Odia Gk Questions- କଞ୍ଚା ହଳଦିଆ ପାଚିଲେ କଳା, ନ କହି ପାରିଲେ ରାଜ୍ୟ ରୁ ପଳା, କଣ ଆପଣ ଜାଣିଛନ୍ତି ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନଙ୍କୁ ଓଡ଼ିଆ ଢଗ ଶୁଣିବାକୁ ନିଶ୍ଚିତ ଭାବରେ ମଜା ଲାଗୁଥିବ। ଏହା ଅତ୍ୟନ୍ତ କୌତୁହଳ ଏବଂ ଜଟିଳ ମଧ୍ୟ ହୋଇଥାଏ। ଏହି ଢଗ ର ଉତ୍ତର ଖୋଜିବା ମଧ୍ୟ ଏତେ ସହଜ ହୋଇ ନଥାଏ। ତେବେ ଆଜି ଆମେ ଆପଣ ମାନଙ୍କୁ ସେହିଭଳି କିଛି କୌତୁହଳ ପୂର୍ଣ୍ଣ ଓଡ଼ିଆ ଢଗ ଗୁଡିକୁ କହିବୁ। ଯାହା ଆପଣଙ୍କୁ ନିଶ୍ଚିତ ଭାବରେ ମଜାଦାର ଲାଗିବ। ତେବେ ଆସନ୍ତୁ ଦେଖିବା ଆପଣ ମାନେ ଏହି ଢଗ ଗୁଡ଼ିକ ର ସଠିକ ଉତ୍ତର ଦେଇ ପାରୁଛନ୍ତି ଅଥବା ନୁହେଁ।

୧. କଞ୍ଚା ବେଳେ ପାଚିଲା ଲତପତ ପାଚିଗଲେ ଟାଣ, ଏହାର ଉତ୍ତର କହିଦିଅ ମୋ ରାଣ-ଉତ୍ତର- ମାଟି ହାଣ୍ଡି।

୨. କଳା ଘାସ ବଣେ ଧରିଲି ଚୋର, ନଖ ମୁନେ ତାର ହେଲା ବିଚାର-ଉତ୍ତର- ଉକୁଣୀ।

୩. କହିଲ ଦେଖି କେଉଁ ଫଳ ର ତିନୋଟି ଆଖି?ଉତ୍ତର- ନଡ଼ିଆ।୪. କଟିଲେ ରକତ ନାହିଁ, କୁଟିଲେ ହାଡ଼ ବି ନାହିଁ କି ଯିବ ସିଏ କହିଲ ଭାଇ-ଉତ୍ତର- ଚିଙ୍ଗୁଡ଼ି।

୫. କାଠର ବାଛୁରୀ ପଥର ଗାଈ, ଯେତେ ଦୁହୁଁ ଥିଲେ ପହ୍ନଉ ଥାଇ-ଉତ୍ତର- ଚନ୍ଦନ କାଠ ପେଡ଼ି।

୬. ଗରମ ପାଇଲେ ଉପରେ ଉଡେ, ଶୀତଳ ପାଇଲେ ତଳକୁ ପଡେ-ଉତ୍ତର- ବାଷ୍ପ।

୭. ଗଛ ଲଗେଇଲି ଫଳିବା ପାଇଁ, ଫଳ ଧରିଲା ହେଲେ ଝଡ଼ିଲା ନାହିଁ-ଉତ୍ତର- ଭେଣ୍ଡି।

୮. କଞ୍ଚା ହଳଦିଆ ପାଚିଲେ କଳା, ନ କହି ପାରିଲେ ରାଜ୍ୟ ରୁ ପଳା-ଉତ୍ତର- ଖଜୁରୀ କୋଳି।

9. ସବୁଠାରୁ ବିଷଧର ସାପର ନାମ କଣ ?

ଉତ୍ତର- ସବୁଠାରୁ ବିଷଧର ସାପର ନାମ ହେଉଛି କିଙ୍ଗ କୋବ୍ରା ।

10. ସିନ୍ଧୁ ସଭ୍ୟତାର ସନ୍ଧାନ କିଏ କରିଥିଲେ ?

ଉତ୍ତର- ସିନ୍ଧୁ ସଭ୍ୟତାର ସନ୍ଧାନ ରାୟ ବାହାଦୁର ଦୟାରାମ ସାହାଣି କରିଥିଲେ ।

11. ବିଶ୍ଵର ସବୁଠାରୁ ଉଚ୍ଚ ଜ୍ଵଳାମୁଖୀ ପର୍ବତର ନାମ କଣ ?

ଉତ୍ତର- ବିଶ୍ଵର ସବୁଠାରୁ ଉଚ୍ଚ ଜ୍ଵଳାମୁଖୀ ପର୍ବତର ନାମ ହେଉଛି କୋଟାପେକ୍ସି ।

12. କୁକୁର କାମୁଡିବା ଦ୍ଵାରା କେଉଁ ରୋଗ ହୋଇଥାଏ ?

ଉତ୍ତର- କୁକୁର କାମୁଡିବା ଦ୍ଵାରା ରେବିଜ ରୋଗ ହୋଇଥାଏ ।

13. ଇଣ୍ଡିଆ ଡିବାଇଡେଡ ପୁସ୍ତକର ଲେଖକ କିଏ ଥିଲେ ?

ଉତ୍ତର- ଇଣ୍ଡିଆ ଡିବାଇଡେଡ ପୁସ୍ତକର ଲେଖକଙ୍କ ନାମ ହେଉଛି ଡକ୍ଟର ରାଜେନ୍ଦ୍ର ପ୍ରସାଦ ।

ତେବେ ବନ୍ଧୁଗଣ ଆଶା କରୁଛୁ ଆପଣ ମାନଙ୍କୁ ଉପରୋକ୍ତ ଏହି ସମସ୍ତ ଢଗ ଓ ଏହାର ଉତ୍ତର ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ। ଯଦି ଆପଣ ମାନେ ମଧ୍ୟ ଏହାର ଉତ୍ତର ଜାଣିଛନ୍ତି ତେବେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *