କୁକୁର ମଣିଷକୁ ବାହା ହେଇପାରିବେ… ହେଲେ ମଣିଷକୁ ମଣିଷ ବାହା ହେଇପାରିବେ ନାହିଁ । ହଁ ଆଜ୍ଞା ଏଭଳି କିଛି ଲେଖି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଦୌଡ ରାଣୀ ଦୁତୀ ଚାନ୍ଦ । ଯେଉଁଥିରେ ଏଭଳି କିଛି ନିଜର ମନର ଦୁଃଖକୁ ସୋସିଆଲ ମିଡିଆରେ ଲେଖି ଜଣାଇବା ସହ ଦୁତୀ କ୍ଷୋଭ ପ୍ରକାଶ କରିଛନ୍ତି । ତେବେ ସୁପ୍ରିମ କୋର୍ଟର ରାୟ ଅନୁସାରେ ସମଲିଙ୍ଗି ବିବାହକୁ ଆଇନ ସୀକୃତି ଦେବନାହିଁ । ସମଲିଙ୍ଗି ବିବାହ ଏକ ମୌଲିକ ଅଧିକାର ନୁହେଁ ବୋଲି ମଧ୍ୟ ସୁପ୍ରିମ କୋର୍ଟ ନିଜର ରାୟ ଶୁଣାଇଛନ୍ତି ।
ତେବେ ଏହି ବିଷୟରେ ଦୁତୀ ଚାନ୍ଦ ଜାଣିଲା ପରେ କହିଛନ୍ତି କି ! ଇଏ କି ଯୁଗ ହେଲା । ଏଠାରେ ମଣିଷ କୁକୁରକୁ ବାହା ହେଇପାରୁଛି । ଯାହାକି ଆଇନଗତ ଅଟେ । ହେଲେ ମଣିଷ ଅନ୍ୟ ଜଣେ ମଣିଷକୁ ବାହା ହେଇପାରିବ ନାହିଁ ବୋଲି ଆଇନ କହୁଛି । ତେବେ ଏଭଳି କିଛି କଥା ଲେଖିବା ସହ କୁକୁରକୁ ଜଣେ ମହିଳା ବାହା ହେଉଥିବାର ଦୃଶ୍ୟକୁ ମଧ୍ୟ ସୋସିଆଲ ମିଡିଆରେ ଦୁତୀ ଶେଯାର କରିଛନ୍ତି । ତେବେ ଦୁତୀଙ୍କ କହିବା ଆଧାରରେ ଭାରତ ଛଡା ଅନ୍ୟ ଆଡେ ଏହି ନିୟମ ଲାଗୁହୋଇଛି ।
ହେଲେ ଦୁତୀ ଏଭଳି ମଧ୍ୟ କହିଛନ୍ତି । ଯେ ସୁପ୍ରିମ କୋର୍ଟ ସମଲିଙ୍ଗୀ ବିବାହକୁ ଅଗ୍ରାହ୍ୟ କରିଛି ସତ । ହେଲେ ଅଲଗା ହେବାକୁ ତ କହିନାହିଁ । ତେଣୁ ଯାହାଙ୍କୁ ଭଲ ପାଉଛି ତାଙ୍କ ଠାରୁ ମୁଁ କାହିଁକି ଅଲଗା ହେବି । ହଁ ଆଜ୍ଞା ସମସ୍ତେ ଜାଣିଛନ୍ତି କି ! ଅଲମ୍ପିୟାନ ଦୁତୀ ଚାନ୍ଦଙ୍କର ମୋନାଲିସା ନାମକ ଜଣେ ବାନ୍ଧବୀ ଅଛନ୍ତି । ତେବେ ମୋନାଲିସା କେବଳ ଦୁତୀଙ୍କର ବାନ୍ଧବୀ ନୁହନ୍ତି । ବଂର ମୋନାଲିସାଙ୍କୁ ଦୁତୀ ବହୁତ ଭଲ ମଧ୍ୟ ପାଆନ୍ତି ।
ଉଭୟ ଉଭୟଙ୍କୁ ବାହା ହେବାକୁ ମଧ୍ୟ କେବେ ଠାରୁ ନିଷ୍ପତ୍ତି ନେଇସାରିଛନ୍ତି । ତେଣୁ କୋର୍ଟର ଏଘି ରାୟ ଶୁଣି ଦୁତୀ ଚାନ୍ଦ ଓ ମୋନାଲିସା କେବେ ଅଲଗା ହେବେ ନାହିଁ ବୋଲି କହିଛନ୍ତି । କୋର୍ଟର ଏହି ନିଷ୍ପତ୍ତି ପାଇଁ ବିବାହ ବିଳମ୍ବରେ ହେଇପାରେ ସତ ହେଲେ ମୋନାଲିସାଙ୍କ ସହ ହିଁ ତାଙ୍କର ବିବାହ ହେବ ବୋଲି ଦୁତୀ କହିଛନ୍ତି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ