କଣ ଆପଣ ଅନ୍ୟ କାହାକୁ Adhar Card କିମ୍ବା ଆଧାର କାର୍ଡର କପି ଦେଉଛନ୍ତି କି ? ହେଇଯାନ୍ତୁ ସାବଧାନ ! ଜଲ୍ଦି ଦେଖନ୍ତୁ…

ନମସ୍କାର ବନ୍ଧୁଗଣ ତେବେ ଆଧାର କାର୍ଡ଼ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଯାହା ବିନା ବର୍ତ୍ତମାନ ଭାରତରେ କୌଣସି କାର୍ଯ୍ୟ କରାଯାଇପାରିବ ନାହିଁ । ଭାରତର ପ୍ରତ୍ୟେକ ନାଗରିକଙ୍କ ପାଇଁ ଆଧାର କାର୍ଡ଼ ରହିବା ବାଧ୍ୟତାମୂଳକ ହୋଇଛି । ଜନ୍ମ ଠିକଣା ପରି ଏହି ଠିକଣା ପ୍ରୁଫ୍ ମଧ୍ୟ ବୈଧ । ବ୍ୟାଙ୍କ କାର୍ଯ୍ୟ ଠାରୁ ଆରମ୍ଭ କରି ଡାକଘର ଓ ପାସପୋର୍ଟ ପର୍ଯ୍ୟନ୍ତ ଆଧାର କାର୍ଡ଼ ରହିବା ଆବଶ୍ୟକ । ଆଉ ଏହି ଆଧାର କାର୍ଡର ଅପବ୍ୟବହାର ହୋଉଥିବାର ଅନେକ ଖବର ମିଳୁଛି ।


ଯାହାକି ଉଭୟ ଆଧାରକାର୍ଡ ଧାରୀ ଏବଂ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏହାରି ଭିତରେ ଆଧାର କାର୍ଡକୁ ନେଇ ଏକ ସତର୍କ ସୂଚନା ଜାରି କରିଛନ୍ତି କେନ୍ଦ୍ର ସରକାର । ଏହି ନୂଆ ଗାଇଡ ଲାଇନରେ ‘ମାସ୍କଡ୍‌ କପି’ ବ୍ୟବହାର କରନ୍ତୁ ବୋଲି କେନ୍ଦ୍ର ସରକାର ନାଗରିକ ମାନଙ୍କୁ କହିଛନ୍ତି । ତେବେ ସରକାର କହିଛନ୍ତି ଯେ ଲୋକମାନେ କୌଣସି ଅନୁଷ୍ଠାନକୁ ଆଧାର କାର୍ଡର ଫଟୋଗ୍ରାଫି ଦେବା ଉଚିତ୍ ନୁହେଁ, କାରଣ ଏହାର ଅପବ୍ୟବହାର ହୋଇପାରେ ।

ଆପଣ ଏହା ବଦଳରେ ମାସ୍କଡ୍‌ ଆଧାର ବ୍ୟବହାର କରିପାରିବେ । ମାସ୍କଡ୍‌ ଆଧାରରେ ଆପଣ ପୂର୍ଣ୍ଣ ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ଦେଖିପାରିବେ ନାହିଁ । ବରଂ ଆଧାର ନମ୍ବରର କେବଳ ଶେଷ ଚାରି ଅଙ୍କ ଏଥିରେ ଦୃଶ୍ୟମାନ ହୁଏ । ଆପଣ ଏହାକୁ ଅନଲାଇନରେ ମଧ୍ୟ ପାଇପାରିବେ ।

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ମଧ୍ୟ ଏହାର ବିଜ୍ଞପ୍ତିରେ ସ୍ପଷ୍ଟ କରିଛି ଯେ ଅଣ-ଲାଇସେନ୍ସପ୍ରାପ୍ତ ବେସରକାରୀ ସଂସ୍ଥା ଆପଣଙ୍କ ଆଧାର ସଂଗ୍ରହ କରିପାରିବେ ନାହିଁ କିମ୍ବା ରଖିପାରିବେ ନାହିଁ । ଏପରିସ୍ଥିତିରେ ହୋଟେଲ୍‌ ଏବଂ ଫିଲ୍ମ ହଲ୍‌ ଆଦିରେ ଆପଣଙ୍କ ଆଧାର କାର୍ଡର ଜେରକ୍ସକୁ ରଖିବାରେ କୌଣସି ଅଧିକାର ନାହିଁ ବୋଲି କେନ୍ଦ୍ର ଆଇଟି ମନ୍ତ୍ରାଳୟ କହିଛି ।

ଯଦି ଏହି ସଂସ୍ଥାଗୁଡିକ ଆପଣଙ୍କ ଆଧାର କାର୍ଡର ଫଟୋ କପିକୁ ରଖିବା ପାଇଁ ଦାବି କରୁଛନ୍ତି ତେବେ ଏହା ଆଧାର କାର୍ଡ ଆଇନ ୨୦୧୬ର ଉଲ୍ଲଙ୍ଘନ । ସର୍ବସାଧାରଣ ସାଇବର କାଫେ, କିଓସ୍କ ସେଣ୍ଟର ପରିଚୟ ପତ୍ର ତିଆରି ହେଉଥିବା ସଂସ୍ଥା ମାନଙ୍କରେ ଏହି କାର୍ଡକୁ କାମ ସରିଗଲା ପରେ ଯଥା ଶୀଘ୍ର ନେଇ ଆସିବାକୁ ନାଗରିକ ମାନଙ୍କୁ କେନ୍ଦ୍ର ସରକାର କହିଛନ୍ତି ।

ତେବେ କେବଳ ‘ୟୁନିକ୍ ଆଇଡେଣ୍ଟିଫିକେସନ୍‌ ଅଥରିଟି ଅଫ୍‌ ଇଣ୍ଡିଆ’ରୁ ‘ୟୁଜର୍ସ ଲାଇସେନ୍ସ’ ପ୍ରାପ୍ତ ସଂସ୍ଥାନଗୁଡ଼ିକ କୌଣସ ବ୍ୟକ୍ତିଙ୍କର ପରିଚୟ ଜାଣିବା ଲାଗି ଆଧାର କାର୍ଡ ବ୍ୟବହାର କରିପାରିବେ ବୋଲି ସରକାର କହିଛନ୍ତି । ତେଣୁ, ଆଧାର କାର୍ଡ ଶେୟାର୍‌ କରିବା ପୂର୍ବରୁ ନାଗରିକମାନେ ଉକ୍ତ ସଂସ୍ଥାନ ସବୁ ‘ୟୁଆଇଡିଏଆଇ’ରୁ ବୈଧ୍ୟ ‘ୟୁଜର୍ସ ଲାଇସେନ୍ସ’ ପାଇଛନ୍ତି କି, ନାହିଁ ଯାଞ୍ଚ କରିବା ଲାଗି ସରକାର ନାଗରିକମାନଙ୍କୁ କହିଛନ୍ତି ।


ଏହାଛଡ଼ା, ସରକାର ଜନସାଧାରଣଙ୍କୁ ସତର୍କ କରାଇ କହିଛନ୍ତି ଯେ, ନିଜ ନିଜର ଆଧାର କାର୍ଡ ଡାଉନ୍‌ଲୋଡ୍‌ କରିବା ନିମନ୍ତେ ସେମାନେ ଇଣ୍ଟର୍‌ନେଟ୍‌ କାଫେରେ ଥିବା ସର୍ବସାଧାରଣଙ୍କ ବ୍ୟବହାର ନିମେନ୍ତ ଉଦ୍ଧିଷ୍ଟ କମ୍ପ୍ୟୁଟର୍‌ ବ୍ୟବହାର କରିବା ଅନୁଚିତ । ଯଦି ସେଭଳି କରୁଥା’ନ୍ତି, ତେବେ ଉକ୍ତ କମ୍ପ୍ୟୁଟର୍‌ରେ ଡାଉନ୍‌ଲୋଡ୍‌ ହୋଇଥିବା ‘ଇ-ଆଧାର’ କପିକୁ ସମ୍ପୂର୍ଣ୍ଣରୂପେ ଡିଲିଟ୍‌ କରି ଦିଅନ୍ତୁ ।

ଯଦି ଆପଣ ମାସ୍କଡ୍‌ ଆଧାର ଡାଉନଲୋଡ୍ କରିବାକୁ ଚାହାଁନ୍ତି, ତେବେ ଆପଣ UIDAI ୱେବସାଇଟ୍ କୁ ଯାଇ ‘ ଡୁ ୟୁ ୱାଣ୍ଟ ଏ ମାସଡ଼ ଆଧାର ଅପସନକୁ ଚୟନ କରନ୍ତୁ । ମାସ୍କଡ୍‌ ଆଧାର ପାଇଁ ଏଠାରେ ଆବଶ୍ୟକ ବିବରଣୀ ପୂରଣ କରି ଡାଉନଲୋଡ୍ କରିପାରିବେ । ଏହା ବ୍ୟତୀତ, ଡିଜି ଲକର ଏବଂ ଏମ ଆଧାର ର ବିକଳ୍ପ ମଧ୍ୟ ଅଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *