ଖୋଲାଯିବ କୋଣାର୍କର ମୁଖ୍ୟଦ୍ଵାର ! କୁଆଡେ ଗଲା 53 ଟନ୍ ଚୁମ୍ବକ ?

ଦର୍ଶକ ବନ୍ଧୁ ମାଳିକାରେ ବର୍ଣ୍ଣିତ ଯେଉଁ ସବୁ ଜାଗା ରହିଛି ସେସବୁ ଏ ପର୍ଯ୍ୟନ୍ତ ଲୋକ ଲୋଚନକୁ ଆସିପାରି ନାହିଁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ମାଳିକା କ୍ଷେତ୍ର ବା କୋଣାର୍କ ବିଷୟରେ କିଛି ରହସ୍ୟମୟ କଥା କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତେବେ କୋଣାର୍କରେ କଣ ରହିଛି ଐତିହ କିମ୍ବଦନ୍ତୀ କଣ କହୁଛି ସେସବୁ ଆଜି ଆମେ ଆପଣ ମାନଙ୍କୁ କହିବା ପାଇଁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଦର୍ଶକ ବନ୍ଧୁ ଆପଣ ଆମ ଓଡିଶାରେ ଯେତେ ହିନ୍ଦୁ ମନ୍ଦିର ଦର୍ଶନ କରିବେ ପ୍ରତି ହିନ୍ଦୁ ମନ୍ଦିର ସାମ୍ନାରେ ହାତୀ ଉପରେ ସିଂହ ଦେଖିବେ । କିନ୍ତୁ କୋଣାର୍କରେ ତିନୋଟି ମୂର୍ତ୍ତି ଅଛି ତଳେ ଗୋଟେ ମଣିଷ ଅଛି ମଣିଷକୁ ଚାପିଛି ହାତୀ ଆଉ ହାତୀକୁ ଚାପିଛି ସିଂହ ।

ମଣିଷ ହେଉଛି ଶଙ୍କୁନ୍ତଳ ପୁଅ ଭରତ ରାଜା ଆଦି ହିନ୍ଦୁ ଧର୍ମ ତାକୁ ପତନ କରିଛି ବୌଦ୍ଧ ଧର୍ମ ବୌଦ୍ଧର ପ୍ରତୀକ ହେଲା ହାତୀ ବୌଦ୍ଧର ଯିଏ ପତନ କରିଛି ହିନ୍ଦୁ ଧର୍ମ ହିନ୍ଦୁ ଧର୍ମର ପ୍ରତୀକ ହେଲା ସିଂହ । ସିଂହ ହେଉଛି ମା ଦୂର୍ଗାଙ୍କର ପ୍ରତୀକ ଆଉ ହାତୀ ହେଉଛି ଐଶ୍ଵର୍ଯ୍ୟର ପ୍ରତୀକ । ଯେଉଁ ମାନେ କୁକର୍ମ କରନ୍ତି ଶେଷରେ ସେମାନଙ୍କର ପତନ ହୁଏ ଆପଣଙ୍କର ଯଦି ଗର୍ବ ଅହଂକାର ଅଛି ସେସବୁ ତ୍ୟାଗ କରି ଭଗବାନଙ୍କ ଦର୍ଶନ କରିବାକୁ ଯିବେ ।

ତେଣୁ ଏସବୁ ଜିନିଷ ଲୋକ ମାନଙ୍କ ପାଇଁ ରହିଛି । ବନ୍ଧୁଗଣ କୋଣାର୍କ ମନ୍ଦିରରେ ଲୋୟର ବିମ ଅଛି । ଏହା ବହୁ ପୁରାତନ କାଳରୁ ଅଛି । ଏହା ଆଗରୁ ମନ୍ଦିର ଭିତରେ ଥିଲା ହେଲେ ଏହା ଭାଙ୍ଗି ଯିବା ପରେ ଏବେ ବାହାରେ ରଖା ଯାଉଛି । ଏତେ ବର୍ଷର ଲୋୟର ବିମ ହେଇଥିଲେ ସୁଧା ଏଥିରେ ଜଙ୍କ ଲାଗୁନି । ଲୁଣୀ ହାୱା ପଥରକୁ ଖାଇ ଯାଉଛି କିନ୍ତୁ ଲୁହାକୁ ଖାଇ ପାରୁନି ।

ସେତେବେଳର ଲୁହା ଗୁଡିକୁ ରଙ୍ଗ କରା ଯାଉନି । ଦର୍ଶକ ବନ୍ଧୁ କୋଣାର୍କ ମନ୍ଦିରର ଏମିତି ଅନେକ କିଛି ରହସ୍ୟ ରହିଛି ଯାହା ଆପଣ ମାନେ ଏହି ଭିଡିଓରୁ ଦେଖି ଜାଣି ପାରିବେ । ତା ହେଲେ ଦର୍ଶକ ବନ୍ଧୁ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *