ବନ୍ଧୁଗଣ ଆଜି ଆମେ ଜାଣିବା ମା ମାନେ କାହିଁକି ପୁଅକୁ ଅଧିକ ଭଲ ପାନ୍ତି । ବନ୍ଧୁଗଣ ଆଜି ଏକ କାହାଣୀ ମାଧ୍ୟମରେ ଆମେ ଜାଣିବା ମା କାହିଁକି ପୁଅକୁ ଅଧିକ ଭଲ ପାଏ ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ । ଗୋଟେ ପୁଅ ଆମେରିକାରେ ଚାକିରି କରିଥିଲା ଆଉ ମା ସବୁବେଳେ ନିଜ ପୁଅର ଅପେକ୍ଷାରେ ଚାହିଁ ରହିଥିଲା । ପୁଅ ଆସିଲେ କେମିତି ମା ପୁରୀ ଯିବ । ମା ସବୁବେଳେ ଫୋନ କରି ପଚାରେ ପୁଅ ତୁ କେବେ ଆସିବୁ ପୁଅ କହିବ ମୁଁ ଆର ମାସରେ ଆସିବି ମା କହିବ ତୁ ଆସିଲେ ମୋତେ ପୁରୀ ନେଇକି ଯିବୁ ।
ପୁଅ କୁହେ ମୁଁ ନିଶ୍ଚୟ ଓଡିଶା ଆସିଲେ ପୁରୀ ନେଇକି ଯିବି । ସେହି ମାସରେ ପୁଅ ଆସେ ନାହିଁ ତେଣୁ ମା ପୁଣି ତାକୁ ସେହି ପ୍ରଶ୍ନ ପଚାରେ ଆଉ ପୁଅ ସେହି ଉତ୍ତର ଦିଏ । ଏମିତି ଅନେକ ମାସ ପଳେଇଲା ତା ପରେ ପୁଅ ନିଜ ଆଡୁ କହିଲା ତୁ ଯଦି ବ୍ୟସ୍ତ ହେଉଛୁ ତା ହେଲେ ମୁଁ ପଇସା ପଠେଇ ଦେଉଛି ତୁ ନିଜେ ଚାଲିଯା ।
ମା କହିଲା ତୁ ବୁଝି ପାରିବୁ ନାହିଁ ତୋ ସହ ପୁରୀ ଯିବାର ଆନନ୍ଦ କଣ । ଏମିତି ଅନେକ ମାସ ଯିବା ପରେ ପୁଅ ଆସି ଓଡିଶାରେ ପହଞ୍ଚିଲା ଆଉ ପୁଅକୁ ଦେଖି ମା ଆଖିରେ ଅନେକ ଆନନ୍ଦ । ପୁଅ ଆସିବା ପରେ ମା ପଚାରିଲା ଆମେ କେବେ ପୁରୀ ଯିବା ପୁଅ କହିଲା ମୁଁ ଟିକେ ବ୍ୟସ୍ତ ଅଛି ଆମେ ପରେ ଯିବା । ଏମିତି ତିନି ଚାରି ଦିନ ପଳେଇଲା ହେଲେ ପୁଅ ଗଲାନି ।
ପୁଅ ଯିବାର ଆଉ ଦୁଇ ଦିନ ଅଛି ମା ପଚାରିଲା ତୁ କଣ ମୋତେ ନେଇକି ଯିବୁନି ପୁଅ କହିଲା ମୁଁ ଏବେ ତୋତେ ନେଇକି ଯିବି । ମା ପୁଅ ପୁରୀ ଗଲେ ହେଲେ ଅଧା ରାସ୍ତାରେ ମାର ବାନ୍ତି ହେଇଗଲା ଏହା ପରେ ପୁଅ ମାକୁ ଗାଡିରୁ ଓଲହାଇ କହିଲା ତୁ ଟିକେ ଆରାମ କର ତା ପରେ ଯିବା । ସେଠାରେ ଏକ ହଳଦୀ ବସନ୍ତ ବୋବାଉ ଥିଲା ମା ପଚାରିଲା ଏଇଟା କିଏ ବୋବାଉଛି ପୁଅ କହିଲା ହଳଦୀ ବସନ୍ତ ।
ମା ପୁଣି ପଚାରିଲା ପୁଅ ଉତ୍ତର ଦେଲା ତୃତୀୟ ଥର ପଚାରିବା ବେଳକୁ ପୁଅ ଚିଡି କହିଲା ତୋତେ କଣ ଶୁଭା ଯାଉନି ମୁଁ ବାରମ୍ବାର କହୁଛି ହଳଦୀ ବସନ୍ତ ବୋବାଉଛି । ଏହା ପରେ ମା କହିଲା, ଧନରେ ତୁ ଛୋଟ ଥିଲୁ ତୋତେ ନେଇ ମୁଁ ପୁରୀ ଆସିଥିଲି ତୁ ଅଧା ରାସ୍ତାରେ ପରିସ୍ରା କରିଦେଲୁ ମୋ ଶାଢୀ ଓଦା ହୋଇଗଲା ଆଉ ମୁଁ ଛିଡା ହେଲି । ଏହି ଜାଗାରେ ମୁଁ ଛିଡା ହୋଇଥିଲି ଆଉ ତୁ ମୋତେ ପ୍ରଶ୍ନ ପାଚରି ଥିଲୁ ଏଇଟା କିଏ ବୋବାଉଛି ମୁଁ ଉତ୍ତର ଦେଇଥିଲି ।
ଥରେ ନୁହେଁ ଦୁଇ ଥର ନୁହେଁ 50 ଥର ଆଉ ଆଜି ମୁଁ ତିନି ଥର ପଚାରିବାରୁ ତୁ ଚିଡି ଯାଉଛୁ । ସେହି ସମୟରେ ପୁଅ ଆଖିରୁ ଲୁହ ଝରି ଆସୁଛି । ବନ୍ଧୁଗଣ ଗୋଟେ ମା 10 ମାସ 10 ଦିନ ଗର୍ଭରେ ଧରି ନିଜ ପୁଅକୁ ଜନ୍ମ ଦେଇଥାଏ ଆଉ ନିଜ ପୁଅ ପାଇଁ ସେ ଅନେକ ସ୍ଵପ୍ନ ଦେଖିଥାଏ । ସବୁ ମା ନିଜ ପୁଅ ମାନଙ୍କୁ ଅଧିକ ଭଲ ପାନ୍ତି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।