ଏହି ଗାଉଁଲି ଝିଅଟି ଗାଉଛି ଏମିତି ଗୀତ, ଆପଣଙ୍କୁ ମନେ ପଡିଯିବେ Lata Mmangeshkar, ଆପଣ ବି କରିବେ ପ୍ରଶଂସା, ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକରଙ୍କ ୯୨ ବର୍ଷ ବୟସରେ ପରଲୋକ ଘଟିଥିଲା । ତେବେ ସେ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ତେବେ ଲତା କୋଭିଡରେ ସଂକ୍ରମିତ ହେବା ପରେ ନିମୋନିଆ ରୋଗରେ ଆକ୍ରାନ୍ତ ହୋଇଥିଲେ ଓ ଜାନୁଆରୀ ୮ରେ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତକାଲି ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇ ପଡ଼ିଥିଲା ।

ତେବେ ୧୯୨୯ ମସିହା ସେପ୍ଟେମ୍ବର ୨୮ରେ ଜନ୍ମଗ୍ରହଣ କରିଥିବା ଲତା ୧୯୪୨ ମସିହାରେ ମାତ୍ର ୧୩ ବର୍ଷ ବୟସରେ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ । ସାତ ଦଶନ୍ଧିର କ୍ୟାରିଅରରେ କୋକିଳ କଣ୍ଠି ଲତା ଏକ ହଜାରରୁ ଅଧିକ ହିନ୍ଦୀ ଚଳଚ୍ଚିତ୍ର ପାଇଁ ଗୀତ ଗାଇଛନ୍ତି । ସେ ଷାଠିଏରୁ ଅଧିକ ଆଞ୍ଚଳିକ ଭାରତୀୟ ଭାଷା ଏବଂ ବିଦେଶୀ ଭାଷାରେ ଗୀତ ଗାଇଛନ୍ତି । ତେବେ ୨୦୦୧ରେ ତାଙ୍କର ଅବଦାନକୁ ସ୍ୱୀକୃତି ଦେଇ ତାଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯାଇଥିଲା ।

ଏହି ସମ୍ମାନ ପାଇବାରେ ସେ ଏମଏସ ସୁବାଲକ୍ଷ୍ମୀଙ୍କ ପରେ ଦ୍ୱିତୀୟ କଣ୍ଠଶିଳ୍ପୀ ଅଟନ୍ତି । ସେ ତାଙ୍କ କ୍ୟାରିୟରରେ ତିନୋଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଛନ୍ତି । ଏ ମେରେ ୱତନ କେ ଲୋଗୋ, ବାବୁଲ୍ ପ୍ୟାରେ, ଲଗ ଯା ଗଲେ ସେ ଫିର ଭଳି ଲୋକପ୍ରିୟ ଗୀତର ଗାୟିକା ଥିଲେ ଲତା । ତେବେ ଲତା ମଙ୍ଗେସକର ଦୁଇଟି ଓଡ଼ିଆ ଚଳଚ୍ଚିତ୍ରରେ ମଧ୍ୟ କଣ୍ଠଦାନ କରିଥିଲେ ।

ସୂର୍ଯ୍ୟମୁଖୀ ଚଳଚ୍ଚିତ୍ରର ଗୀତ ‘ସେଇ ଚୁନା ଚୁନା ତାରା ଫୁଲ ଆଜି’ ଓ ଅରୁନ୍ଧତୀ ଚଳଚ୍ଚିତ୍ରର ଗୀତ ‘ଆଜି ମୁଁ ଶ୍ରାବଣୀ ଲୁହର ହରିଣୀ’ ଗାଇଥିଲେ । ଲତାଙ୍କ ପରଲୋକରେ କେନ୍ଦ୍ର ସରକାର ୨ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଥିଲେ । ୨ ଦିନ ପାଇଁ ଅର୍ଦ୍ଧନମିତ ରହିଥିଲା ଜାତୀୟ ପତାକା । ତେବେ ସାରା ଦେଶ ଲତା ଦିଦି ଙ୍କୁ ନିଜ ନିଜ ଷ୍ଟାଇଲ ରେ ନିଜ ନିଜ ହୃଦୟ ରୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ।

ତେବେ ସେହିଭଳି ଜଣେ ୟୁଟୁୟୁବର ଯାହାର ନାମ ହେଉଛି ଅଞ୍ଜୁ ଯିଏ କି ଉତ୍ତରପ୍ରଦେଶ ରେ ରୁହନ୍ତି । ତେବେ ସେ ନିଜ ୟୁଟୁୟୁବୁ ଚ୍ୟାନେଲ ରେ ଲତା ଦିଦି ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ତାଙ୍କ ପାଇଁ ଗୀତ ଗାଇଥିଲେ । ତେବେ ସେ ଅନଦେଖି ଅନଜାନି ସି ପଗଲି ସି ଗୀତ ଗାଇଥିଲେ । ତେବେ ଏହା ପରେ ସେ ଲତା ଦିଦି ଙ୍କ ସାନ ଭଉଣୀ ଆଶା ଦିଦି ଙ୍କ ର ମଧ୍ୟ ଗୀତ ଶରାରା ଗୀତ ଗାଇଥିଲେ ।

ତେବେ ଏହା ପରେ ଏହି ଭିଡିଓ ଖୁବ ଭାଇରାଲ ମଧ୍ୟ ହୋଇଥିଲା ଏବଂ ଲୋକମାନେ ତାଙ୍କ ଗୀତ ଏବଂ ସ୍ୱର କୁ ଖୁବ ପସନ୍ଦ କରିଥିଲେ ଏବଂ ଭଲ ପାଇବା ମଧ୍ୟ ପ୍ରଦାନ କରିଥିଲେ ଏବଂ ତାଙ୍କୁ ଦ୍ଵିତୀୟ ଲତା ମଙ୍ଗେସକର ବୋଲି ମଧ୍ୟ କହିଥିଲେ । ତେବେ ଆମେ ଲତା ଦିଦିଙ୍କ ଆତ୍ମା କୁ ଶାନ୍ତି ମିଳୁ ଏହି ପାର୍ଥନା କରୁଛୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *