‘ବୋହୁର ଅଣ୍ଟାରେ ଶ୍ୱଶୁର ହାତ ମାରୁଛି ବୋଲି ଅଭିଯୋଗ ହୋଇଛି କିନ୍ତୁ ପ୍ରକୃତ ଘଟଣା ହେଲା ପୁଅ ହିଁ…’ ଦେଖନ୍ତୁ ଏମିତି କାହିଁକି କହିଲେ ଓକିଲ Byomkesh Tripathy…

ନମସ୍କାର ବନ୍ଧୁଗଣ ଯେତେବେଳେ ଗୋଟେ ବୋହୂ ଶାଶୁ ଶ୍ଵଶୁର ଙ୍କ ବିରୁଦ୍ଧରେ ମହିଳା କମିଶନରେ ହାଜର ହେଉଛି ଆଉ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଅଭିଯୋଗ ଆଣିଛନ୍ତି ଏହି ଘଟଣା ଟି ଯାଜପୁର ରୁ ଆସି ଭୁବନେଶ୍ଵର ରେ ପହଞ୍ଚି ଯାଇଛି । କାରଣ ବୃଦ୍ଧା ଦମ୍ପତି ଦୁହେଁ ଆସି ପହଞ୍ଚିଛନ୍ତି ଆଇନଜୀବୀ ବ୍ୟୋମେକେଶ ତ୍ରିପାଠିଙ୍କ ପାଖରେ । ଏହି ଘଟଣା ବିଷୟରେ ତ୍ରିପାଠୀ ମତ ଦେଇଛନ୍ତି କି ଏହି ଘଟଣାଟି ହେଉଛି ବାସ୍ତବିକ ଦୁଖଦାୟକ ।

ଉଦାହରଣ ଦେଇ ତ୍ରିପାଠୀ କହିଛନ୍ତି ଛୋଟ ପିଲାଟି ଯେତେବ ଜିଦି କରିଥାଏ ବାପା ମା ପୂରଣ କରିଥାନ୍ତି ବା ଭୁଲ କରିଥିଲେ କ୍ଷମା କରିଥାନ୍ତି । ବାପା ମା ମୋ ପିଲା କହି କୋଳେଇ ନେଇଥାନ୍ତି । ମା ଗର୍ଭରେ ପିଲାକୁ ଧାରଣ କରିବା ଦିନ ଠାରୁ ବଡ କରି ବାହା କରିବା ଯାଏଁ ଭାବିଥାଏ ଏ ହେଉଛି ମୋର ଉତ୍ତରାଧିକାରୀ କିନ୍ତୁ ଯେବେ ପୁଅ ସାଧାରଣ ଭାବେ ବିବାହ ନ କରିଛି ସେ ଯାଏଁ ସବୁ କିଛି ଠିକ ରହୁଛି ।

କିନ୍ତୁ ଯେବେ ପୁଅ ବିବାହ କରୁଛି ଆଉ ସ୍ତ୍ରୀ ଆସୁଛି ସେହି ସମୟରେ ସ୍ତ୍ରୀ କଥାରେ ଉଠ ବସ ହେଉଛି । ଛେଳିର ୮ଟି ଗୋଡ ବୋଲି ଯଦି ସ୍ତ୍ରୀ କହୁଛି ପୁଅ ହଁ କହୁଛି ଏହା ଠାରୁ ବଡ ଦୁଖଦ ଘଟଣା କଣ ହୋଇପାରେ ବୋଲି ତ୍ରିପାଠୀ କହିଛନ୍ତି । ମା ବାପାଙ୍କର ଭଲ ପାଇବା ଆଉ ଯେଉଁ କଷ୍ଟ ବାପାର ଯେଉଁ କାନ୍ଧରେ ବସାଇ ଯାତ୍ରା ବୁଲାଇବା ଏଟା ପୁଅ ବାହାଘର ପରେ ବୁଝିପାରେ ନାହି ।

ତେବେ ଗତ କିଛି ଦିନ ତଳେ ବୋହୁ ଯେଉଁ ଅଭିଯୋଗ ଆଣିଛନ୍ତି ଶାଶୁ ଶ୍ବଶୁରଙ୍କୁ ନେଇ ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ହେଉଥିଲା ଆଉ ଲୋକେ ଶାଶୁ ଶ୍ଵଶୁରଙ୍କୁ ଭୁଲ ଭାବି ଗାଳି କରୁଥିଲେ । ବୋହୁ ଅଭିଯୋଗ ଆଣିଥିଲେ ମୋ ଅଣ୍ଟାରେ ହାତ ମାରୁଥିଲେ  ବାଥୃମରେ ପରିସ୍ରା କରିବା ବେଳେ ବୁଢା ବୁଢୀ ମୋତେ ଅନାଉଥିଲେ ଯାହା ସଂପୂର୍ଣ୍ଣ ଭୁଲ ଅଟେ । ବାସ୍ତବିକ ଦେଖିଲେ ବୃଦ୍ଧ ବ୍ୟକ୍ତି ଜଣକ କାଲା ଯାହା ସବୁଠାରୁ ଦୁଖଦ କଥା ।

ବୃଦ୍ଧ ଦମ୍ପତି ଯେଉଁ ପେନସନ ପଇସା ପାଇଥିଲେ ତାହା ପୁଅ ବୋହୁ ହଡପ କରି ନେଇଛନ୍ତି । ବର୍ତ୍ତମାନ ଟାର୍ଗେଟରେ ଅଛନ୍ତି ଯେଉଁ ଭିଟ୍ଟା ମାଟିରେ ରହିଛନ୍ତି କେମିତି ତାକୁ କବଜା କରିବେ । ଯେବେ ଏହି ଉଦ୍ଦେଶ୍ୟ ପୁରା ହୋଇ ନାହି ସେହି ସମୟରେ ପୁଅ ବୋହୁ ବୁଢା ବୁଢୀଙ୍କୁ ଗାଳି ଗୁଲଜ କରିବା ସହ ଖାଇବାକୁ ଦେଇ ନାହାନ୍ତି । ଏ ସବୁ ହେବା ପରେ ବୃଦ୍ଧ ଦମ୍ପତି ମହିଳା ଥାନାରେ କେସ ଦେଇଛନ୍ତି ଆଉ ପରେ ବ୍ୟମୋକେଶ ତ୍ରିପାଠୀଙ୍କ ପାଖରେ କୌଣସି ମତେ ପହଞ୍ଚିଛନ୍ତି ।

ଏହି କାହାଣୀ ଆଜିର ଘରେ ଘରେ ଦେଖାଯାଉଛି । ପୁଅ ରୋଜଗାରକ୍ଷମ ହୋଇଗଲା ପରେ ବୁଝିପାରୁ ନାହାନ୍ତି ଯାହା ପାଇଁ ବାପା ମାଙ୍କ ପ୍ରତି ଏଭଳି ଦୁର୍ବ୍ୟବହାର କରୁଛନ୍ତି । ବାପା ମାଙ୍କୁ ରଖିବା ପାଇଁ ଧନର ନୁହେଁ ମନର ଆବଶ୍ୟକତା ରହିଛି ବୋଲି ତ୍ରିପାଠୀ ମତ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *