କୁନି ବୟସରେ ବହି ଲେଖି ପବ୍ଲିଶ କଲେ ଅଭିନେତା Harihara Mohapatra ଙ୍କ ଝିଅ Tabish Tanaya, ଦେଖନ୍ତୁ ଏନେଇ ସେ କଣ କୁହନ୍ତି ?

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଲିଉଡ ଇଣ୍ଡଷ୍ଟ୍ରିର ହାସ୍ୟ ଅଭିନେତା ହରିହର ମହାପାତ୍ର ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର କମେଡି ପାଇଁ ଘରେ ଘରେ ପରିଚିତ ଅଟନ୍ତି । ତାଙ୍କର ଅଭିନୟ ଯେତିକି ଚମତ୍କାର ତାଙ୍କର କମେଡି ମଧ୍ୟ ତା ଠାରୁ ଅଧିକ ଜବରଦସ୍ତ ଆଉ ଦମଦାର । ଦର୍ଶକ ମାନେ ତାଙ୍କର କମେଇ ରେ ହସି ହସି ଗଡି ଯାଇଥାନ୍ତି । ସେ ଅନେକ ସାରା ଓଡିଆ ଫିଲ୍ମ ରେ ନିଜର ବେଷ୍ଟ ପ୍ରଦର୍ଶନ କରିଛନ୍ତି ଆଉ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି ।

ତେବେ ବର୍ତ୍ତମାନ ସମୟରେ ତାଙ୍କ ଝିଅ ଙ୍କୁ ନେଇ ଆସିଛି ବଡ ଖବର ଯାହା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଦର୍ଶକ ବନ୍ଧୁ କଥାରେ ଅଛି ତୁଳସୀ ଦୁଇ ପତ୍ରରୁ ବାସେ । ତୁଳସୀର ଗୋଟିଏ ବାସନାରେ ପୁରା ଘର ମହକି ଉଠେ । ଏହାର ଅର୍ଥ ହେଉଛି ଯେବେ ଗୋଟେ ଛୁଆ କିଛି କରିବା ଜୀବନରେ ଆଶା ରଖିଥାଏ କିଛି ଲକ୍ଷ୍ୟ ରଖିଥାଏ ସେ ପିଲାବେଳୁ ତାର ପ୍ରତିଭା ଦେଖାଇଥାଏ ଆଉ ସେହି ପିଲା ବଡ ହୋଇ ତାର ବାପା-ମା ର ନାଁ ଉଜ୍ଵଳ କରେ ।

ଆଜି ଆମେ ଆପଣଙ୍କୁ ଏମିତି ଏକ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କର ହାତ ଲେଖା କବିତା ବହି ଆଜି ତାଙ୍କୁ ପରିଚିତ କରାଇପାରିଛି । ସେ ଜଣେ ମହାନ କଳାକାରଙ୍କ ଝିଅ କିନ୍ତୁ ଛୋଟବେଳୁ ସେ ନିଜ ନାଁ କୁ ଦୁନିଆ ଆଗକୁ ଆଣିବା ପାଇଁ ଚେଷ୍ଟା କରିଛନ୍ତି । ସେ ହେଉଛନ୍ତି ଅଭିନେତା ହରିହର ମହାପାତ୍ରଙ୍କ ଝିଅ ତବିଶ ତନୟା ମହାପାତ୍ର ।

ତବିଶ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି କି “ମୁଁ ଆଜି ଆଉ କାଲିକୁ ନେଇ ସବୁବେଳେ ଖୁସିରେ ରୁହେ । ମୋ ଜନ୍ମଦିନରେ ମୋର ବୁକ ପବ୍ଲିଶ ହୋଇଛି ଯାହା ପାଇଁ ମୁଁ ବହୁତ ଖୁସି ଅଛି । ମୁଁ ବହୁତ ସାରା ଷ୍ଟୋରି ବୁକ ପଢେ ଯେଉଁନଥିରୁ ମୋତେ ପ୍ରେରଣା ମିଳେ । ଗୋଟେ ଷ୍ଟୋରି ଲେଖିବାକୁ ମୋତେ ଗୋଟେ ସପ୍ତାହ ପାଖାପାଖି ଲାଗିଯାଏ ।

କେବଳ ଶନିବାର ଓ ରବିଆବରରେ ମୁଁ କବିତା ଲେଖେ । ମୋର କବିତା ବହିର ନାମ ହେଉଛି “ବର୍ଡ୍ସ ଆର ମୀନ ଟୁ ଫ୍ଲାଏ” । ମୋର ସବୁଠାରୁ ପ୍ରିୟ କବିତା ହେଉଛି “ଦ ଚକଲେଟ ଫ୍ୟାକ୍ଟରୀ” । ମୁଁ ବହୁତ ଭଲ ପାଏ ଚକଲେଟ ଖାଇବାକୁ । ମୋ ନାଁ ର ଅର୍ଥ ହେଉଛି ଈଶ୍ବରଙ୍କ ଝିଅ । ମୋର ଆଗକୁ ଲକ୍ଷ୍ୟ ରହିଛି ସ୍ପେସ ସାଇଣ୍ଟିସ ହେବା ପାଇଁ ।

ମୁଁ ଯେଉଁ ବହି ଲେଖିଛି ସେଥିରେ ବହୁତ ସାରା ଫନି ବିଷୟ ବସ୍ତୁ ଅଛି ନା କି କିଛି ସାଧାରଣ ଜ୍ଞାନ ବା ଇନଫରମେସନ ଅଛି । 6ରୁ 12 ବର୍ଷ ପିଲା ମାନେ ଏହି କବିତା ପଢି ପାରିବେ” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ହରିହର ମହାପାତ୍ର ଙ୍କ ଝିଅ କେମିତି ଲାଗନ୍ତି ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *