ବନ୍ଧୁଗଣ ଆମ ଭାରତରେ ଅଧିକାଂଶ ଲୋକ ଜିଓ ଗ୍ରାହକ ଅଟନ୍ତି ଓ ଜିଓ ସେବା ଉପଭୋଗ କରନ୍ତି । ତେବେ ଜିଓ ୟୁଜର୍ସ ମାନଙ୍କ ପାଇଁ ଏବେ ଗୋଟେ ବଡ ଖୁସି ଖବର ସାମ୍ନାକୁ ଆସୁଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ବଡ ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଗତ ଫେବୃୟାରି ୫ ତାରିଖରେ ରିଲିଆନ୍ସ ଜିଓର ସର୍ଭିସ ଡାଉନ ହୋଇଯାଇଥିଲା ।
ଅନେକ ୟୁଜର୍ସ କଲ୍ ନଲାଗିବା ହେତୁ କମ୍ପ୍ଲେନ କରିଥିଲେ । ସେହି ସମୟରେ ମୁମ୍ବାଇ, ଠାଣେ ଓ ନବୀ ମୁମ୍ବାଇରେ ଜିଓର ମୋବାଇଲ ଏବଂ ଇଣ୍ଟର୍ନେଟ ସର୍ଭିସ ସଂପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଥିଲା । ଏହା ସହିତ ପୁରା ଦେଶରେ ଜିଓ ଫାଇବାର ଇଣ୍ଟର୍ନେଟରେ ସମସ୍ୟା ହେଉଥିବା କଥା ମଧ୍ୟ ସାମ୍ନାକୁ ଆସିଥିଲା । ବନ୍ଧୁଗଣ ୟୁଜର୍ସ ମାନଙ୍କ ସମସ୍ୟାକୁ ଦେଖି କମ୍ପାନୀ ୟୁଜର୍ସଙ୍କୁ କ୍ଷମା ପ୍ରାର୍ଥନା କରିଛି ।
ଏହା ସହିତ ଦୁଇ ଦିନ ପର୍ଯ୍ୟନ୍ତ ଗ୍ରାହକଙ୍କୁ ଅତିରିକ୍ତ ଅନଲିମିଟେଡ ଇଣ୍ଟର୍ନେଟ ପ୍ଳାନ ଦେବାର ଘୋଷଣା କରିଛି । ଅର୍ଥାତ ଯେତେବେଳେ ପ୍ଳାନ ଶେଷ ହେବ କମ୍ପାନୀ ଆପଣଙ୍କ ପ୍ଳାନକୁ ଦୁଇ ଦିନ ବଢାଇ ଦେବ । କମ୍ପାନୀ ଫେବୃୟାରି ୫ ତାରିଖ ସନ୍ଧ୍ୟା ସମୟରେ ଗ୍ରାହକଙ୍କ ସମସ୍ୟାକୁ ସ୍ଵୀକାର କରିଲା । ଆଉ ଏହି ସମସ୍ୟା ହେବା କାରଣରୁ ଦୁଇ ଦିନର ଅତିରିକ୍ତ ଅନଲିମିଟେଡ ପ୍ଳାନ ଦେବାର ଘୋଷଣା କରିଲା ।
ଆପଣଙ୍କ ପ୍ଳାନ ଯେତେବେଳେ ଶେଷ ହେବ ସେତେବେଳେ କମ୍ପାନୀ ଆପଣଙ୍କ ପ୍ଳାନକୁ ଦୁଇ ଦିନ ବଢାଇ ଦେବ । ରିଲିଆନ୍ସ ଜିଓର ମେସେଜରେ କୁହାଯାଇଛି-‘ଆମର ଟିମ କିଛି ସମୟ ମଧ୍ୟରେ ଏହି ନେଟୱାର୍କ ସମସ୍ୟାର ସମାଧାନ କରିସାରିଛି । ହେଲେ ଆମେ ବୁଝି ପାରୁଛୁ ଏହା ଆପଣ ମାନଙ୍କ ପାଇଁ ଭଲ ଅନୁଭବ ନଥିଲା । ତେଣୁ ଆମେ ଏଥିପାଇଁ ଆପଣ ମାନଙ୍କ ଠାରୁ କ୍ଷମା ପ୍ରାର୍ଥନା କରୁଛୁ’ ।
ବନ୍ଧୁଗଣ ଇଣ୍ଟର୍ନେଟ ସେବା ବନ୍ଦ ହେବା ପରେ ୟୁଜର୍ସ ମାନଙ୍କୁ କଲ୍ ରେ କଥା ହେବା ପାଇଁ ବହୁତ ସମସ୍ୟା ହୋଇଥିଲା ଯାହାଫଳରେ ୟୁଜର୍ସ ମାନେ ୱ୍ହାଟସପ୍ କଲ୍ ର ସାହାରା ନେଇଥିଲେ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।