Garuda Puran- ମୃତ୍ୟୁ ପରେ କେତେ ଦିନ ପର୍ଯ୍ୟନ୍ତ ଆତ୍ମା ଘରେ ରହିଥାଏ ?

ଗରୁଡ ପୁରାଣରେ ମନୁଷ୍ୟର ଜୀବନ ଓ ମୃତ୍ୟୁ ସମ୍ବନ୍ଧିତ ଏହିଭଳି ବହୁତ ରହସ୍ୟ ବିଷୟରେ ଜାଣିବାକୁ ମିଳିଥାଏ, ଯାହାକୁ ଜାଣି କୌଣସି ବି ବ୍ୟକ୍ତି ନିଜର ଜୀବନକୁ ସୁଧାରୀ ପାରିବ । ଏହି କ୍ରମରେ ଆଜି ଆମେ ଆପଣଙ୍କୁ କହିବୁ କି ମୃତ୍ୟୁ ପରେ ମୃତକର ଆତ୍ମା କେତେ ଦିନ ପର୍ଯ୍ୟନ୍ତ ମୃତକର ଘରେ ରହିଥାଏ । ଗରୁଡ ପୁରାଣର ପ୍ରଥମ ଅଧ୍ୟାୟରେ ସ୍ପଷ୍ଟ ରୂପରେ କୁହାଯାଇଛି କି ମୃତ୍ୟୁ ପରେ ଆତ୍ମାକୁ ନବାକୁ ଆସିଥିବା ଯମଦୂତ କେବଳ ୨୪ ଘଣ୍ଟା ପାଇଁ ହିଁ ଆତ୍ମାକୁ ନିଜ ସହିତ ନେଇ ଯାଆନ୍ତି ।

ଏହି ୨୪ ଘଣ୍ଟା ସମୟରେ ଆତ୍ମାକୁ ତାର ସମ୍ପୂର୍ଣ ଜୀବନର ଲେଖା ଜୋଖା ଦେଖାଏ । ଯେଉଁଥିରେ ଏହା ହିସାବ ହୋଇଥାଏ କି ସେହି ଜୀବାତ୍ମା ନିଜର ଜୀବନ କାଳ ମଧ୍ୟରେ କେତେ ପାପ ଓ ପୂଣ୍ୟ କରିଛି । ଏହା ପରେ ସେହି ଆତ୍ମାକୁ ଘରେ ଛାଡି ଦିଆଯାଏ । ଯେଉଁଠି ୧୩ ଦିନ ପର୍ଯ୍ୟନ୍ତ ଆତ୍ମା ସେଠି ରହିଥାଏ । ୧୩ ଦିନ ବୀତି ଯିବା ପରେ ସେହି ଆତ୍ମାକୁ ପୁଣି ଥରେ ଯମଲୋକ ନିଆଯାଏ ।

ଗରୁଡ ପୁରାଣ ଅନୁସାରେ ୨୪ ଘଣ୍ଟା ଯମଲୋକରେ ରହିବା ପରେ ଯମଦୂତମାନେ ପୁଣି ଥରେ ସେହି ଜୀବାତ୍ମାକୁ ପୃଥିବୀ ପୃଷ୍ଠକୁ ଛାଡି ଦିଅନ୍ତି । ମନୁଷ୍ୟ ଲୋକକୁ ଆସି ସେହି ଜୀବାତ୍ମା ପୁଣି ଥରେ ଶରୀର ଭିତରକୁ ଯିବାକୁ ଚେଷ୍ଟା କରିଥାଏ । କିନ୍ତୁ ଯମଦୂତ ଦ୍ଵାରା ବନ୍ଧା ହୋଇଥିବା କାରଣରୁ ସେ କିଛି ବି କରି ପାରି ନ ଥାଏ । ସେ ନିଜର ପରିବାର ଓ ସମ୍ପର୍କୀୟମାନଙ୍କୁ ଶୋକ ପାଳନ କରୁଥିବାର ଦେଖିଥାଏ ।

ସେ ତାକୁ ଚୁପ କରାଇବା ପାଇଁ ଚେଷ୍ଟା ବି କରିଥାଏ । କିନ୍ତୁ ତାର ସେହି ଉପସ୍ଥିତି ବିଷୟରେ କେହି ବି ଜାଣି ନ ଥାନ୍ତି । ନିଜ ସାମ୍ନାରେ ନଶ୍ଵର ଶରୀରକୁ ଦେଖି ଓ ଭୋକିଲା ଶୋଷିଲା କାରଣରୁ ଜୀବାତ୍ମା ଉଚ୍ଚ ଉଚ୍ଚ ସ୍ଵରରେ ବିଳାପ କରିଥାଏ । ଶବର ଅନ୍ତିମ ସଂସ୍କାର ପରେ ପିଣ୍ଡଦାନ କରାଯାଏ । କାରଣ ଏହି ପିଣ୍ଡଦାନ କାରଣରୁ ହିଁ ଆତ୍ମାକୁ ଖାଦ୍ୟ ମିଳିଥାଏ । କୁହାଯାଏ ଯାହାର ପିଣ୍ଡଦାନ ହୋଇ ନ ଥାଏ ସେମାନେ ଭୁତ ହୋଇ ବହୁତ ସମୟ ପର୍ଯ୍ୟନ୍ତ ଭ୍ରମଣ କରୁଥାନ୍ତି । କୋଟି କୋଟି ବର୍ଷ ବିତିବା ପରେ ବିନା ଖାଦ୍ୟରେ ଏତେ ପୀଡା ସହିବା ପରେ ତାର କର୍ମର ଫଳ ସମାପ୍ତ ହୋଇ ନ ଥାଏ ।

ଯେଉଁ ସମୟ ପର୍ଯ୍ୟନ୍ତ ସେ ନିଜର ପାପର ଫଳ ଭୋଗି ନ ଥାଏ ସେହି ସମୟ ପର୍ଯ୍ୟନ୍ତ ତାକୁ ମନୁଷ୍ୟ ଶରୀରର ବି ମିଳି ନ ଥାଏ । ସେଥିପାଇଁ ୧୦ ଦିନ ପର୍ଯ୍ୟନ୍ତ ପିଣ୍ଡଦାନ କରିବା ଉଚିତ । ଏହା ପରେ ସେହି ଆତ୍ମା ୧୩ ଦିନ ପରେ ସେ ଯମଲୋକ ଚାଲିଯାଏ । ଯଦି ଆପଣ ଯମଲୋକର ଯାତ୍ରାକୁ ସହଜ ଓ ସୁଖଦାୟକ କରିବାକୁ ଚାହୁଁଛନ୍ତି ତେବେ ଜୀବିତ ଥିବା ସମୟରେ କୌଣସି ବି ଖରାପ କାର୍ଯ୍ୟ କରିବା ଉଚିତ ନୁହେଁ ।

ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *