ମହିଳାଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ଖବର ! କେତେ ବୟସର ମହିଳାଙ୍କୁ ମିଳିବ ସୁଭଦ୍ରା ଯୋଜନା ! Subhadra yojana

କାହାକୁ ମିଳିବ ସରକାରଙ୍କ ସୁଭଦ୍ରା ଟଙ୍କା ! ଖବର ମୁତାବିକ ପ୍ରଥମ କ୍ଯାବିନେଟ ବୈଠକ ପରେ ନୂଆ ସରକାର ନେଇ ଏଭଳି ସବୁ ପଦକ୍ଷେପ । ସେହି ଭିତରେ ମହିଳା ମାନଙ୍କର ଶଶକ୍ତକରଣ ଦିଗରେ ମଧ୍ୟ ସରକାର ବେଶ ଦ୍ରୁଷ୍ଟି ଦେଇଛନ୍ତି । ସେଥିପାଇଁ ମହିଳା ମାନଙ୍କୁ ସୁଭଦ୍ରା ଯୋଜନାର ଅନ୍ତର୍ଭୁକ୍ତ କରାଯାଇଛି । ସେଥିପାଇଁ ମହିଳା ମାନଙ୍କୁ 50 ହଜାର ଟଙ୍କାର ଭାଉଚର ମିଳିବାକୁ ଯାଉଛି । ହେଲେ ଏହି ସୁଭଦ୍ରା ଯୋଜନାର ଲାଭ କେଉଁ ମାନେ ସବୁ ଉଠାଇପାରିବେ ତାହାର ରିପୋର୍ଟ ଜାଣନ୍ତୁ।

କଣ ରହିଛି ଏହି ଯୋଜନାର ନିୟମ ଏବଂ କେଉଁ କେଉଁ ମାନେ ମାନେ ଏଥିରେ ଅନ୍ତର୍ଭୁକ୍ତ ହୋଇପାରିବେ । ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝି ଶପଥ ନେବା ପରେ ପ୍ରଥମ କ୍ଯାବିନେଟ ବୈଠକ ବସିଥିଲା । ଯେଉଁଥିରେ ମହିଳା ମାନଙ୍କୁ ଶଶକ୍ତ କରିବା ପାଇଁ ଏହି ସୁଭଦ୍ରା ଯୋଜନା ପ୍ରସଙ୍ଗ ମଧ୍ୟ ଉଠିଥିଲା । କାରଣ ନିର୍ବାଚନ ସମୟରେ ସୁଭଦ୍ରା ଯୋଜନା ଦ୍ଵାରା ମହିଳା ମାନଙ୍କୁ ଶଶକ୍ତ କରିବା ଉପରେ ମଧ୍ୟ ସେତେବେଳେ ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରତିଶ୍ରୁତି ମିଳିଥିଲା ।

ତେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଖୋଦ କହିଛନ୍ତି । ଯେ ସୁଭଦ୍ରା ଯୋଜନାକୁ ଆଗାମୀ 100 ଦିନ ଭିତରେ କାର୍ଯ୍ୟକାରୀ କରାଯିବାକୁ ଯାଉଛି । ଓଡିଶାରେ କେବଳ ମହିଳା ମାନଙ୍କ ପାଇଁ ଏଇ ଯୋଜନା କାର୍ଯ୍ୟକାରୀ କରାଯିବ । ମହିଳା ମାନଙ୍କୁ ଯେଉଁ 50,000 ଟଙ୍କା ଭାଉଚର ପ୍ରଦାନ କରାଯିବ । ସେମାନେ ତାହାକୁ 2 ବର୍ଷ ମଧ୍ୟରେ ଖର୍ଚ କରିପାରିବେ । ସୁଭଦ୍ରା ଯୋଜନା ପାଇଁ ଉଭୟ ଅନଲାଇନ ଏବଂ ଅଫଲାଇନ ଆବେଦନ କରିପାରିବେ ।

ଏହି ଯୋଜନାର ମୁଖ୍ୟ ଉଦ୍ଧେଶ୍ୟ ହେଉଛି ମହିଳା ମାନଙ୍କୁ ଶଶକ୍ତ କରିବା । ଯୋଜନା ଅନୁଯାଇ ମହିଳା ମାନଙ୍କୁ ନଗଦ 50,000 ଟଙ୍କା ପ୍ରଦାନ କରାଯିବ । ଆଧାର କାର୍ଡ, ବ୍ଯାଙ୍କ ଆକାଉଣ୍ଟ, ଠିକଣା ପ୍ରମାଣପତ୍ର, ମୋବାଇଲ ନମ୍ବର, ପାସପୋର୍ଟ, ଇନକମ ସାର୍ଟିଫିକେଟ, ରାସନ କାର୍ଡ ଆଦି ଏହିଭଳି କିଛି ଡକ୍ୟୁମେଣ୍ଟ ଏହି ଯୋଜନା ଆବେଦନ କରିବା ସମୟରେ ଦରକାର ପଡିବ ।

ଓଡିଶାର ବାସୀନ୍ଦା ମାନେ ହିଁ କେବଳ ଏହି ଯୋଜନାର ଲାଭ ଉଠାଇପାରିବେ । ବିବାହିତା ଏବଂ ସେମାନଙ୍କ ବୟସ 23 ରୁ 59 ବୟସ ମଧ୍ୟରେ ହୋଇଥିବା ମହିଳାମାନେ ହିଁ ସୁଭଦ୍ରା ଯୋଜନା ପାଇପାରିବେ । ପ୍ରତି ପରିବାରର ଜଣେ ମହିଳାଙ୍କୁ ଏହି ଯୋଜନା ମିଳିପାରିବ । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *