ମାମା ଆଉ ମୋ ମଧ୍ୟରେ କିଛି ବଡ ଝଗଡା ହେବା ପୂର୍ବରୁ ମୁଁ ତାଙ୍କୁ Sorry କହିଦିଏ… Superstar Siddhanta Mahapatra

ମାମା ସହ ମୁଁ କଥା ନହେଇ ରହିପାରେ ନାହିଁ । ହଁ ବନ୍ଧୁଗଣ ଓଡିଶାର ଘରେ ଘରେ ଅତି ସୁପରିଚିତ କଳାକାର ତଥା ଆମ ଓଡିଶାର ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର । ଯାହାଙ୍କ ଅଭିନୟ ଦର୍ଶକଙ୍କୁ ସବୁବେଳେ ମନ୍ତ୍ରମୁଗ୍ଧ କରି ରଖିଥାଏ । ଗଣମାଧ୍ୟମର ଏକ ସାକ୍ଷାତକାରରେ ସିଦ୍ଧାନ୍ତ ମହାପାତ୍ର ନିଜ ଧର୍ମପତ୍ନୀ ମାମା ମିଶ୍ରଙ୍କୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ତେବେ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ କହିବା ଆଧାରରେ ମାମା ଆଉ ମୋ ମଧ୍ୟରେ ବହୁତ ଭଲ ବୁଝାମଣା ରହିଛି ।

ତେଣୁ ତାଙ୍କର ଆଉ ମୋ ଭିତରେ ସେମିତି ବଡ କେବେବି କଳିଝଗଡା ହୁଏ ନାହିଁ । ମାମା ଓ ମୋ ଭିତରେ ରାଗ, ରୁଷା ଭଳି ଶବ୍ଦ ନାହିଁ କହିଲେ ବି ଚଳେ ।  ଯଦି କେବେବି ମାମା ଆଉ ମୋ ମଧ୍ୟରେ କେଉଁ କଥାକୁ ନେଇ ମନ ମନ୍ତାତର ଦେଖା ଦେଇଥାଏ । ତେବେ କଥା ଆଗକୁ ବଢିବା ପୂର୍ବରୁ ହିଁ ଆମେ ସମସ୍ଯାର ସମାଧାନ କରିନେଇଥାଉ । ଛୋଟ ସରି ଟିଏ କହି ଆମେ କୌଣସି ବଡ ଝଗଡା ହେବା ଯାଏ କଥା ବଢାଉ ନାହିଁ ।

ତେଣୁ ମାମାଙ୍କୁ ମୁଁ ଅଧିକ କିଛି ମନେଇବାକୁ ପଡେ ନାହିଁ । କାରଣ ରାଗରୁଷା ହେବ ପୂର୍ବରୁ ଆମେ ସବୁକିଛି ଭଲ ସ୍ଥିତିକୁ କଥାକୁ ନେଇ ଆସିଥାଉ । କାରଣ ଝଗଡା ହେବା ପୂର୍ବରୁ ସିଏ ହୁଅନ୍ତୁ ବା ମୁଁ ଆମେ କ୍ଷମା ପ୍ରାଥନା କରି ଦେଇଥାଉ । କାରଣ କ୍ଷମା ମାଗିବା ଠାରୁ କ୍ଷମା ଦେବା ଲୋକଟି ବଡ ହୋଇଥାଏ । କାରଣ ଆମେ ଉଭୟ ଉଭୟଙ୍କର ଜୀବନର ସାଥି । ତେଣୁ ଜୀବନସାଥି କୁ ନିଜ ଭୁଲ ପାଇଁ କ୍ଷମା ମାଗିଦେବା ଦ୍ଵାରା ଏଥିରେ କିଛି ମଧ୍ୟ ଖରାପ ନାହିଁ ।

ଏହାଦ୍ବାରା ସ୍ଵାମୀ ଓ ସ୍ତ୍ରୀ ଉଭୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବା ସହ ପ୍ରେମ ମଧ୍ୟ ବଢିଥାଏ । ତେଣୁ ଉଭୟଙ୍କୁ ବାଲାନ୍ସ କରି ବୈବାହିକ ଜୀବନ ଚଳିବାକୁ ପଡିଥାଏ । ଅଭିନେତା ସିଦ୍ଧାନ୍ତ ମହାପାତ୍ର ଓ ତାଙ୍କ ଧର୍ମପତ୍ନୀ ମାମା ମିଶ୍ରଙ୍କର ଯୋଡି ଆପଣଙ୍କୁ କିପରି ଲାଗେ ? ଆପଣଙ୍କର ମତାମତ ଆମକୁ କମେଣ୍ଟ କରିକି ଜଣାନ୍ତୁ । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *