ସାରା ଗାଁରେ ପଡିଲା ଚହଲା ! ଭୋ-ଭୋ ହେଇ କାନ୍ଦୁଛି ପ୍ରେତାତ୍ମା, କହିଯାଉଛି ନିଜ ହତ୍ୟାର କାହାଣୀ, ଶୁଣିଲେ ଆପଣଙ୍କ ହୋସ ଉଡିଯିବ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ମଣିଷ ମୃତ୍ୟୁ ପରେ ପ୍ରେତ ହୋଇଯାଏ । ଆଉ ସେହି ପ୍ରେତ ରାତିରେ ବାହାରେ । ଏ’ତ କାହାଣୀ । ଆମେ ଆମ ବାପା ମା, ତାଙ୍କ ଉପରପିଢ଼ୀ ସମସ୍ତେ ଶୁଣିଛେ ଓ ଶୁଣାଇଛେ । କିନ୍ତୁ ବିଜ୍ଞାନ ଯୁଗରେ ଏମିତି କିଛି ଘଟଣା ସେହି କାହାଣୀକୁ ସତ ଭାବିବାକୁ ବାଧ୍ୟ କରେ । ବାଲେଶ୍ବର ହାରିଙ୍ଗିଆର ଘଟଣା । ଜଣେ ଯୁବତୀଙ୍କ ଶରୀରରେ ମୃତ ନାବାଳିକାଙ୍କ ଆତ୍ମା । ଆଉ ସେହି ପ୍ରେତାତ୍ମା କହୁଛି ନିଜ ମୃତ୍ୟୁର ରହସ୍ୟ । ବାଖାଣୁଛି ତାଙ୍କୁ କେମିତି କିଏ ମାରିଲେ ।


କାନ୍ଦି କାନ୍ଦି କହିବା ସହ ବେହୋସ ହୋଇଯାଉଛନ୍ତି ଯୁବତୀ । ଏପରି ଅସ୍ୱଭାବିକ ଘଟଣାରେ ସାରା ଗାଁ ସ୍ତବ୍ଧ । ତେବେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ବାରିଙ୍ଗିଆ ଗ୍ରାମରେ ଗତ ଜୁଲାଇ ୨୪ ତାରିଖରେ ଘଟିଥିଲା ଅଘଟଣ । ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀକୁ ପୋଡି ମାରି ଦେଇଥିଲେ ଦୁର୍ବୃତ୍ତ । ମୃତକଙ୍କ ନାଁ ଜ୍ୟୋତ୍ସ୍ନାରାଣୀ ଜେନା । ଏହି ଅଭିଯୋଗରେ ସେହି ଗ୍ରାମର ଦୟାନିଧି ଜେନାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ଏବେ ଜୋତ୍ସାରାଣୀଙ୍କ ଆତ୍ମା ସେହି ଗ୍ରାମର ଜଣେ କଲେଜ ଛାତ୍ରୀଙ୍କର ଦେହରେ ପ୍ରେବେଶ କରି କହୁଛି, ତାକୁ କେମିତି ମାରିଲେ । ଭିଡିଓଟି ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାକୁ ଲାଗିଛି । ଝିଅଟି କାନ୍ଦି କାନ୍ଦି କହୁଛି ମୁଁ ମୋ ବାପା ମାକୁ ଦେଖା କରିବା ପାଇଁ ଆସିଛି । ମତେ ସେହି ଦିନ କେହି ବଞ୍ଚେଇ ପାରିଲାନି । ସେଦିନ ସକାଳେ ଦୟାନିଧିଙ୍କର ସ୍ତ୍ରୀ ମତେ ଡାକିଲା ।

ପରେ ମୋ ଗୋଡ଼ ହାତ ବାନ୍ଧି ପକେଇ ତଳେ ପକାଇ ଦେଲେ । ତାପରେ ମୋ ତଣ୍ଟି ଚିପିଦେଲେ ତାପରେ କଣ ହେଇଛି ମୁଁ ଜାଣିନାହିଁ । ଏସବୁ ସେହି କଲେଜ ଛାତ୍ରୀ କହୁଥିବା ସମୟରେ ଜୋରେ କାନ୍ଦି କାନ୍ଦି କହୁଥିଲା । ଯାହାକୁ ନେଇ ଗାଁରେ ଖେଳି ଯାଇଥିଲା ଚାଞ୍ଚଲ୍ୟ । ଦୀର୍ଘ ଦେଢ଼ ଘଣ୍ଟା ଧରି ତକଲେଜ ଛାତ୍ରୀଙ୍କ ଶରୀରରେ ଆତ୍ମା ସବାର ଥିଲା । ପରେ ଜଲେଜ ଛାତ୍ରୀ ଅସୁସ୍ଥ ହୋଇ ଯାଇଥିଲେ ।

ତେବେ ଘଟଣାଟି ଥିଲା ଏମିତି କିଛି । ବାଲେଶ୍ଵର ଜିଲ୍ଲା ଅନ୍ତର୍ଗତ ବାରିଙ୍ଗିଆ ଗାଁର ଜ୍ୟୋତ୍ସ୍ନାରାଣୀଙ୍କୁ ସେହି ଗାଁର ଦୟାନିଧି ଜେନା ଖରାପ ଉଦ୍ଦେଶ୍ୟରେ ପ୍ରେମ ନିବେଦନ କରୁଥିଲେ । କିନ୍ତୁ ଦୟାନିଧି ଥିଲା ବିବାହିତ । ଅଷ୍ଟମରେ ପଢ଼ୁଥିବା ଜ୍ୟୋତ୍ସାରାଣୀ ଏହାକୁ ବିରୋଧ କରି ଆସୁଥିଲେ । ଜୁଲାଇ ୨୪ ତାରିଖରେ ଜ୍ୟୋତ୍ସ୍ନାରାଣୀ ପାଇଖାନା ଯାଇଥିବା ବେଳେ ଦୟାନିଧି ତାଙ୍କ ମୁଁହରେ ଲୁଗା ଦେଇ ତାଙ୍କ ମଥାର ଚୁଟି କାଟିଦେବା ସହିତ କିରୋସିନ ଢାଳି ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଥିଲା ।


ଜ୍ୟୋତ୍ସ୍ନାରାଣୀର ଚିତ୍କାର ଶୁଣି ପଡ଼ୋଶୀମାନେ ଆସି ତାଙ୍କୁ ଉଦ୍ଧାର କରିଥିଲେ । କିନ୍ତୁ ଉଦ୍ଧାର ବେଳକୁ ଜ୍ୟୋତ୍ସାରାଣୀଙ୍କର ମୃତ୍ୟୁ ହୋଇସାରିଥିଲା । ପରେ ହତୟଆ ଅଭିଯୁକ୍ତ ଦୟାନିଧି ନିଜେ ବିଷ ପିଇ ଦେଇଥିଲା । ପୋଲିସ ସହଯୋଗରେ ତାକୁ ପ୍ରଥମେ ବାଲେଶ୍ଵର ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଦୀର୍ଘ ୨୭ ଦିନ ପରେ ଦୟାନିଧିଙ୍କୁ କରିଥିଲା କୋର୍ଟ ଚାଲାଣ ।

ପ୍ରେତାତ୍ମା, ଭୂତ ଓ ଗୁଣିଗାରିଡ଼ି । କିନ୍ତୁ ବୌଜ୍ଞାନିକ ଯୁଗରେ ଏସବୁ ବିଶ୍ବାସ କରିବା କଷ୍ଟକର । ତଥାପି ଏଦୃଶ୍ୟ ଦେଖି ଆପଣ ବିଶ୍ବାସ କରିବେ ନା ନାହିଁ, ଆପଣଙ୍କ ଉପରେ ନିର୍ଭର କରେ । କାରଣ ଏହାର ସତ୍ୟାସତ୍ୟ ପକ୍ଷରେ ଆମର ଯୁକ୍ତି ନାହିଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *