ମିଶନ ଶକ୍ତିକୁ ନେଇ ଉପ ମୁଖ୍ୟମନ୍ତ୍ରୀଙ୍କ କଡା ବୟାନ, 100 ଦିନର ଦେଲେ ଓପନ ଚ୍ୟାଲେଞ୍ଜ I

ମିଶନ ଶକ୍ତିକୁ ନେଇ ଉପ ମୁଖ୍ୟମନ୍ତ୍ରୀଙ୍କ କଡା ବୟାନ ! ତେବେ ଖବର ମୁତାବିକ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ମହିଳା ଓ ଶିଶୁ ବିକାଶ ମିଶନ ଶକ୍ତି ଓ ପର୍ଯ୍ୟଟନ ବିଭାଗ ଏହି ସବୁ ବିଭାଗର ପ୍ରମୁଖ ଦାୟିତ୍ଵ ମିଳିଛି । ତେବେ ଦାୟିତ୍ଵ ମିଳିବ ଅପରେ ମିଶନ ଶକ୍ତି ଉପରେ ନିଜର ଏଭଳି କିଛି ଗୁରୁତ୍ଵପୂର୍ଣ୍ଣ ବୟାନ ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ତେବେ ତାଙ୍କ କହିବା ଅନୁଯାଇ ମୋ ଭଳି ଜଣେ ମହିଳାଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ମିଳିଛି । ସେହିପରି ମହିଳା ଓ ଶିଶୁ  ଏବଂ ମିଶନ ଶକ୍ତି ଓ ପର୍ଯ୍ୟଟନ ବିଭାଗ ମିଳିଛି ।

ତେବେ ଏଥିରୁ ସ୍ପଷ୍ଠ ଭାବେ ପ୍ରମାଣ ମିଳୁଛି । ଯେ ଭାଜପା ସରକାର ମହିଳା ଶଶକ୍ତକରଣକୁ ସବୁବେଳେ ଅଧିକ ପ୍ରାଧାନ୍ୟ ଦେଇ ଆସିଛନ୍ତି । ମହିଳା ମାନଙ୍କର ବିକାଶକୁ ସବୁବେଳେ ଗୁରୁତ୍ଵ ଦେଇ ଉଚ୍ଚାରେ ରଖିଆସିଛନ୍ତି । କିଛି ଲୋକ କହୁଥିଲେ । ଯେ ବିଜେପି ସରକାରକୁ ଆସିବା ପରେ ମିଶନ ଶକ୍ତି ବନ୍ଦ ହୋଇଯିବ । ହେଲେ ବିଜେପି ସରକାରକୁ ଆସିବା ପରେ ମିଶନ ଶକ୍ତିର ଦାୟିତ୍ଵ ଜଣେ ମହିଳା ଉପ ମୁଖ୍ୟମନ୍ତ୍ରୀଙ୍କୁ ହିଁ ମିଳିଛି ।

ମହିଳା ମାନଙ୍କର ବିକାଶ ପାଇଁ ମୁଁ କାର୍ଯ୍ୟ କରିବାକୁ ଯାଉଛି । କରଣ ବିଜେପି ସରକାର ମହିଳା ମାନଙ୍କୁ ସବୁବେଳେ ସବାଗ୍ରେ ଭାବି ଆସିଛି । ମୋଦୀ ଗ୍ୟାରେଣ୍ଟିରେ ପର୍ଯ୍ୟଟନ କ୍ଷେତ୍ରରେ ମହିଳା ବିକାଶ କରାଇବା ଓ ମାଆ ଶିଶୁ ମାନଙ୍କର ପୁଷ୍ଟିକରଣ ପୋଷଣର ଦାୟିତ୍ଵ ନେବା । ଏଥିସହ ମହିଳା ଶସକ୍ତକରଣର ସଠିକ ରୂପ ନିରୂପଣ କରିବା ମୁଖ୍ୟମନ୍ତ୍ରୀ ମୋ ଉପରେ ଯେଉଁ ଆଶା ରଖିଛନ୍ତି । 100 ଦିନ ଭିତରେ ତାହାର ଏକ ରୂପରେଖ ଓଡିଶାବାସୀଙ୍କ ସାମ୍ନାକୁ ଆଣିବାକୁ ଯାଉଛି ।

ତେଣୁ ସମସ୍ତ ମହିଳା ମାନେ ମିଶି ସରକାରଙ୍କୁ ସହଯୋଗ କରିବାକୁ ଅନୁରୋଧ କରୁଛି । କେବଳ ରୁଣ ଲେଣଦେଣ ସ୍ଵୟଂ ସହାୟକ ଗୋଷ୍ଠୀର କାମ ନୁହେଁ । ବିକାଶରେ ଭାଗୀଦାର ସାଜିବା ହେଉଛି ଏହି ଗୋଷ୍ଠୀର ମୂଳ ଲକ୍ଷ୍ୟ । ତେଣୁ ମହିଳା ମାନଙ୍କୁ କିଭଳି ଭାବେ ଆର୍ଥିକ ସ୍ଥିତିରୁ ସୁଦୃଢ କରାଯିବା ତଥା ସର୍ବ ଉପରେ ମହିଳା ମାନେ କିଭଳି ଭାବେ ଶଶକ୍ତ ହୋଇପାରିବେ । ସେଥିପାଇଁ ମୋତେ ମହିଳା ଓ ଶିଶୁ ମିଶନ ଶକ୍ତି ପର୍ଯ୍ୟଟକ ଏହି ବିଭାଗର ଦାୟିତ୍ଵ ମିଳିଛି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *