ମୋର ଜୀବନର ଶେଷ ନିଶ୍ଵାସ ପର୍ଯ୍ୟନ୍ତ ମୁଁ କଂଗ୍ରେସ ଦଳରେ ରହିବି… MLA Suresh RoutRay

ମୋର ଜୀବନର ଶେଷ ନିଶ୍ଵାସ ପର୍ଯ୍ୟନ୍ତ ମୁଁ କଙ୍ଗ୍ରେଶରେ ଥିବି । ହଁ ଆଜ୍ଞା ଏଭଳି ମନ୍ତବ୍ୟ ଏକ ସାକ୍ଷାତକାରରେ କଙ୍ଗ୍ରେଶ ବିଧାୟକ ସୁରେଶ କୁମାର ରାଉତରାୟ ଦେଇଛନ୍ତି । ତେବେ ରାଜନୀତିର ଜଣେ ଆଗ ଧାଡିର ନେତା ହେଉଛନ୍ତି ସୁର ରାଉତରାୟ । ଯାହାଙ୍କୁ ଓଡିଶାବାସୀ ବହୁତ ସମ୍ମାନ ତଥା ଆଦର କରନ୍ତି । ମାଡି ଚାଲ କଥା ପାଇଁ ଅଧିକ ଫେମସ ହୋଇଥିବା ସୁର ରାଉତ ରାୟ ଗଣ ମାଧ୍ୟମ ସମ୍ମୁଖରେ ନିଜର ପ୍ରତିକ୍ରିୟାରେ କହିଛନ୍ତି । କଙ୍ଗ୍ରେଶରେ ମୁଁ ପ୍ରଥମରୁ ରହି ଆସିଛି ।

ମୋ ଜୀବନର ଶେଷ ନିଶ୍ଵାସ ପର୍ଯ୍ୟନ୍ତ ବି ମୁଁ କଙ୍ଗ୍ରେଶରେ ରହିବି ବୋଲି ପ୍ରତିଜ୍ଞା କରିଛି । ମୋର 2 ପୁଅଙ୍କର ମଧ୍ୟ ରାଜନୀତି ପ୍ରତି ବହୁତ ଆଗ୍ରହ ରହିଛି । ତେଣୁ ମୁଁ କଙ୍ଗ୍ରେଶ ଦଳର ନେତା ହିସାବରେ ମୁଁ ମଧ୍ୟ ଚାହେଁ । ମୋ 2 ପୁଅ କଙ୍ଗ୍ରେଶ ଦଳର ରାଜନୀତି ଲଢନ୍ତୁ । ଏହା ସହ ସେହି ଦଳରୁ ହିଁ ବିଜୟ ହାସିଲ କରନ୍ତୁ । ହେଲେ ପୁଅ ମାନେ ଚାକିରୀ କରିଲେଣି । ବହୁତ ଦେଶ ବିଦେଶ ବୁଲୁଛନ୍ତି । ତେଣୁ ସେ ଅନେକ କିଛି ଦେଖିଛନ୍ତି । ସେହି ଅନୁସାରେ ତାଙ୍କର ମାନସିକ ତାଙ୍କ ହିସାବରେ ରହିଛି ।

ଯଦି ମୋର ପୁଅ ମାନେ କଙ୍ଗ୍ରେଶରୁ ଛିଡା ନହୋଇ ଅନ୍ୟ ଦଳରୁ ଛିଡା ହେବେ । ତେବେ ବି ମୁଁ ବାପା ହିସାବରେ ପୁଅ ମାନଙ୍କୁ ସମର୍ଥନ କରିବି । ହେଲେ ତାଙ୍କ ପାଇଁ ଅନ୍ୟ ଦଳରେ ପ୍ରଚାର ପ୍ରାସାର କରିବା ପାଇଁ ଜୀବି ନାହିଁ । ଜୀବନରେ ମୋର ସଫଳତା ପଛରେ ମୋର ଧର୍ମପତ୍ନୀଙ୍କର ମୋ ପାଇଁ ବହୁ କିଛି ଅବଦାନ ରହିଛି ବୋଲି ମଧ୍ୟ ନିଜ ପ୍ରତିକ୍ରିୟାରେ ବିଧାୟକ ସୁର ରାଉତ କହିଛନ୍ତି ।

ଏଥିସହ ସେ ଜଣେ ଓଡିଆ ହୋଇଥିବାରୁ ଓଡିଆ ଘର ମଣିଷ ହିସାବରେ ସରଳ ଜୀବନଯାପନ କରିବାକୁ ଭଲ ପାଇଥାନ୍ତି। ଏଥିସହ ପଖାଳ, ଶାଗ, ଛତୁ, ଚୂନା ମାଛ ଏହିଭଳି ଓଡିଆ ଖାଦ୍ୟ ମଧ୍ୟ ବହୁ ପ୍ରିୟ ବୋଲି ମଧ୍ୟ ଜଟଣୀ ବିଧାୟକ ସୁରେଶ ରାଉତ ରାୟ କହିଛନ୍ତି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *