କୁମାର ପୂର୍ଣ୍ଣମୀରେ ଲାଗିବା ପାଇଁ ଯାଉଛି, ରାହୁଗ୍ରାସ ଚନ୍ଦ୍ର ଗ୍ରହଣ ! କେତେବେଳେ ହାଣ୍ଡିଛାଡ ଓ କେଉଁ ସମୟରେ ଚନ୍ଦ୍ରଗ୍ରହଣ ସ୍ପର୍ଶ ?

ଚଳିତ ବର୍ଷ 28 ତାରିଖ ଦିନ ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ଚନ୍ଦ୍ରରେ ଗ୍ରହଣ ଲାଗିବ ପାଇଁ ଯାଉଛି । ଅର୍ଥାତ ଚାନ୍ଦ ତଥା ଡାଲା ଓଷାରେ ଚନ୍ଦ୍ର ଗ୍ରହଣ ଲାଗୁଛି । ତେବେ ଏନେଇ ବିଶିଷ୍ଠ ଅନେକ ପଣ୍ଡିତଗଣ ଏଭଳି କିଛି ମନ୍ତବ୍ୟ ରଖିଛନ୍ତି । ତେବେ ଏ ବର୍ଷ ରାହୁଗ୍ରାସ ଚନ୍ଦ୍ରରେ ଗ୍ରହଣ ଲାଗିବ ବୋଲି ପଣ୍ଡିତ ମାନଙ୍କର ମତ ରହିଛି । ତେବେ 28 ତାରିଖ ଦିନ 4 ଟା ବାଜି 4 ମିନିଟ 55 ମିନିଟରେ ପାକ ତ୍ୟାଗ ହେବ । ଏଥିସହ ସମସ୍ତ ପ୍ରକାର ଦେବନୀତି ମଧ୍ୟ ବନ୍ଦ କରାଯିବ ।

ରାତି 1 ଟା 5 ମିନିଟ ବେଳକୁ ଗ୍ରହଣର ସ୍ପର୍ଶ ସମୟ ଆରମ୍ଭ ହେବ । ରାତି 2 ଟା 22 ମିନିଟରେ ଛାଡିବ । ହେଲେ କୁମାରୀ ମାନେ ଏଥିପାଇଁ ବ୍ୟସ୍ତ ହେବା ଆଦ୍ୱା ଉଚିତ ନୁହେଁ । କାରଣ କୁମାର ଦିନ କୁମାରୀ ମାନେ 4 ଟା ପୂର୍ବରୁ କୁମାର ପୂର୍ଣ୍ଣମୀ ତଥା ଡାଲା ଓଷା କରିପାରିବେ । ଅନେକଙ୍କ ମନରେ ଏଠାରେ ଏକ ପ୍ରଶ୍ନ ମଧ୍ୟ ଉଠୁଛି ? ଦିନ ସମୟରେ ଅର୍ଥାତ ଅପରାହ୍ନ 4 ଟା ପୂର୍ବରୁ ଆକାଶରେ ଚନ୍ଦ୍ର ତ ଦୃଶ୍ୟମାନ ହୋଇନଥିବେ । ତେବେ ପୂଜା କିପରି ଆରମ୍ଭ କରାଜି ସମ୍ପର୍ଣ୍ଣ କରାଯିବ ।

ତେବେ ଆକାଶରେ ସର୍ବଦା ଚନ୍ଦ୍ରମା ରହିଥାନ୍ତି । ହେଲେ ସୂର୍ଯ୍ୟଙ୍କର ପ୍ରଖର କିରଣ ଯୋଗୁ ଚନ୍ଦ୍ରମା ଲୁଚି ଯାଇଥାନ୍ତି । ସୂର୍ଯ୍ୟାସ୍ତ ପରେ ଯାଇ ଆକାଶରେ ଚନ୍ଦ୍ରମା ଦେଖା ଯାଇଥାନ୍ତି । ହେଲେ ଯେହେତୁ ଚଳିତ ବର୍ଷ କୁମାର ପୂର୍ଣ୍ଣିମା ଦିନ ଚନ୍ଦ୍ର ଗ୍ରହଣର ଦେବନୀତି ଓ ପାକନୀତି ଅପରାହ୍ନ 4 ଟା ପରେ ବନ୍ଦ ରଖାଯାଉଛି । ତେବେ କୁମାରୀ ମାନେ 4 ଟା ପୂର୍ବରୁ ହିଁ ଓଷା କରିନେବେ । ମେଷ, ବୃଷ, କର୍କଟ, ସିଂହ, କନ୍ୟା ଓ ତୁଳା ରାଶି ଏହି ରାଶି ମାନଙ୍କ ପାଇଁ ଚନ୍ଦ୍ର ଗ୍ରହଣ ସମୟ ଅଶୁଭ ରହିବା ପାଇଁ ଯାଉଛି ।

ତେଣୁ ସେମାନେ ଚନ୍ଦ୍ରକୁ ସେଦିନ ଦେଖିବା ଅନୁଚିତ । ମିଥୁନ, ମିଛା, ଧନୁ, ମକର, କୁମ୍ଭ ଓ ମୀନ ଏହି ସମସ୍ତ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଚନ୍ଦ୍ର ଗ୍ରହଣ ଦର୍ଶନ ଶୁଭ ରହିବ । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆଗକୁ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *