ବନ୍ଧୁଗଣ ଆଜି ଆମେ ଜାଣିବା ପ୍ରଭୁ ଜଗନ୍ନାଥଙ୍କୁ ଜ୍ଵର କାହିଁକି ହୁଏ । ଆପଣ ମାନେ ଜାଣିଥିବେ ଦେବ ସ୍ନାନ ପୂର୍ଣ୍ଣିମା ପରେ ପ୍ରଭୁ ଜଗନ୍ନାଥଙ୍କୁ ଜ୍ଵର ହୁଏ । 15 ଦିନ ଯାଏଁ ପ୍ରଭୁ ଜଗନ୍ନାଥ ଜ୍ଵରରେ ପଡନ୍ତି ଆଉ ତାଙ୍କର ସେବା କରାଯାଏ । ଆଉ ଏହି ସମୟରେ ତାଙ୍କୁ ବିଶେଷ ଔଷଧ ଦିଆଯାଏ । ଏହା ସହ ହାଲୁକା ଖାଦ୍ୟ ଦିଆଯାଏ ଓ କାଢା ପିବା ପାଇଁ ଦିଆଯାଏ । ଯେତେବେଳେ ପ୍ରଭୁ ଜଗନ୍ନାଥ ଭଲ ହୋଇଯାନ୍ତି ସେତେବେଳେ ତାଙ୍କର ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୁଏ ।
ତେବେ ଆପଣ ମାନେ ଭାବୁଥିବେ ପ୍ରଭୁ ଜଗନ୍ନାଥଙ୍କ ଦେହ କେମିତି 15 ଦିନ ଯାଏଁ ଖରାପ ହୋଇଥାଏ । ବନ୍ଧୁଗଣ ଏହା ପଛରେ ଏକ ସୁନ୍ଦର କାହାଣୀ ଅଛି । ଏହି କାହାଣୀଟି ହେଉଛି ଭଗବାନ ଜଗନ୍ନାଥ ଓ ତାଙ୍କର ଜଣେ ବଡ ଭକ୍ତ ଶ୍ରୀ ମାଧବ ଦାସଙ୍କର । ମାଧବ ସର୍ବଦା ଭଗବାନ ଜଗନ୍ନାଥଙ୍କ ଭକ୍ତିରେ ରହୁଥିଲେ । ସେ ସବୁ ଦିନ ଜଗନ୍ନାଥଙ୍କ ଦର୍ଶନ କରୁଥିଲେ ଓ ସଂସାର ପ୍ରତି ତାଙ୍କର କୌଣସି ମୋହ ମାୟା ନଥିଲା ।
ଦିନେ ମାଧବ ଦାସଙ୍କୁ ବହୁତ ଅଧିକ ଜ୍ଵର ହେଲା ନା ସେ ଉଠି ପାରୁଥିଲେ ନା ବସି ପାରୁଥିଲେ । ସେ ଏକୁଟିଆ ରହୁଥିବାରୁ ସବୁ କାର୍ଯ୍ୟ ତାଙ୍କୁ କରିବାକୁ ପଡୁଥିଲା । ଯଦି କେହି ତାଙ୍କୁ ସାହାର୍ଯ୍ୟ କରିବାକୁ ଆସୁଥିଲେ ସେ ତାଙ୍କୁ ମଧ୍ୟ ମନା କରିଦେଉଥିଲେ । ଆଉ କହୁଥିଲେ ପ୍ରଭୁ ଜଗନ୍ନାଥ ଅଛନ୍ତି ନା ସେ ତାଙ୍କୁ ସାହାର୍ଯ୍ୟ କରିବେ । ତାଙ୍କ ଦେହ ଏତେ ଖରାପ ହେଇଗଲା ଯେ ସେ ମଳ, ମୁତ୍ର ବସ୍ତ୍ରରେ କରିବାକୁ ଲାଗିଲେ ।
ପ୍ରଭୁ ଜଗନ୍ନାଥ ନିଜ ଭକ୍ତର ଏଭଳି ଅବସ୍ଥା ଦେଖିପାରିଲେ ନାହିଁ ଆଉ ସେ ନିଜ ଭକ୍ତର ସେବା କରିବାକୁ ଆସିଗଲେ । ଭଗବାନ ଜଗନ୍ନାଥ ନିଜ ଭକ୍ତର ସେବା ବହୁତ ପ୍ରେମ ପୂର୍ବକ କରୁଥିଲେ । କିଛି ଦିନ ପରେ ମାଧବ ଭଲ ହେଇଗଲେ ଆଉ ସେ ଜଗନ୍ନାଥଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ଆଉ କହିଲେ ହେ ପ୍ରଭୁ ଆପଣ ମୋ ସେବା କରିବା ପାଇଁ ଆସିଗଲେ ।
ଏହା ଠାରୁ ଭଲ ତ ଆପଣ ମୋର ରୋଗ ଭଲ କରିଦେଇଥାନ୍ତେ । ଜଗନ୍ନାଥ କହିଲେ ହେ ମାଧବ ମୁଁ ମୋ ଭକ୍ତର କଷ୍ଟ ଦେଖି ପାରିଲି ନାହିଁ । ସେଥିପାଇଁ ମୁଁ ସେବା କରିବାକୁ ଆସିଗଲି । ଆଉ ଯାହା ଭାଗ୍ୟରେ ଲେଖା ଅଛି ତାହା ହେବ ଯଦି ଆପଣ ଏହି ଜନ୍ମରେ ନ ଭୋଗିବ ତା ହେଲେ ଆର ଜନ୍ମରେ ଭୋଗିବାକୁ ପଡିବ । ତେଣୁ ମାଧବ ତୁମ ଭାଗ୍ୟରେ ଥିବା 15 ଦିନ ରୋଗ ମୁଁ ନିଜ ନିକଟକୁ ନେଇଯାଉଛି ବୋଲି ଜଗନ୍ନାଥ କହିଥିଲେ ।
ସେହିଦିନ ଠାରୁ ମାଧବ ଦାସଙ୍କ ଥରଉ 15 ଦିନର ରୋଗ ନେଇଯାଇଥିଲେ । କୁହାଯାଏ ସେବେ ଠାରୁ ପ୍ରଭୁ ଜଗନ୍ନାଥଙ୍କର 15 ଦିନ ଯାଏଁ ଦେହ ଖରାପ ହୁଏ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।