kidney କୁ କେମିତି ରଖିବେ ସୁସ୍ଥ ? Dr Biswajit Nanda

ସବୁଦିନ ଆପଣ କାମ କରିବାକୁ ଚାହୁଁଛନ୍ତି ତେବେ ଶରୀର ସୁସ୍ଥ ରହିବା ଦରକାର । ଯଦି ଆମ ଶରୀରରେ ଥିବା ଅପରିଷ୍କାର ଓ ବର୍ଜ୍ୟ ବସ୍ତୁ ଆମ ଶରୀରରୁ ବାହାରିଯିବ ତେବେ ଆମ ଶରୀର ସୁସ୍ଥ ରହିବ । ଯଦି ଅପରିଷ୍କାର ଜିନିଷ ଆମ ଶରୀରରେ ରହିବ ତେବେ ଆମକୁ ଭୋକ ହେବ ନାହିଁ, ମୁହଁ ହାତ ଫୁଲିଯିବ, କାମ କରିବାକୁ ଊର୍ଜା ଆସିବ ନାହିଁ ଦୁର୍ବଳତା ଲାଗିବ ଇତ୍ୟାଦି । ଯଦି ଆପଣଙ୍କ କିଡନି ସୁସ୍ଥ ରହୁଛି ଓ ଶରୀରରୁ ସବୁ ଅପରିଷ୍କାର ବର୍ଜ୍ୟ ବସ୍ତୁ ବାହାର କରି ଦେଉଛି ତେବେ ଆପଣଙ୍କ ଶରୀରର ସୁସ୍ଥ ରହିବ ।

ସେଥିପାଇଁ ଶରୀରକୁ ସୁସ୍ଥ ରଖିବା ପାଇଁ ଚାହୁଁଛନ୍ତି ତେବେ କିଡନିକୁ ସୁସ୍ଥ ରଖନ୍ତୁ । ଏଥିପାଇଁ ଆପଣ ଏକ ଭଲ ଖାଦ୍ୟଶୈଳୀକୁ ଆପଣାନ୍ତୁ । ଯେମିତି କି ସବୁଦିନ ଖାଦ୍ୟରେ ଫଳ ଓ ପନିପରିବା ସେବନ କରିବା ଉଚିତ । ଭାତ ଓ ରୁଟି ଅର୍ଥାତ ପୁରୁଣା ସମୟରେ ଆମେ ଯେଉଁ ସବୁ ଦେଶୀ ଖାଦ୍ୟ ଖାଉଥିଲୁ ସେହି ସବୁ ଖାଦ୍ୟ ଖାଇବା ଉଚିତ । ବର୍ତ୍ତମାନ ବଡି ବିଲଡରମାନେ ପ୍ରୋଟିନ ସେବନ କରୁଛନ୍ତି ।

କିନ୍ତୁ ଆପଣଙ୍କ ଶରୀର ଓଜନ ଅନୁସାରେ ପ୍ରୋଟିନ ଖାଇବା ଉଚିତ । ଯଦି ଅଧିକ ପ୍ରୋଟିନ ନେବେ ତେବେ ଏହା ଆପଣଙ୍କ କିଡନୀ ପାଇଁ କ୍ଷତି କାରକ ହୋଇପାରେ । ସେଥିପାଇଁ ଆପଣ ନିଜର ଶରୀରର ଓଜନ ଅନୁସାରେ କିମ୍ବା ଡାକ୍ତରଙ୍କ ସହ ପରାମର୍ଶ ନେଇ ପ୍ରୋଟିନ ସେବନ କରନ୍ତୁ ।

ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ କିନ୍ତୁ ଧ୍ୟାନ ରଖିବେ କି ପାଣିକୁ ସବୁବେଳେ ଫିଲ୍ଟର କରି ପିଇବେ । ସବୁଦିନ ଏକ୍ସରସାଇଜ କରନ୍ତୁ । ଏକ୍ସରସାଇଜ କେବଳ କିଡନି ପାଇଁ ନୁହେଁ ଶରୀରର ସବୁ ଅଙ୍ଗ ପ୍ରତ୍ୟଙ୍ଗ ପାଇଁ ଜରୁରୀ ଅଟେ । ସବୁଦିନ ଏକ୍ସରସାଇଜ, ବାଲାନ୍ସ ଡାଏଟ, ପଜିଟିବ ଥିଙ୍କିଙ୍ଗ କିଡନିକୁ ସୁସ୍ଥ ରଖିବା ପାଇଁ ବହୁତ ଜରୁରୀ ଅଟେ । ନେଗଟିବ ଚିନ୍ତାଧାରାରୁ ଯେତେ ଦୂରେଇ ରହିବେ ସେତିକି ଭଲ । କିଛି ମେଡିସନ ଅଛି ଯେଉଁଥିରେ ବହୁତ ପରିମାଣରେ ଧାତୁ ଓ ଅନ୍ୟ କିଛି ଜିନଷ ଥାଏ, ବେଳେ ବେଳେ ସେହି ସବୁ ମେଡିସନ ବି କିଡନିକୁ କ୍ଷତି ପହଞ୍ଚାଇ ପାରେ ।

ଦିନକୁ ଆପଣ ୩୦ ମିନିଟ ଏକ୍ସରସାଇଜ ନିଶ୍ଚିତ ରୂପରେ କରନ୍ତୁ ଓ ସପ୍ତାହକୁ ଦିନେ ବିଶ୍ରାମ ନିଅନ୍ତୁ । ଡାଏଟ ଯେଉଁଥିରେ କାର୍ବୋହାଇଡ୍ରେଡ, ପ୍ରୋଟିନ ଓ ଫାଇବାର ଅଧିକ ରହିବ ଓ ଫ୍ୟାଟ କମ ରହିବ ସେହିଭଳି ଖାଦ୍ୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ନନଭେଜ ବିଷୟରେ ଯଦି କହିବା ତେବେ ଆପଣ ଚୂନାମାଛ, ଶାଗ ପନିପରିବା ଅଧିକ ସେବନ କରନ୍ତୁ । ମଟନ ଓ ଚିକେନ କମ ସେବନ କରିବେ । ଗୁଟକା, ସିଗାରେଟ ଓ ମଦୟପାନ ଠାରୁ ଦୂରେଇ ରୁହନ୍ତୁ । ଯାହାକି କିଡନିକୁ ବି ଡ୍ୟାମେଜ କରି ପାରେ ।

ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *