ନମସ୍କାର ବନ୍ଧୁଗଣ ନମସ୍କାର ବନ୍ଧୁଗଣ ତେବେ ଶୀତ ଦିନ ଆସି ଗଲାଣି ଏବଂ ଥଂଡା ମଧ୍ୟ ବହୁତ ଜୋରରେ ପଡ଼ିଲାଣି ତେବେ ଏହା କେବଳ ମଣିଷ ମାନଙ୍କ ପାଇଁ ସମସ୍ୟା କରେ ନାହିଁ ବରଂ ପଶୁ ପକ୍ଷୀ ଆଦି ଙ୍କ ପାଇଁ ମଧ୍ୟ ଶୀତ ଦିନ ରହିବା ବହୁତ କଷ୍ଟକର । ତେବେ ଶୀତ ରୁ ବଞ୍ଚିବା ପାଇଁ ବିଷାକ୍ତ ସାପ ଘର ଭିତରକୁ ପଶି ଯାଆନ୍ତି । ଭିତରକୁ ସାପ ଭଳି ବିଷାକ୍ତ ସରିସୃପ ପଶିଆସନ୍ତି । ଆପଣ ଏହି ଋତୁରେ ଅଧିକାଂଶ ଲୋକଙ୍କ ଘରୁ ସାପ ବାହାରୁଥିବା ମଧ୍ୟ ଦେଖିଥିବେ ।
ବେଳେବେଳେ ଏମିତି ହୁଏ ଯେ ଅଜାଣତରେ ଘରେ ସାପ ରହିଯାନ୍ତି ଏବଂ ଶୋଇଥିବା ବେଳେ ଚୋଟ ମାରିଯାନ୍ତି । ତେବେ ଯେତେ ବଳଶାଳୀ ଲୋକଟିଏ ହୋଇଥିଲେ ହେଁ ସାପ ଭଳି ଜନ୍ତୁକୁ ଦେଖି ସମସ୍ତେ ଭୟ ପାଇଥାନ୍ତି । ତେବେ ସେହି ଭଳି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ଗୋଟିଏ ଗାଁ ରେ । ସେଠାରେ ଥିବା ଏକ ଖାଲି ପଡିଆ ରେ ଯେଉଁଠି କିଛି ଭଙ୍ଗା ଘର ମଧ୍ୟ ରହିଛି ସେଠାରେ ଏକ କୋବ୍ରା ସାପ କୁ ଦେଖା ଯାଇଥିଲା ।
ତେବେ ଲୋକମାନେ ସେହି ସାପ କୁ ଉଦ୍ଧାର କରିବା ପାଇଁ ସାପ ଉଦ୍ଧାର କାରୀ ମୁରଲୀ ବାଲେ ହୋସଲା ଙ୍କୁ ଡାକିଥିଲେ । ତେବେ ସେ ସେହି ପୁରୁଣା ପଡିଆ ରେ କିଛି ସମୟ ଖୋଳ ତାଡ଼ କରିବା ପରେ ଏକ ୨୪ ବର୍ଷ ର ପୁରୁଣା କୋବ୍ରା ବା ନାଗ ସାପ ବାହାରି ଥିଲା । ତେବେ ସେହି ସାପଟି ବିରାଟ ବଡ଼ ଥିଲା ଏବଂ ବିଷଧର ମଧ୍ୟ ଥରେ ଯଦି କୌଣସି ମଣିଷ କୁ କାମୁଡ଼ି ଦିଏ ତେବେ ତା ପାଖରେ କେବଳ ୪୦ ରୁ ୪୫ ମିନିଟ ସମୟ ରହିଥାଏ ।
ତେବେ ସେହି କୋବ୍ରା କୁ ଉଦ୍ଧାର କରି ଶେଷ ରେ ଏକ ସୁରକ୍ଷିତ ଜଂଗଲ ରେ ଛାଡି ଦେଇଥିଲେ । ଏହା ଛଡା ତାଙ୍କ କହିବା କଥା ହେଉଛି ଏହି ସାପ ଗୁଡିକ ଅନେକ ସ୍ଥାନରେ ମିଳିଥାନ୍ତି କିନ୍ତୁ କିଛି ଲୋକ ଏହାକୁ ମାରି ଦିଅନ୍ତି ଏବଂ କିଛି ଲୋକ ନିଜର ମନୁଷ୍ୟତା କୁ ଦେଖାଇ ତାକୁ ଉଦ୍ଧାର କରିବା କଥା ଭାବିଥାନ୍ତି ।
ତେବେ ଏହା ଛଡା ସେ କହିଛନ୍ତି କି ଆଜି ମଧ୍ୟ ଗାଁ ମାନଙ୍କ ରେ ଅନ୍ଧ ବିଶ୍ୱାସ ରହିଛି କି ସାପ କାମୁଡ଼ିଲେ ଝାଡ଼ ଫୁଙ୍କା କରିବା କିନ୍ତୁ ସାପ କାମୁଡ଼ିଲେ ତାକୁ ପ୍ରଥମେ ଯେପରି ବିଷ ଦେହ ଯାକ ନଯିବ ସେଥିପାଇଁ ସେହି କ୍ଷତ ସ୍ଥାନରେ ଏକ କପଡାକୁ ଜୋରରେ ବାନ୍ଧି ଦେବେ ଏବଂ ପରେ ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନାକୁ ନେଇଯିବେ ।
ଅନ୍ଧବିଶ୍ୱାସର ଶିକାର ହେଲେ ନିଜ ଜୀଵନ ମଧ୍ୟ ହରାଇ ପାରିବେ ତେଣୁ ଏହି କଥାର ଧ୍ୟାନ ଦେବା ଆବଶ୍ୟକ କାରଣ ଏହି ସାପର ବିଷ ବହୁତ ଖତରନାକ ଥାଏ । ତେଣୁ ପ୍ରଥମେ ଡାକ୍ତର ଙ୍କ ପାଖକୁ ଯିବା ହିଁ ବୁଦ୍ଧିମାନ ର କାମ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।