କାହିଁକି ଛାନିଆ ଏହି ତିନିଜଣ IAS ଅଫିସର୍‌… ନୂଆ ସରକାରରେ କ’ଣ ହେବ ଏମାନଙ୍କ ଭାଗ୍ୟ? BJD BJP

ମନ୍ତ୍ରୀଙ୍କ କଥା ଶୁଣି ତିନି ଅଫିସର ହେଲେଣି ଛାନିଆ ! ଖବର ମୁତାବିକ ଓଡିଶାରେ ନୂଆ ସରକାର ଗଠନ ହେବା ପରେ ତଥା ମୋହନ ଚରଣ ମାଝି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ନିଜର ପ୍ରଥମ କ୍ଯାବିନେଟ ବୈଠକ କରିବା ପରେ ପ୍ରଶାସନିକ ସ୍ଥିତି ଉପରେ ଏଭଳି କଡା ନଜର ରଖାଯାଇଛି । ଏହାରି ମଧ୍ୟରେ କିଛି IAS ଅଧିକାରୀଙ୍କର ଚିନ୍ତା ବର୍ତ୍ତମାନ ବଢିଯାଇଛି ବୋଲି ଚର୍ଚା ହେଉଛି । କାରଣ ସେହି ସବୁ ଅଫିସର ମାନଙ୍କ ପୂର୍ବ ସରକାର ଥିବା ସମୟରେ ବହୁତ ଦବଦବା ରହିଥିଲା ।

ଗୋଟିଏ ଗୋଟିଏ ଅଫିସର ନିଜ ବିଭାଗରେ ବହୁ ବର୍ଷ ଧରି କ୍ଷମତାରେ ରହି ଆସିଛନ୍ତି । ସେଥିମଧ୍ୟରେ IAS ଅଫିସର ଜିମାଥିଭାଥିନନ୍ ରହିଛନ୍ତି । ଜିଏକି ନଗର ଉନ୍ନୟନ ବିଭାଗରେ 10 ବର୍ଷ ଏବଂ ସଂସଦୀୟ ବ୍ୟାପାର ବିଭାଗରେ 13 ବର୍ଷ ହେଲା ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରି ଆସୁଛନ୍ତି । କେବଳ ସେ ନୁହନ୍ତି ବଂର ତାଙ୍କର ପୁରା ଟିମ ଗୋଟିଏ ଗୋଟିଏ ବିଭାଗରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ଆସୁଛନ୍ତି । ସେଭଳି ଆଉ ଜଣେ IAS ଅଫିସର ହେଉଛନ୍ତି ରୂପା ରୋଶନ ସାହୁ ।

ଜିଏକି 2015 ରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟରେ ସ୍ଵତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ଏହି ନିକଟରେ ତାଙ୍କୁ ଅତିରିକ୍ତ ଭାବେ ଏସଟି-ଏସଟି ବିଭାଗରେ ସଚିବ ଦାୟିତ୍ଵ ମଧ୍ୟ ମିଳିଛି। ସେହିଭଳି ପୂର୍ବ ସରକାରଙ୍କର ଆଉ ଜଣେ ପ୍ରଭାବଶାଳୀ ଅଫିସର ହେଉଛନ୍ତି ଆର ଭେନିଲ କ୍ରୀଷ୍ଣା । ଜିଏକି 2018 ରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟରେ ଅବସ୍ଥାପିତ ରହିବା ସହ ତାଙ୍କୁ ଅତିରିକ୍ତ ଭାବେ କ୍ରିଡା ବିଭାଗର ସଚିବ ଦାୟିତ୍ଵ ଦିଆଯାଇଛି ।

ତେବେ ଏହିଭଳି କିଛି ହାତ ଗଣତି ଅଫିସର ନିଜ ଗାଦୀକୁ ବର୍ଷ ବର୍ଷ ଧରି ଦୀର୍ଘ ବର୍ଷ ପର୍ଯ୍ୟନ୍ତ ମାଡି ବସିଛନ୍ତି । ହେଲେ ବିଜେପି ସରକାରକୁ ଆସିବା ପରେ ଏହି ଅଫିସର ମାନଙ୍କ ଚିନ୍ତା ବଢିଯାଇଛି । ତେବେ ଏହିସବୁ ମଧ୍ୟରେ ନୂଆ କରି କ୍ଯାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିବା ରବି ନାରାୟଣ ନାୟକ କହିଛନ୍ତି । ଯେ ଆଉ ଲଗାମ ଛଡା ହୋଇପାରିବେ ନାହିଁ ଅଧିକାରୀ । ଏଣିକି ମନ୍ତ୍ରୀ ମାନଙ୍କ ହାତରେ ଲଗାମ ରହିବାକୁ ଯାଉଛି । ଯାହାଫଳରେ ସରକାର ଠିକ ଭାବେ ଚାଲିବା ସହ ଅଫିସର ମାନେ ନିଜ ନିଜର ଠିକ ଭାବେ କାମ କରିପାରିବେ । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *