ବର୍ତ୍ତମାନ ସମସ୍ତେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଛୋଟ ଛୋଟ ଭିଡିଓ କରି ଶେୟାର କରୁଛନ୍ତି । କେତେକ ଲୋକମାନେ ଏହାକୁ ନିଜର ମନୋରଞ୍ଜନ ବ୍ୟବହାର କରୁଛନ୍ତି ତ ଅନ୍ୟ କିଛି ଲୋକମାନେ ଏଥିରୁ ଟଙ୍କା ଆୟ କରୁଛନ୍ତି । କହିଦେଉଛୁ କି କିଛି ଦିନ ତଳେ କାଚା ବାଦାମ ନାମକ ଗୋଟିଏ ବେଙ୍ଗଲି ଗୀତ ବହୁତ ଭାଇରାଲ ହୋଇଥିଲା । ଏହି ଗୀତ ଏତେ ଭାଇରାଲ ହୋଇଥିଲା ଯେ କେବଳ ଆମ ଦେଶର ନୁହେଁ ବିଦେଶର ଲୋକମାନେ ବି ଏହି ଗୀତରେ ଭିଡିଓ କରି ସୋସିଆଲ ମିଡିଆରେ ଶେୟାର କରିଥିଲେ ।
ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଏହି ଭିଡିଓକୁ ଜଣେ ବାଦାମ ବିକାଳି ଗାଇ ଥିଲା ଓ ବର୍ତ୍ତମାନ ସେ ଏକ ଷ୍ଟାର ହୋଇ ଯାଇଛନ୍ତି । ସେ ଏହି ଗୀତକୁ ଷ୍ଟୂଡିଓରେ ବି ଗାଇଛନ୍ତି ଓ ଅନ୍ୟ କେତେକ ସ୍ଥାନରେ ବି ସେ ଏହି ଗୀତକୁ ଗାଇସାରିଛନ୍ତି । ସବୁଠୁ ବଡ କଥା ହେଉଛି କି ଏହି ଗୀତକୁ ବର୍ତ୍ତମାନ ଆମ ଦେଶରେ ଅନ୍ୟ ଅନ୍ୟ ଭାଷାରେ ବି ଡବିଙ୍ଗ କରି ଏହି ଗୀତକୁ ରେକର୍ଡ କରାଯାଉଛି ।
ବର୍ତ୍ତମାନ ଏହି ଗୀତର ଓଡିଆ ଭର୍ଜନ ବି ଚାଲି ଆସିଛି । ଯାହାକି ଗତକାଲି ଏକ ୟୁଟ୍ଯୁବ ଚ୍ଯାନେଲରେ ଶେୟାର କରାଯାଇଛି । ଯାହାକି ବହୁତ ହିଁ ମନୋରଞ୍ଜନ କର ଅଟେ । କହିବାକୁ ଗଲେ ଏହି ଗୀତକୁ ଶାନ୍ତୁନୁ କୁମାର ଗାଇଛି । ଓଡିଶାର ନୂଆ ସ୍ଵର ରିୟାଲିଟି ଶୋ ରେ ଶାନ୍ତୁନୁ କୁମାର ବହୁତ ହିଁ ପପୁଲାର ଗାୟକ ଅଟେ ।
ସେ ଅଳ୍ପ ଦିନ ମଧ୍ୟରେ ବହୁତ ଲୋକପ୍ରିୟ ହୋଇ ଯାଇଛି । ଆପଣ ତାଙ୍କର ଲୋକପ୍ରିୟତାର ଅନ୍ଦାଜ ଏଥିରୁ ଜାଣି ପାରିବେ କି ମାତ୍ର କିଛି ଦିନ ଏହି ଶୋରେ ଗୀତ ଗାଇବା ପରେ ତାଙ୍କୁ ଗୀତ ରେକର୍ଡିଂ କରିବାର ସୁଯୋଗ ମିଳି ଯାଇଛି । କହିଦେଉଛୁ କି ଏହି ଜ୍ଯୋତି ରଞ୍ଜନ ନାୟକ ପ୍ରଡ୍ଯୁସ କରିଛନ୍ତି ଓ ଶ୍ରୀନିବାଶ ବିଶ୍ଵାଳ ଏହି ଗୀତରେ ମ୍ୟୁଜିକ ଦେଇଛନ୍ତି ।
ଏହି ଗୀତକୁ ସୁସମା ମଞ୍ଜରୀ ମିଶ୍ର ଲେଖିଛନ୍ତି । କଟକର ଚନ୍ଦ୍ରବତ୍ତୀ ଷ୍ଟୂଡିଓରେ ଏହି ଗୀତକୁ ରେକର୍ଡିଂ କରାଯାଇଛି । କହିଦେଉଛୁ କି କାଚା ବାଦାମ ପୁରା ଭାରତରେ ବହୁତ ଭାଇରାଲ ହୋଇଥିଲା, ବର୍ତ୍ତମାନ ଦେଖିବାର ଅଛି କି କାଚା ବାଦାମର ଓଡିଆ ଭର୍ଜନ କେତେ ଭାଇରାଲ ହେଉଛି ।