ଖାଲି ଫିଲ୍ମରେ ନୁହେଁ, ଦରକାର ପଡିଲେ ମୁଁ ମୋ ବାପାଙ୍କ ପାଇଁ କିଛି ବି କରିପାରେ… Actor Babushan Mohanty

ବାପାଙ୍କ ପାଇଁ ମୁଁ ଜୀବନ ଦେଇଦେବି । ହଁ ବନ୍ଧୁଗଣ ମାଲ୍ୟଗିରି ଫିଲ୍ମର ପ୍ରିମିୟରରେ ହଲ୍ ମଧ୍ୟରେ ଥାଇ ଏକ ଇଣ୍ଟରଭିୟୁରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବାବୁଶାନ । ତେବେ ଗତ କାଲି ପୂର୍ଣ୍ଣପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ଓଡିଆ ଚଳଚିତ୍ର ମାଲ୍ୟଗିରି । ଯେଉଁଥିରେ ମୁଖ୍ୟ ନାୟକ ଭାବେ ନଜର ଆସିଛନ୍ତି ବାବୁଶାନ ମହାନ୍ତି । ତେବେ ବାବୁଶାନ ମହନ୍ତିଙ୍କ କହିବା ଆଧାରରେ ଫିଲ୍ମ ରିଲିଜର ପ୍ରଥମ ଦିନ ହିଁ ଦର୍ଶକଙ୍କର ଏତେ ସାରା ଆଶା ଠାରୁ ଅଧିକ ଭଲ ପାଇବା ଦେଖି ତ ବହୁତ ଖୁସି ଲାଗୁଛି ।

ଫିଲ୍ମ ରିଲିଜ ହେବା ପୂର୍ବରୁ ଆମେ ଜଗନ୍ନାଥ ମନ୍ଦିର ପୁରୀ ଯାଇଥିଲୁ । ମୁଁ ଆଉ ମୋ ପୁରା ପରିବାର ମିଶିକି ଆମେ ଜଗନ୍ନାଥ ଦର୍ଶନରେ ଦେଖିବାକୁ ଯାଇଥିଲୁ । ମୋ ପୁଅ ଗ୍ବାନ ମଧ୍ୟ କାଲି ପ୍ରଥମ କରି ଜଗନ୍ନାଥଙ୍କ ପାଖକୁ ଯାଇଥିଲା । ମୋ କାନ୍ଧରେ ବସେଇକି କାଳିଆ ପ୍ରଭୁଙ୍କୁ ତାକୁ ଦେଖେଇଲି । ମାଲ୍ୟଗିରି ଚଳଚିତ୍ରରେ କାହାଣୀ ଅନୁସାରେ ମୁଁ ମୋ ବାପାଙ୍କ ଦେହ ଅସୁସ୍ଥ ଥିବାରୁ ଜଡିବୁଟି ଆଣିବାକୁ ଯାଇଥିଲି । ସେହି ଉପରେ ଏକ କାହାଣୀ ଆଧାର କରି ଚଳଚିତ୍ରଟି ନିର୍ମାଣ କରାଯାଇଛି ।

ତେବେ ଏହା ତ ଫିଲ୍ମର କାହାଣୀ ଥିଲା । ହେଲେ ମୁଁ ମୋ ବାପାଙ୍କ ପାଇଁ କିଛି ବି କରିପାରେ । ଦରକାର ପଡିଲେ ମୁଁ ମୋ ଜୀବନ ବି ମୋ ବାପାଙ୍କ ପାଇଁ ଦେଇପାରେ । ମାମା ବି ଆଗରୁ ମୋର ବହୁତ ଫିଲ୍ମରେ ମା’ ଭୂମିକାରେ ନଜର ଆସନ୍ତି । ହେଲେ ମାମା ଏବେ ଫିଲ୍ମରୁ ଟିକେ ବ୍ରେକ ନେଇଛନ୍ତି । ହେଲେ ମୋର ପୁରା ପରିବାର ଫିଲ୍ମରେ ମୋତେ ଦେଖିକି ବହୁତ ଏଞ୍ଜୟ କରନ୍ତି ।

ମୋ ପୁଅ ମୋତେ ଘରେ ଡାଡା ଡାକେ । ହେଲେ ଫିଲ୍ମରେ ମୁଁ ବାହାରିଲେ । ବାବୁଶାନ ବାହାରିଲା ବୋଲି କହିଦିଏ । ଆମେ ଏହି ଫିଲ୍ମ ପାଇଁ ବହୁତ ପରିଶ୍ରମ କରିଛୁ । ତେଣୁ ଫିଲ୍ମକୁ ଦର୍ଶକଙ୍କର ଭଲ ପାଇବା ବହୁତ ସାରା ମିଳିବ ବୋଲି ଆଶା ରହୁଛି । ତେବେ ଅଭିନେତା ବାବୁଶାନ ମହାନ୍ତିଙ୍କର ଅଭିନୟ ଆପଣଙ୍କୁ କିପରି ଲାଗେ ? କମେଣ୍ଟ କରିକି ଜଣାନ୍ତୁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *