ମୋ ପୁଅ ମାନେ ଅନ୍ତିମ ସଂସ୍କାର କରିବେ ବୋଲି ଶବ ହୋଇ ଜଗି ରହିଲି… ହେଲେ 2 ପୁଅ ମୁହଁକୁ ଅନେଇ ଲେନି…

ମୁଁ ଶବ ହୋଇ ଜଗିଥିଲି, ହେଲେ ମୋର 2 ପୁଅ ଆସିଲେ ନାହିଁ । ହଁ ଅଜ୍ଞା ଏଭଳି କିଛି ଦୁଃଖଦ ଘଟଣା ଚମ୍ପୁଆ ଠାରେ ଦେଖିବାକୁ ମିଳିଛି । ବାପା, ମାଆ ନିଜ ସନ୍ତାନ ମାନଙ୍କୁ କେତେ ସରାଗରେ ଯତ୍ନ କରି ବଢାଇଥାନ୍ତି । ଯେପରି ବାପା, ମାଆ ଙ୍କର ବୃଦ୍ଧାବସ୍ଥା ସମୟରେ ତାଙ୍କର ସାଥ୍ ଦେବ । ତାଙ୍କର ପାଖେ ପାଖେ ରହିବ । ହେଲେ ପୁରନ୍ଦର ଦାସ ନାମକ ଜଣେ ବ୍ୟକ୍ତିଙ୍କର 2 ପୁଅ ଓ 1 ଝିଅ ଥାଇ ମଧ୍ୟ ବୃଦ୍ଧାବସ୍ତାରେ ଅନାଥଙ୍କ ଭଳି ପୁରନ୍ଦରଙ୍କର ଯୂଈ ଜଳୁଛି ।

ତେବେ ପୁରନ୍ଦରଙ୍କର ବଡ ପୁଅ ସେଲ୍ କମ୍ପାନୀରେ ଚାକିରୀ କରି ଅବସର ନେଇସାରିଛନ୍ତି । ସାନ ପୁଅ ଆର୍ମୀରେ ରହିଛି । କାହ୍ନୁପୁର ଜଳ ପ୍ରକଳ୍ପ ଯୋଜନା ପାଇଁ ରହୁଥିବା ଗ୍ରାମଟି ବିସ୍ଥାପିତ କରାଯାଇଥିଲା । ସେହି ଗ୍ରାମ ବିସ୍ଥାପିତ ଯୋଗୁ ମୋଟା ଅଙ୍କର ଟଙ୍କା ମଧ୍ୟ ପୁରନ୍ଦରଙ୍କୁ ମିଳିଥିଲା । ହେଲେ ସେହି କ୍ଷତିପୂରଣ ଟଙ୍କାକୁ ପୁରନ୍ଦର ନିଜ ପାଖ ନରଖି ନିଜ 2 ପୁଅ ଓ ଝିଅ ମଧ୍ୟରେ ସମାନ ଭାବରେ ବାଣ୍ଟ କରିଦେଇଥିଲେ ।

ହେଲେ ବୁଢା ଓ ବୁଢୀ 2 ଜଣ ଯେତେବେଳେ ପିଲାଙ୍କ ଉପରେ ଆଶ୍ରା କରି ସମସ୍ତ ଟଙ୍କା ଗୁଡିକ ବାଣ୍ଟି ଦେଲେ । ସେତେବେଳେ ସେହି ଟଙ୍କା ହିଁ ସବୁ ଘରକୁ ଭାଙ୍ଗି ଦେଲା । କାରଣ ପୁରନ୍ଦର ଟଙ୍କା ଗୁଡିକ ପୁଅ ମାନଙ୍କୁ ବାଣ୍ଟି ଦେଲା ପରେ 2 ପୁଅ ଯେଝା ବାଟରେ ଚାଲିଗଲେ । ବାପା, ମା’ ମଧ୍ୟ ଟିକେ ଅନାଇ ନଥିଲେ । ତେବେ ଝିଅକୁ କଣ ପାଇଁ କ୍ଷତିପୂରଣ ଟଙ୍କାରୁ ଭାଗ ଦେଲୁ । ସେହି କଥା ଉପରେ ରାଗ ରଖି ବାପା, ମା’ 2 ଜଣଙ୍କୁ ପୁଅ ମାନେ ଅନାଇ ଗଲେନି ।

ବାପା, ମା ଯାଇ ବୃଦ୍ଧାଶ୍ରମରେ ରହିଲେ । ଧୀରେ ଧୀରେ ଶରୀର ଦୁର୍ବଳ ହେବାରୁ ପୁରନ୍ଦର ମେଡିକାଲରେ ଚିକତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ । ହେଲେ ବାପା ଯୂଈରେ ନିଆଁ ଦେବା ପାଇଁ କୌଣସି ପୁଅ ମଧ୍ୟ ବାପାର ଅନ୍ତିମ ସଂସ୍କାରରେ ସାମିଲ ହେଲେ ନାହିଁ । ହେଲେ ଝିଅ ଆସି ବାପାର ଅନ୍ତିମ ସମୟରେ ସେଠାରେ ରହିଥିଲା । ତେବେ ଏଭଳି ଘଟଣାରେ ଆପଣଙ୍କର ମତାମତ ଆମକୁ କମେଣ୍ଟ କରିକି ଜଣାନ୍ତୁ । ଖବରର ଅପଡେଟ ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *