ମୋ ଆଗ ଦାନ୍ତ ବନିଟିଥ ହୋଇଥିବାରୁ….ମୋତେ ବହୁତ ଲୋକ ଖରାପ କମେଣ୍ଟ କରୁଥିଲେ… Actress Suman Pattanaik

ମୋର ଯେହେତୁ ଆଗ ଦାନ୍ତ ବନିଟିଥ, ସେଥିପାଇଁ ମୋତେ ସମସ୍ତେ କମେଣ୍ଟ କରୁଥିଲେ । ହଁ ଆଜ୍ଞା ଏଭଳି କିଛି ମନ୍ତବ୍ୟ ଏକ ସାକ୍ଷାତକାରରେ ଆପଣଙ୍କର ପ୍ରିୟ ଅଭିନେତ୍ରୀ ସୁମନ ଦେଇଛନ୍ତି । ତେବେ ଘରେ ଘରେ ତାରା ତାରିଣୀ ଟିଭି ସିରିଏଲର ନାୟିକା ଭାବେ ଅତି ପରିଚିତ ନାୟିକା ହେଉଛନ୍ତି ସୁମନ ପଟ୍ଟନାୟକ । ଯାହାଙ୍କର ଅଭିନୟ ଚାତୁରୀରେ ସମସ୍ତେ ମନ୍ତ୍ରମୁଗ୍ଧ ହୋଇଯାଇଥାନ୍ତି । ତେବେ ସୁମନଙ୍କ କହିବା ଆଧାରରେ ରିୟାଲିଟି ସୋ’ ରୁ ହିଁ ମୋର କ୍ଯାରିଅର ଆରମ୍ଭ ହୋଇଥିଲା ।

ରଜ କୁଇନରେ ଅଡିସନ ଦେବା ପାଇଁ ମୋ ବଡ ଦିଦି ମୋତେ ବହୁତ ବାଧ୍ୟ କରିଥିଲେ । ଯେହେତୁ ମୋର ପଢା ଚାଲିଥିଲା । ତେଣୁ ମୁଁ ଏଥିରେ ମୁଣ୍ଡ ଖେଳେଇବାକୁ ଚାହୁଁନଥିଲି । ହେଲେ ଦିଦି ବହୁତ କହିବାରୁ ମୋର ସମର ଭ୍ୟାକେସନ ଟାଇମରେ ହିଁ ମୁଁ ରଜ କୁଇନ ଅଡିସନ ଦେଇଥିଲି । ତାପରେ ପ୍ରି-ଅଡିସନରୁ ସିଲେକ୍ଟ ହୋଇକି ଘରେ କହିବା ପରେ ଅଡିସନ ଦେବାକୁ ଯାଇଥିଲି । ତାପରେ ଏମିତି ହିଁ ଗୋଟେ ପରେ ଗୋଟେ ରାଉଣ୍ଡ ଚାଲିଥିଲା ।

ଫାଇନାଲ ପର୍ଯ୍ୟନ୍ତ ଚାଲି ଆସିଥିଲି । ହେଲେ ଫାଇନାଲର କିଛି ଦିନ ପୂର୍ବରୁ ବଡ ଦିଦିଙ୍କର ଗୋଟେ ଆକ୍ସିଡେଣ୍ଟ ହୋଇଯାଇଥିଲା । ତେଣୁ ସେହି ସମୟରେ ମୋର ମାନସିକ ସ୍ଥିତି ଭଲ ନଥିଲା । କାରଣ ଦିଦି ପାଇଁ ମୁଁ ଏତେ ବାଟ ପର୍ଯ୍ୟନ୍ତ ଆସିଛି । ହେଲେ ଦିଦି ଠିକ ମୋ ଫାଇନାଲ ଦେଖି ପାରିନଥିଲା । ହେଲେ ତା’ ର ଗୋଟେ କି 2 ମାସ ମଧ୍ୟରେ ଦିଦି ଧୀରେ ଧୀରେ କରି ସଂପୂର୍ଣ୍ଣ ଭଲ ହୋଇଥିଲା । ତାପରେ ପରେ ମୋର ସିରିଏଲରେ କାମ କରିବା ପାଇଁ ଅଫର ଆସିଥିଲା ।

ହେଲେ ଯେହେତୁ ମୋର ଆଗ ଦାନ୍ତ ଟିକେ ବଡ ବଡ ଥିଲା । ତେଣୁ ମୋ ବିନିଟିଥ ପାଇଁ ଅନେକ ଲୋକ ଖରାପ କମେଣ୍ଟ ମୋତେ କରନ୍ତି । ସିରିଏଲରେ ଭଲରେ ଇମୋସନାଲ ସିନ୍ ବି କରିପାରେ ନାହିଁ । ହେଲେ ଏବେ ଧୀରେ ଧୀରେ ସିରିଏଲ ଓ ଆଲବମ ପାଇଁ ଲୋକଙ୍କର ବହୁତ ସାରା ଭଲ ପାଇବା ମୋତେ ମିଳୁଛି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *