା । କିନ୍ତୁ ଜୀବନରେ ଏମିତି ମୋଡ ଆସିବ କେବେ ଭାବି ନ ଥିଲେ । ଦୁଇ ମାସ ତଳେ ସ୍ବାମୀଙ୍କ ଦେହାନ୍ତ ପରେ ରଶ୍ମିତା ଏବେ ଏକା ହୋଇ ଯାଇଛନ୍ତି ।

ରଶ୍ମିତାଙ୍କ ଝିଅ ଲୁଚି ଲୁଚି କାନ୍ଦୁଛି ଆଉ ବାପାକୁ ଝୁରି ହେଉଛି । ଏ ସବୁ ଦେଖି ରସମିତ ତାଙ୍କ ଝିଅକୁ କୁହନ୍ତି କି ତୁ ମୋତେ ବାପା ଡାକେ । ନିଜ ମନରେ ଏ ଦୁଃଖ କୁ ଚାପି ରଖିକି ହସି ହସି ବେପାର କରିବାକୁ ଆସନ୍ତି ରଶ୍ମିତା । ସେ କହିଛନ୍ତି ମୋତେ କେହି ସାହାର୍ଯ୍ୟ କରିବା ଦରକାର ନାହିଁ କିନ୍ତୁ ସରକାର ଯେମିତି ମୋ ଦୋକାନ ନ ଉଠାନ୍ତୁ । କାରଣ ଏହି ଦୋକାନରୁ ମୋ ଝିଅର ଭବିଷ୍ୟତ ନିର୍ଭର କରୁଛି ବୋଲି କହିଛନ୍ତି ରଶ୍ମିତା । ବନ୍ଧୁଗଣ ଆପଣ ମାନଙ୍କର ରଶ୍ମିତା ଙ୍କର ଜୀବନ କାହାଣୀକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *