କଣ ଆପଣ ଜାଣିଛନ୍ତି ? ଭାରତ ସମୁଦ୍ରରୁ କିପରି ବାହାର କରେ ପେଟ୍ରୋଲ ଓ ଡିଜେଲ ? ଦେଖନ୍ତୁ ଏହି ଭିଡିଓ

ଦର୍ଶକ ବନ୍ଧୁ ଏବେ ଘରେ ଘରେ ଗାଡି ଅଛି ଆଉ ଆମେ ସମସ୍ତେ ଗାଡି ଚଳେଇବା ପାଇଁ ପେଟ୍ରୋଲ ଏବଂ ଡିଜେଲର ବ୍ୟବହାର କରିଥାଉ । ତେବେ ଆମେ ମାନେ ସମସ୍ତେ ଯେଉଁ ଭଳି ଭାବରେ ପେଟ୍ରୋଲ ଏବଂ ଡିଜେଲର ବ୍ୟବହାର କରୁଛୁ ସେହି ହିସାବରେ ଆଗାମୀ 50 ବର୍ଷରେ ତେଲ ଶେଷ ହୋଇଯିବ ଆଜିର ଦିନରେ ଇରାନ ଏବଂ ସାଉଦୀ ଆରବ ଭଳି ଦେଶ ଧନୀ ଅଛନ୍ତି । କାରଣ ଦୁନିଆରେ ସବୁଠାରୁ ଅଧିକ ଅଏଲ ସୋର୍ସେସ ଏହି ଦୁଇ ଦେଶ ପାଖରେ ଅଛି ।

ଯେଉଁ ପେଟ୍ରୋଲ 2010 ମସିହାରେ 52 ଟଙ୍କାରେ ବିକ୍ରି ହେଉଥିଲା ଆଜି ତାର ଦର 100 ଟଙ୍କାରୁ ଅଧିକ । ହେଲେ ବନ୍ଧୁଗଣ ଆପଣ ମାନେ କଣ ଜାଣିଛନ୍ତି ପେଟ୍ରୋଲ ଆଉ ଡିଜେଲ କେମିତି ମାଟି ତଳୁ କଢା ଯାଇଥାଏ । ଦର୍ଶକ ବନ୍ଧୁ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ବନ୍ଧୁଗଣ ପେଟ୍ରୋଲ ଆଉ ଡିଜେଲ ମାଟି ତଳୁ ଏକ ଗାଢା ଆଉ କଳା ତରଳ ପଦାର୍ଥରୁ ମିଳି ଥାଏ । ଯାହାକୁ ଆମେ ପେଟ୍ରୋଲିୟମ କହିଥାଉ । ଆଗ କାଳରେ ଅନେକ ପ୍ରାକୃତିକ ବିପର୍ଯୟ ହେବା କାରଣରୁ ଅନେକ ଜୀବ ଜନ୍ତୁ ଏବଂ ଗଛ ମାଟି ଭିତରେ ଲୀନ ହେଇ ଗଲେ । ସେସବୁ ଡିକମ୍ପୋଜ ହୋଇ ପେଟ୍ରୋଲିୟମରେ ପରିବର୍ତ୍ତନ ହୋଇ ଗଲେ । ଏହି ପେଟ୍ରୋଲିୟମ ମାଟି ଆଉ ସମୁଦ୍ରରେ ମିଳି ଥାଏ ।

ଯେଉଁ ପେଟ୍ରୋଲିୟମ ସମୁଦ୍ରରୁ କଢା ଯାଏ ତା ପାଇଁ ଫ୍ଲୋର୍ଟିଂ ରିଫାଇନ୍ରି ବନା ଯାଇଥାଏ । କେବଳ ତେଲ ଖୋଜିବା ପାଇଁ ବର୍ଷ ବର୍ଷ ଲାଗି ଯାଏ । ଏହା ସହ କୋଟି କୋଟି ଟଙ୍କା ଏଥିରେ ଖର୍ଚ୍ଚ ମଧ୍ୟ ହୋଇ ଥାଏ । ସାଧାରଣତଃ ସମୁଦ୍ର ଭିତରେ ଯେତେବେଳେ ତେଲ କଢା ଯାଏ ସେତେବେଳେ ଏକ ଫ୍ଲୋର୍ଟିଂ ରିଫାଇନ୍ରି ମାଧ୍ୟମରେ ସମୁଦ୍ର ମଧ୍ୟରେ ଡ୍ରିଲିଙ୍ଗ କରାଯାଇଥାଏ ।

ଏହି ଡ୍ରିଲିଙ୍ଗ ପ୍ରାୟ 1000 ଫୁଟ ତଳେ ହୋଇ ଥାଏ । ତେଲ ମିଳିବା ପରେ ଏହାକୁ ରିଫାଇନ୍ରି ପଠା ଯାଇ ଥାଏ । ଏହା ପରେ ପେଟ୍ରୋଲିୟମରୁ ପେଟ୍ରୋଲ ଏବଂ ଡିଜେଲ ଅଲଗା କରାଯାଏ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *