ବନ୍ଧୁଗଣ ଅଚ୍ୟୁତା ବାଣୀ ପୁସ୍ତକରେ ଗୋଟେ ଅଧ୍ୟାୟ ଅଛି ଯାହାର ନାମ ହେଉଛି ଅମ୍ବିକା ମାଳିକା । ଆପଣ ମାନେ ବୋଧେ ଶୁଣି ନଥିବେ ଅମ୍ବିକା ମାଳିକା ନାମକ ଏହି ଗ୍ରନ୍ଥର ନାମ । ତେବେ ଅମ୍ବିକା ମାଳିକା ଅନୁସାରେ କଳିଯୁଗ ଶେଷରେ କଣ ସବୁ ଘଟିବାକୁ ଯାଉଛି ଆଉ କଣ ସବୁ ଦେଖିବାକୁ ମିଳିବ ବର୍ଣ୍ଣିତ ହୋଇଛି । ଏନେଇ ମାଳିକା ଗବେଷକ ବାଦକ ନନା ଅମ୍ବିକା ମାଳିକା ବିଷୟରେ କହିଛନ୍ତି ।
ସେ କହିଛନ୍ତି-‘ମହାପୁରୁଷଙ୍କର ମାଳିକା ସଂଖ୍ୟା ଯାହା ବି ଆମ ଦେଖିବା ପାଇଁ ପାଉଛୁ ଯାହା ଶୁଣିବା ପାଇଁ ପାଉଛୁ ମହାପୁରୁଷ ଅଚ୍ୟୁତାଙ୍କର ଲକ୍ଷେ 85 ହଜାର ଗ୍ରନ୍ଥ ମଧ୍ୟରୁ ତାଙ୍କର ଶତାଧିକ ମାଳିକାର ନାମ ସବୁ ରହିଛି । ଏଭଳି ଭାବେ ମାଳିକା ସବୁ ରହିଛି ଯାହା ଆଜି ପର୍ଯ୍ୟନ୍ତ ଆମେ ସଂପୂର୍ଣ୍ଣ ମାଳିକାକୁ ପାଇ ପାରି ନାହୁଁ । ଅମ୍ବିକା ମାଳିକାରେ କଳି ଯୁଗର ନୀତି ନିୟମରେ କିଭଳି ଲୋକ ଚଳିବେ ତାହା ବିଷୟରେ ଲେଖା ହୋଇଛି ।
ଲୋକ ମାନେ ଭାବନ୍ତି ମାଳିକା ଲୋକ ମାନଙ୍କୁ ଭୟବିତ କରିବାକୁ ଲେଖା ଯାଇଛି । ହେଲେ ମାଳିକା ଦ୍ଵାରା ମହାପୁରୁଷ ହିତ ଉପଦେଶ ପ୍ରଦାନ କରିଛନ୍ତି । ମହାପୁରୁଷ କହିଛନ୍ତି କଳି ଯୁଗର ଯୁଗାନ୍ତ ସମୟ ଯେତେବେଳେ ହେବ ଶ୍ଵାନ ଓ ଶୃଗାଳ ମାନେ ଘରେ ପସିବେ । କାହା ଘରେ କୁକୁର ନାହାନ୍ତି ବିଲୁଆ କାହା ଘରେ ପଶି ନାହାନ୍ତି ଯୁଗର ଯେତେବେଳେ ପରି ସମାପ୍ତି ହେବ ସେତେବେଳେ ବିଲୁଆଘରେ ପସିବେ ।
ଯେତେବେଳେ ବିଲୁଆ ପଶି ଭୋକିବେ ସେତେବେଳେ ବଡ ବଡ କୋଠା ଘର ଭାଙ୍ଗିଯିବ । ମାଳିକାରେ ଲେଖା ଅଛି କୋଠା ଘର ଭାଙ୍ଗିବା ପରେ ଯେତିକି ଜନ ଜୀବନ ଯିବ ସେମାନଙ୍କୁ କାନ୍ଧେଇବା ପାଇଁ ବି କେହି ନଥିବେ । ଯିଏ କାନ୍ଧେଇକି ଆଜି ନେବ ସେ କାଲି ଆଉ କାହାର କାନ୍ଧରେ ଯିବ । କରୋନା ହେଉଛି ଗୋଟେ ଆରମ୍ଭ ଯୁଗ ଶେଷ ହେବା ପାଇଁ ଆହୁରି ବହୁତ କିଛି ରହିଛି ।
ମହାପୁରୁଷ ମାନେ ଯେଉଁ ସବୁ କଥା ମାଳିକାରେ ଲେଖି ଛନ୍ତି ତାହା ଧୀରେ ଧୀରେ ସତ ହେବାକୁ ଯାଉଛି । ଏବେ ତ ଖାଲି ପ୍ରାରମ୍ଭ ହୋଇଛି ଆଗକୁ ଦେଖ କଣ ସବୁ ଘଟୁଛି’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।