500 ବର୍ଷ ତଳର ରଥଯାତ୍ରା, କିଏ ସେହି ନାରୀ ଯାହା ପାଇଁ ଅଟକି ଯାଇଥିଲା ନନ୍ଦିଘୋଷ…

ନମସ୍କାର ବନ୍ଧୁଗଣ ତେବେ ୫୦୦ ବର୍ଷ ପରେ ସେହି ଦିବ୍ୟଧାମ ପୁରୀରେ ନନ୍ଦିଘୋଷ ଅଟକି ଯାଇଥିଲା ଲକ୍ଷ ଲକ୍ଷ ଭକ୍ତଙ୍କ ମେଳରେ ଜଣେ ବେ-ଶ୍ୟା ପାଇଁ ଆପଣମାନେ କଣ ଜାଣନ୍ତି । ରୂ-ପ-ଜି-ବୀ ଯମୁନାର କଥା ରୂ-ପ-ଜି-ବୀ ଯମୁନା ଝଡ଼ଙ୍ଗା ସାହିରେ ତାର ଘର । ଦିନେ ତା ମନରେ ଜାଗୃତ ହେଲା ଲୋକମାନେ ପା-ପ ପ୍ରଖ୍ୟାଳନ ପାଇଁ ପୁରୀ ଆସୁଛନ୍ତି ଅଥଚ ମୁଁ ଏ ଦିବ୍ୟ ଧାମରେ ରହି ଲୋକଙ୍କୁ ପା-ପି କରାଉଛି ।

ମୋ ଜୀବନରେ କଣ ମୁ-କ୍ତି ନାହିଁ ଯିବି ଜଗନ୍ନାଥଙ୍କୁ ଦେଖିବା ପାଇଁ ଯିବି କିନ୍ତୁ ଏ କଣ ମନରେ ସିନା ଆଶା ରଖିଥିଲା ଅରୁଣ ସ୍ତମ୍ବ ପାଖରେ ପହଞ୍ଚିଛି କି ନାହିଁ ପଣ୍ଡାମାନେ ତାକୁ ଘେରିଗଲେ । କହିଲେ ତୋଭଳି ଅ-ପ-ବି-ତ୍ର ପା-ପି-ନି ଯଦି ଶ୍ରୀମନ୍ଦିର ଯିବ ରାଜା ଶୁଣିଲେ ଆମ ମୁଣ୍ଡ ରହିବ ତ, ତୁ ଚାଲିଯା । ଭକ୍ତ ପ୍ରା-ଣ କା-ନ୍ଦି ଉଠିଲା ଏତେ ଦିନର ଆଶା ସବୁ ଯାହା ଥିଲା ମୌଳି ଗଲା କିନ୍ତୁ ଜଗନ୍ନାଥ ହେଉଛନ୍ତି ସମର୍ପଣର ଠାକୁର ଏକଥା ବୁଝିବାକୁ ସମୟ ହିଁ ବାକି ନଥିଲା ।

ତେବେ ଯମୁନା ଫେରୁଥାଏ ସେତେବେଳେ ସେହି ବାଟ ଦେଇ ଯାଇଥାନ୍ତି ବଳରାମ ମହାପାତ୍ର କ୍ଷେତ୍ରୀୟ ଯୁବକ, ରୂପ, ଗୁଣ, ବଳବୀର୍ଯ୍ୟରେ ପରିପୂର୍ଣ୍ଣ ଆସିଥିଲେ କାଳିଆ ପାଖକୁ । ଯମୁନାକୁ ଦେଖିବା ପରେ ଆଉ କୁଆଡେ କାଳିଆ ସିଧା ତା ପଛେ ପଛେ ପ୍ରେମରେ ଉବୁ ଟୁବୁ । ଚକ୍ଷୁ ଯୁଗଳର ମିଶ୍ରଣ ଭାବ ଦିଆନିଆ ବାଇଶି ପାହାଚ ଚଢ଼ିବାକୁ ଆସିଥିବା ପାଦ ସିଧା ଝାଡ଼ଙ୍ଗ ସାହିକୁ ଚାଲିଗଲା ବେ-ଶ୍ୟା-ଳ-ୟ–କୁ । ଏତେ ଆକର୍ଷଣ ହୋଇଗଲା ଯେ ସେ ଘରକୁ ଯିବା ପରିବର୍ତ୍ତେ ସେ ଯମୁନା ପାଖରେ ରହିବାକୁ ପସନ୍ଦ କଲେ ।

ତେବେ ଏକଥା ଏ କାନ ସେ କାନ ହୋଇ ସୋମନାଥ ମହାପାତ୍ରଙ୍କ ନିକଟରେ ପହଁଚିଲା ଯିଏ ଥିଲେ ବଳରାମ ମହାପାତ୍ରଙ୍କ ବାପା । ଏପଟେ ବାପା ସୋମନାଥ ୮୦ ବର୍ଷର ହୋଇଯାଇଥାନ୍ତି । ପୁଅର ଏ କାରୁକାର୍ଯ୍ୟ ଶୁଣି କାଳିଆକୁ ଜବାବ ମାଗିଲେ କହିଲେ ହେ କାଳିଆ ସତ କହ ମୋ ପୁଅଟା କଣ ଏମିତିକା ହୋଇଗଲା । ଲୋକ ଅ-ପ-ବା-ଦ ସେହି ନପାରି ବଳରାମଙ୍କ ବାପା ଝାଡ଼ଙ୍ଗ ସାହିକୁ ପୁଅକୁ ଖୋଜିବାକୁ ଯାଇଥିଲେ ହେଲେ ନିରାଶ ହେଲେ । ବଳରାମ ଏତେ ନାରୀ ମା-ୟା-ରେ ମଜି ଯାଇଥିଲେ ଯେ ନିଜ ବାପାଙ୍କୁ ନିଜ ଜମିର ଚାକର କହିବାକୁ ପଛାଇ ନଥିଲେ ।

ତେବେ ସେଦିନ ଥିଲା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଯମୁନାର କୋଳରେ ବଳରାମ, ଭାବ ଦିଆନିଆ ଚାଲିଥାଏ । ଶୃଙ୍ଗାର ରସରେ ଦୁଇ ପ୍ରାଣ ଏକ ମନ ଠିକ୍ ସେହି ସମୟରେ ବଳରାମଙ୍କ କାନରେ ପଡ଼ିଲା ଘଣ୍ଟ , ମୃଦଙ୍ଗ, ହରିବୋଲ, ହୁଳହୁଳିର ଶବ୍ଦ । ପୁରୀ ବଡ଼ ଦଣ୍ଡର ଈଶ୍ୱର ବଳିଆଙ୍କ କର୍ଣ୍ଣଗତ ହୋଇଥିଲା । ଯମୁନାକୁ ପଚାରିଲେ ଯମୁନା ଏ ଘଣ୍ଟା, ମର୍ଦଳ, ହରିବୋଲ, ହୁଳହୁଳି କାହିଁକି ଯମୁନା କହିଲେ ଏଇଟା କାଳିଆ ସାଆନ୍ତଙ୍କ ଲୀଳା । ଆଜି ପରା ସେ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ବଡ଼ ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ।

ତେବେ ଏହା ଶୁଣିଲା ପରେ ବଳିଆ ଦୋଉଡ଼ିଲେ ରଥ ପାଖକୁ । ଆରେ କିଏ କାଳିଆର ତାକୁ କିଏ ଅଟକାଇବ । କାମଦେବ ସିନା ଦୃଷ୍ଟତା କଲେ ସେହି କାଳିଆ ଯାହାକୁ ଆକର୍ଷଣ କରେ ତାର ଆକର୍ଷଣ ରାଗରେ କାମଦେବ ମଧ୍ୟ ଫିକା ପଡ଼ିଯାଆନ୍ତି । ଏଥର ବଳିଆ ଭାବିଲେ ଟିକେ କାଳିଆର ଦୌଡିକୁ ଟାଣିଦେବି । ବଳିଆର ରୂପ ଦେଖି ସବୁ ହସିଲେ । ସମସ୍ତେ ଜାଣିଛନ୍ତି ଇଏ ଯମୁନା ପାଖରେ ରହୁଛି ପୁଣି ବର୍ତ୍ତମାନ ଗାଲରେ ବେ-ଶ୍ୟା-ର ଚୁମ୍ବନ ଅପବିତ୍ର, ଅଶୁଭ ।

ଅନେକ ଅଜଣା ବେ-ତ୍ରା-ଘା-ତ ପଡ଼ିଲା ବଳିଆ ଉପରେ । ରଥ ଦୌଡ଼ି ଛୁଇଁବାକୁ ଦେଲେ ନାହିଁ ପଣ୍ଡା ଦଳ । ଶେଷରେ ବାଲିଆ କାଳିଆକୁ ପ୍ରଶ୍ନ କଲେ କାଳିଆ ଏଇଟା କଣ ତୋର ବଡପଣ । ତୋ ଭକ୍ତ ତୋରି ଆଗରେ ମାଡ଼ ଖାଉଛି ରେ ତୁ ସାକ୍ଷୀ ଦବୁନି । ହୋଉ ଠିକ୍ ଅଛି ମୁଁ ଯାଉଛି ପ୍ରକୃତରେ ଯଦି ତୋର ଭକ୍ତ ହୋଇଥିବି ଏ ବାଲିଆ ନ ଛୁଇଁଲା ଯାଏଁ ରଥ ଗଡିବନି କୋହୁଛି । ବଳରାମ ମହାପାତ୍ର ଚାଲିଲେ ବାଙ୍କୀ ମୁହାଣକୁ ।


ବାଲିରେ ୩ଟି ତିଆରି କଲେ ଭକ୍ତିରେ ପରିପୂର୍ଣ୍ଣ ବଳିଆ କାଳିଆ ଠାକୁର ସହିତ ଭାଈ ବଳିଆ ଓ ମା ସୁଭଦ୍ରାଙ୍କୁ ଡ଼ାକି ଆଣିଲି ରଥକୁ ରଥରେ ବସାଇଲେ । ବଡ଼ ଦାଣ୍ଡରେ ସତକୁ ସତ ରଥ ଅଟକି ଗଲା ଲକ୍ଷ ଲକ୍ଷ ଭକ୍ତ ଘୁଞ୍ଚାଇ ପାରିଲେନି କାଳିଆକୁ । ଯାହାର ଇଚ୍ଛାରେ ଏ ସାରା ବିଶ୍ବ ଚାଲେ ତାକୁ ପୁଣି କିଏ ଚଲାଇବ । ହଁ ଜଣେ ଚଲେଇ ପାରେ, ଜଣେ ଅଟକାଇ ପାରେ ସେ ଅଧିକାର ସେ ତାଙ୍କ ଭକ୍ତଙ୍କୁ ଦେଇଛନ୍ତି ଏଇଟା ବଳିଆ ପ୍ରମାଣ କରି ଦେଇଥିଲେ ।

ପୂଜା ପଣ୍ଡା ଡରିଗଲେ ରାଜା ଡରିଗଲେ ଭକ୍ତଙ୍କ ବୁଦ୍ଧି ହଜି ଗଲାଣି । ସେପଟେ କାଳିଆ ପ୍ରତାପରୁଦ୍ର ଦେବଙ୍କୁ ସ୍ୱପ୍ନାଦେଶ ଦେଲେ ବାଙ୍କୀ ମୁହାଣରେ ମୋ ଭକ୍ତ ବଳିଆ, ତା ବାଲି ରଥରେ ମୁଁ ତାକୁ ଅପବିତ୍ର କହି ଗୋଡ଼ାଇ ଦେଲ ସିନା ଯାଅ ତାକୁ ଡ଼ାକି ଆଣ । ସେ ଅପବିତ୍ର ଭକ୍ତର ହାତ ବାଜିଲେ ମୋ ନନ୍ଦିଘୋଷ ଗଡିବ । ରାଜା ପାଲିଙ୍କିରେ ବସାଇ ବଳିଆକୁ ଅଣାଗଲା । ସେ ହାତ ଲଗାଇବାରୁ କଳିଆଙ୍କ ରଥ ଘୁଞ୍ଚିଲା । କାଳିଆ ଅବିତ୍ର ଓ ଅପବିତ୍ରରୁ ଉର୍ଦ୍ଧରେ ଜାତି ଅଜାତିର ଉର୍ଦ୍ଧରେ ସେ ଚାହେଁ ସମର୍ପଣ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *