କାହା ଠାରୁ ଟଙ୍କାଟିଏ ବି ରୁଣ ନେଇନଥିଲେ । ଗାଁରେ ଖୋଲିଲେ ନିଜର ଅଫିସ । ଏବେ ସେ ହେଉଛନ୍ତି 39 ହଜାର କୋଟି କମ୍ପାନୀର ମାଲିକ । ଅନେକ ଆଇଟି ଇଞ୍ଜିନିୟର ମାନଙ୍କର ସ୍ଵପ୍ନ ରହିଥାଏ । ବାହାରେ ଯାଇ ଭଲ ସାଲରିରେ ଭଲ ଚାକିରୀଟିଏ କରିବା ପାଇଁ । ଯେମିତିକି ସେହି ଭଲ ସାଲାରୀରେ ସେ ନିଜର ଲକ୍ଷୁରି ଲାଇଫ ବଞ୍ଚି ପାରିବେ । ତେବେ ଆଜି ଆମେ ଏଭଳି ଏକ ବ୍ୟକ୍ତିତ୍ଵଙ୍କର କାହାଣୀ ଆପଣ ମାନଙ୍କୁ ଶୁଣାଇବାକୁ ଯାଉଛୁ ।
ଜିଏକି ଭଲ ସାଲାରୀ ଥିବା ଆମେରିକାର ଚାକିରୀ ଛାଡି ନିଜ ଗାଁରେ ନିଜର ଏକ କମ୍ପାନୀ କରିଥିଲେ । ଯୋହୋ କମ୍ପାନୀର ଫାଉଣ୍ଡର ଶ୍ରୀଧର ଭେମ୍ବୁଙ୍କ କଥା । ଜିଏକି ଏକ ସାଧାରଣ କର୍ମଚାରୀରୁ ନିଜର କ୍ଯାରିଅର ଆରମ୍ଭ କରିଥିଲେ । ତାପରେ ବିନା ଫାଉଣ୍ଡିଙ୍ଗର ସହାୟତାରେ ନିଜର ଏତେ ବଡ କମ୍ପାନୀ ଛିଡା କରିପାରିଥିଲେ । ଯାହାକି 39 ହଜାର କୋଟିର କମ୍ପାନୀ ଅଟେ । ତାମିଲନାଡୁର ଶ୍ରୀଧର ଭେମ୍ବୁ ଜଣେ ମଧ୍ୟବିତ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ।
ସେ ନିଜର ପ୍ରାଥମିକତା ଶିକ୍ଷା ତାମିଲ ଭାଷାରେ ପୂରଣ କରିଥିଲେ । ଆଇଆଇଟି ମାଡ୍ରାସରୁ 1989 ମସିହାରେ ଇଲେକ୍ଟ୍ରିଆନ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିଲେ । ପରେ ପରେ ନିଜର ଉଚ ଶିକ୍ଷା ତଥା ପିଏଚଡ଼ି କରିବା ପାଇଁ ଆମେରିକା ଚାଲିଯାଇଥିଲେ । ଆମେରିକାରେ ରହି ସେଠାରେ ପାଠ ପଢୁଥିଲେ । ପରେ ସେଠାରେ ଏକ ଚାକିରୀ ମଧ୍ୟ କରୁଥିଲେ । ହେଲେ ପରେ ସେଠାରେ ଚାକିରୀ ଛାଡି ଆସି ନିଜ ଗାଁକୁ ଚାଲି ଆସିଥିଲେ ।
ତାପରେ ତାମିଲନାଡୁର ଏକ ଗ୍ରାମରେ ସେ ନିଜର କମ୍ପାନୀ ଛିଡା କରିଥିଲେ । ତେବେ ବର୍ତ୍ତମାନ ଏହି କମ୍ପାନୀର ନାମ ଯୋହୋ ରହିଛି । ଏହି କମ୍ପାନୀର ରେଭିନ୍ୟୁ ହେଉଛି 39 ହଜାର କୋଟିର ଟଙ୍କା । ତେବେ ଏତେ ବଡ ନିଜ ଜୀବନରେ ସଫଳତା ପାଇଲା ପରେ ବି ଶ୍ରୀଧର ଭେମ୍ବୁ ଜଣେ ସାଧାରଣ ଲୋକଙ୍କ ଭଳି ଜୀବନଜାପନ କରନ୍ତି । ତେବେ ହଜାର ହଜାର କୋଟି ଟଙ୍କାର ମାଲିକ ହୋଇ ସୁଦ୍ଧା ସାଇକେଲ ଚଳାଇବାକୁ ସେ ଭଲ ପାଇଥାନ୍ତି । ଖବରର ଅପଡେଟ ପାଇବା ପାଇଁ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ