ଖରାପ କର୍ମ କରୁଥିବା ମଣିଷ କାହିଁକି ସୁଖ ପାଏ ? ବ୍ୟାସମୁନି ଓ ଏକ ପୋକର ଏହି ଅମୂଲ୍ୟ କାହାଣୀ ଆପଣଙ୍କ ଜୀବନ ବଦଳେଇ ଦେବ…(Inspirational Story)

ବନ୍ଧୁଗଣ ଏ ଦୁନିଆରେ ଥିବା ପ୍ରତ୍ୟକ ମଣିଷଙ୍କ ମନରେ ଗୋଟେ ପ୍ରଶ୍ନ ରହିଛି ଯେ, ଏ ଦୁନିଆରେ ଏ ସଂସାରରେ କିଛି ଲୋକ କୁକର୍ମ କରି ଖରାପ କର୍ମ କରି କେମିତି ଶାନ୍ତିରେ ଅଛନ୍ତି, ଭଲରେ ଅଛନ୍ତି ଓ ବେସ ଆନନ୍ଦରେ ଜୀବନ କାଟୁ ଛନ୍ତି । ଆଉ କିଛି ଲୋକ ବହୁତ ସୁକର୍ମ କରିବା ପରେ ବି ବିଭିନ୍ନ ପ୍ରକାରର ଭଲ କାମ କରିବା ପରେ ବି ଦୁଃଖରେ ଅଛନ୍ତି ସମସ୍ୟାରେ ଅଛନ୍ତି ଆଉ ଯନ୍ତ୍ରଣାରେ ଅଛନ୍ତି ।

ବନ୍ଧୁଗଣ ପ୍ରକୃତରେ ଏ ସମସ୍ୟାର ସମାଧାନ କଣ ପ୍ରକୃତରେ ଏ ପ୍ରଶ୍ନର ଉତ୍ତର କଣ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ମଣିଷ ଜୀବନ ଯଦି ପୁସ୍ତକ ତା ହେଲେ ମଣିଷ ଭାଗ୍ୟ ଲେଖିବାର କଲମ ହେଉଛି କର୍ମ । ତେଣୁ ଏହା ବିଷୟରେ ସମସ୍ତ ମଣିଷକୁ ଜାଣିବା ଦରକାର ।

ଆମେ ଆମ ଜୀବନ ପୁସ୍ତକରେ ଯାହା କର୍ମ କରିଥାଉ ଆମକୁ ତାହା ମିଳିଥାଏ । ପ୍ରକୃତରେ ଏହି ସଂସାରରେ କିଛି ଲୋକ ଖରାପ କାମ କରିବା ପରେ ବି କାହିଁକି ଏତେ ସୁଖର ଜୀବନ କାଟୁ ଛନ୍ତି ଏହା ଜାଣିବା ନିହାତି ଆବଶ୍ୟକ । କାରଣ ଯଦି ଏ ଚିନ୍ତାଧାରା ଏ ମଣିଷ ସମାଜ ଏ ଯୁବ ସମାଜ ମନରେ ପଶି ଯାଏ ତା ହେଲେ ଏହା ବହୁତ ବଡ ଭୁଲ ଧାରଣା ସୃଷ୍ଟି କରିବ ।

ତାଙ୍କ ମନରେ ଆସିବ ଯଦି ସୁକର୍ମ କରିବା ପରେ ମଣିଷ ଦୁଃଖରେ ରହୁଛନ୍ତି ତା ହେଲେ କାହିଁକି ଭଲ କର୍ମ କରିବା । ଯଦି ଖରାପ କାମ କରି ଲୋକ ସୁଖରେ ରହୁଛନ୍ତି ତା ହେଲେ କାହିଁକି ଆମେ ଖରାପ କାମ କରିବା ନାହିଁ । ବନ୍ଧୁଗଣ ଗୋଟେ ପୋକ ଏ ଜନ୍ମର କିଛି ଭଲ କର୍ମ କରିଥାଏ ଆଉ ପର ଜନ୍ମରେ ମଣିଷ ଜନ୍ମ ପାଏ । ମଣିଷ ଜନ୍ମ ପାଇ ସେ ଆହୁରି ସୁକର୍ମ କରିଥାଏ ତେଣୁ ତାକୁ ଆର ଜନ୍ମରେ କମ କଷ୍ଟରେ ବହୁତ କିଛି ମିଳି ଯାଏ ।

ତେଣୁ ବନ୍ଧୁଗଣ ପୂର୍ବ ଜନ୍ମର କର୍ମକୁ ନେଇ ଆମକୁ ଏ ଜନ୍ମରେ ଫଳ ମିଳିଥାଏ । ଯଦି ଆମେ ପୂର୍ବ ଜନ୍ମରେ ସୁକର୍ମ କରିଥାଉ ତା ହେଲେ ଆମକୁ ଏ ଜନ୍ମରେ ସୁଖ ଓ ସମୃଦ୍ଧି ମିଳିଥାଏ ଏଣିକି ଯଦି ଆମେ ଏ ଜନ୍ମରେ ଖରାପ କାମ ବା କୁକର୍ମ କରିବୁ ତା ହେଲେ ଆମକୁ ଆସୁଥିବା ଜନ୍ମରେ ବହୁତ କଷ୍ଟ ଏବଂ ଦୁଃଖ ସହିବାକୁ ପଡିବ ।

ବନ୍ଧୁଗଣ ଏହା ହେଉଛି ବିଧିର ବିଧାନ । ତେଣୁ ଯେଉଁ ମାନେ କୁକର୍ମ କରି ଏ ଜନ୍ମରେ ସୁଖରେ ରହୁଛନ୍ତି ସେମାନେ ନିଜ ପୂର୍ବ ଜନ୍ମରେ କିଛି ଭଲ କର୍ମ କରିଥିବେ । ଆପଣ ମାନେ ଏ ଜନ୍ମରେ ସୁକର୍ମ କରି ଦୁଃଖ କଷ୍ଟରେ ରହୁଛନ୍ତି ହେଲେ ଆର ଜନ୍ମରେ ସବୁ କିଛି ପାଇବେ ।

Leave a Reply

Your email address will not be published. Required fields are marked *