ମୋ ପୁଅକୁ କଠୋର ଦଣ୍ଡ ଦିଆଯାଉ ଆଜ୍ଞା ! ଏଭଳି କାମ କରିଥିବା ପୁଅକୁ ଜେଲ୍ ରେ ରଖି ଦିନ ଗଡାନ୍ତୁ ନାହିଁ…

ମୋ ପୁଅକୁ ଫାଶୀ ଦଣ୍ଡ ଦିଅ । ତାକୁ ଜେଲ୍ ରେ ରଖି ଦିନ ଗଡାଅ ନାହିଁ । ହଁ ଆଜ୍ଞା ଏଭଳି କିଛି ନିଜର ମତ ରଖିଛନ୍ତି ଜଣେ ଅଭିଯୁକ୍ତର ବାପା । ନିକଟରେ ଏକ ବିଚଳିତ କରିଦେବା ଭଳି cctv ଫୁଟେଜର ଦୃଶ୍ୟ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା । ଏହା ପରେ ଖବରର ପ୍ରସାରଣ ମଧ୍ୟ କରାଯାଇଥିଲା । ଯେ ଜଣେ ୧୨ ବର୍ଷୀୟ ନାବାଳିକା ଝିଅ ଜଣଙ୍କୁ ଜଣେ ଦୁଷ୍କର୍ମ କରି ଛାଡି ଦେଇଥିଲା । ପରେ ନାବାଳିକା ଜଣଙ୍କ ଅର୍ଦ୍ଧ ନଗ୍ନ ଅବସ୍ଥାରେ ରକ୍ତାତ ହୋଇ ରାସ୍ତାରେ ଯାଉଥିଲା ।

ହେଲେ ନାବାଳିକା ଜଣଙ୍କୁ ସାହାଜ୍ଯ କରିବା ପାଇଁ କି ତାକୁ ମେଡିକାଲ କୁନେଇକି ଯିବା ପାଇଁ କେହି ମଧ୍ୟ କହି ନଥିଲେ । ବିଚରା ଝିଅ ଜଣଙ୍କ ଦୁଷ୍କର୍ମରେ ପୀଡିତ ହୋଇ ରାସ୍ତାରେ ଅସହାୟ ଭାବରେ ଚାଲୁଥିଲା । ଲୋକଙ୍କର ସହାୟତାକୁ ମଧ୍ୟ ଅପେକ୍ଷା କରିଥିଲା । ପରେ ଜଣେ ଲୋକକୁ ନାବାଳିକା ଜଣଙ୍କ ସାହାଜ୍ଯ ମାଗିବାରୁ ସେହି ବ୍ୟକ୍ତି ଜଣଙ୍କ ତାଙ୍କ ପାଖରୁ ନାବାଳିକାଙ୍କୁ ତଡି ଦେଇଥିଲେ । ତେବେ ଏଭଳି ଘଟଣା ଘଟାଇଥିବା ଦୁଷ୍କର୍ମକାରୀ ପୋଲିସ ଖବର ପାଇ ଗିରଫ କରିଥିଲା ।

ତେବେ ସେହି ଅଭିଯୁକ୍ତକାରୀ ବାପା ନିଜର ଏଭଳି କିଛି ପ୍ରତିକ୍ରିୟା ନିଜ ପାଇଁ ରଖିଛି । ବାପା ଜଣଙ୍କ କହିବା ଅନୁସାରେ ମୋ ପୁଅ ଯେଉଁ ଖରାପ କାମ କରିଛି । ତାକୁ ଫାଶୀ ଦଣ୍ଡ ଦିଆଯିବା ଦରକାର । ଏଭଳି ପୁଅକୁ ଜେଲ୍ ରଖି ଦିନ ଗଡାଇବା ଦରକାର ନାହିଁ । ତାକୁ ଯଥାଶୀଘ୍ର କଠୋର ଦଣ୍ଡ ଦିଅନ୍ତୁ ବୋଲି କହିଥିଲେ ।

ତେବେ ଏଭଳି ଘଟଣା ଗତ ସୋମବାର ମଧ୍ୟପ୍ରଦେଶର ଉଜ୍ଜୟିନୀ ମହାକାଳ ଥାନା ବଡ ନଗର ରୋଡରେ ଘଟି ଯାଇଥିଲା । ପରେ ପୀଡ଼ିତା ନାବାଳିକା ଜଣଙ୍କ ଅର୍ଦ୍ଧ ନଗ୍ନ ଅବସ୍ଥାରେ ରାସ୍ତାରେ ଚାଲି ଚାଲି ଏକ ଆଶ୍ରମ ପାଖରେ ପହଞ୍ଚିବାରୁ ସେଠାରେ ତାଙ୍କୁ ଜଣେ ବ୍ୟକ୍ତି ସାହାଜ୍ଯ କରିଥିଲେ । ବ୍ୟକ୍ତି ଜଣଙ୍କ ଝିଅଟିକୁ ଟାୱେଲ ଘୋଡାଇ ନିକଟସ୍ଥ ହସ୍ପିଟାଲକୁ ନେଇଯାଇଥିଲେ ।

ତେବେ ସେଠାକୁ ନେବା ପରେ ଡାକ୍ତର ଝିଅଟି ସହ ଦୁଷ୍କର୍ମ ହୋଇଥିବା କଥା ସ୍ପଷ୍ଠ କରିଥିଲେ । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *