Jyoti ର ଓଡିଆ ଜ୍ଞାନ ବହୁତ କମ୍, ତେଣୁ ସେଠିକି ତା’ ର ଜଜ୍ ହୋଇ ଯିବାର ହିଁ ନଥିଲା, Actor Jyoti Ranjan’s Father

ଜ୍ଯୋତିର ଓଡିଆ ନଲେଜ ବହୁତ କମ୍ ! ତାର ସେଠିକି ଯିବାର ହିଁ ନଥିଲା । ହଁ ଆଜ୍ଞା ଗତ କାଲି ପୂର୍ଣ୍ଣ ପ୍ରେକ୍ଷାଲୟରେ ରିଲିଜ ହୋଇଛି ଓଡିଆ ଫିଲ୍ମ ଡଟପେନ୍ । ତେବେ ଯେଉଁ ଚଳଚିତ୍ରରେ ନାୟକ ଭୂମିକାରେ ଜ୍ଯୋତି ରଞ୍ଜନଙ୍କୁ ଦେଖିବାକୁ ମିଳିଛି । ତେବେ ଫିଲ୍ମଟି ସଂପୂର୍ଣ୍ଣ ରିଅଲ କାହାଣୀ ଉପରେ ଆଧାରିତ ହୋଇ କରାଯାଇଛି । ତେଣୁ ଫିଲ୍ମକୁ ଦେଖିବା ପାଇଁ ହଲ୍ ଦର୍ଶକଙ୍କର ଭିଡ ଦେଖିବାକୁ ମିଳିଛି।

ତେବେ ଅଭିନେତା ଜ୍ଯୋତି ରଞ୍ଜନ ନାୟକଙ୍କ ବାପା, ମାଆ ତଥା ପରିବାର ଲୋକ ସମସ୍ତେ ମିଶି ଡଟପେନ ଚଳଚିତ୍ର ଦେଖିବାକୁ ଯାଇଥିଲେ । ତେବେ ଓଡିଆ କାହାଣୀ ଉପରେ ଆଧାରିତ ଫିଲ୍ମଟିକୁ ଦେଖି ପରିବାର ଲୋକେ ମଧ୍ୟ ଫିଲ୍ମଟି ବହୁତ ଭଲ ହୋଇଛି ବୋଲି କହିଛନ୍ତି । ଏଥିସହ ଜ୍ଯୋତି ରଞ୍ଜନଙ୍କ ବାପା ଗଣ ମାଧ୍ୟମ ସାମ୍ନାରେ ନିଜର ଏଭଳି କିଛି ପ୍ରତିକ୍ରିୟା ଦେଇ କହିଛନ୍ତି । ମୋ ପୁଅ ଜ୍ଯୋତି ଗତ କିଛି ବର୍ଷ ଧରି ଯେଉଁ ଟ୍ରୋଲର ଶିକାର ହେଉଛି ।

ସେଥିପାଇଁ ଆମ ମାନଙ୍କ ମନ ମଧ୍ୟ ବହୁତ ଦୁଃଖରେ ଥିଲା । କାରଣ ପ୍ରକୃତ କଥାଟି ହେଉଛି । ମୋ ପୁଅ ସେଣ୍ଟ୍ରାଲ ସ୍କୁଲରେ ପଢିକି ଆସିଛି । ତେଣୁ ତା’ ର ଓଡିଆ ନଲେଜ ବହୁତ କମ୍ ରହିଥିଲା । ଚାନେଲ ବାଲା ତାଙ୍କୁ ଯେଉଁ ପ୍ରଶ୍ନ ଲେଖିକି ଦେଇଥିଲେ । ସେ ସେହି ପ୍ରଶ୍ନଟିକୁ ପଚାରିଦେଲା । ହେଲେ ଲୋକ ମାନେ ତାକୁ ଯେତେବେଳେ ଟ୍ରୋଲ କରି କହିବାକୁ ଲାଗିଲେ । ସେ ମଧ୍ୟ ନିଜ ଟ୍ରୋଲ ହେବାର କାରଣ ପ୍ରଥମେ ବୁଝି ପାରିନଥିଲା ।

ହେଲେ ପଛରେ ଚକୁଳି ପିଠାର କଣା ପ୍ରଶ୍ନର ମାନେ ଯେତେବେଳେ ଓଡିଆରେ ବୁଝି ପାରିଥିଲା । ସେତେବେଳେ ତାକୁ ମଧ୍ୟ ବହୁତ ଖରାପ ଲାଗିଥିଲା । ତେଣୁ ଜ୍ଯୋତି ବାରମ୍ବାର ଲୋକଙ୍କ ଠାରୁ ଭୂଲ ମଧ୍ୟ ମାଗିଛି । ହେଲେ ଧୀରେ ଧୀରେ ଲୋକଙ୍କ ମନରୁ ଏହି କଥା ଯିବାରେ ଲାଗିଛି । ତେଣୁ ଓଡିଆ ଚଳଚିତ୍ର ଡଟପେନ ଫିଲ୍ମକୁ ଦେଖନ୍ତୁ । ଏହା ସହିତ ଫିଲ୍ମଟିକୁ ମଧ୍ୟ ଆପଣଙ୍କର ବହୁତ ସାରା ଭଲ ପାଇବା ଦିଅନ୍ତୁ । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *