ଦର୍ଶକ ବନ୍ଧୁ 1987 ମସିହାରେ ରାମାନନ୍ଦ ସାଗରଙ୍କ ଧାରାବାହିକ ‘ରାମାୟଣ’ ସିରିଏଲ ତ ଆପଣ ମାନେ ନିଶ୍ଚୟ ଦେଖିଥିବେ । ଏହି ରାମାୟଣ ଧାରାବାହିକରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅରୁଣ ଗୋବିଲ । ଅରୁଣ ମୁଖ୍ୟ ଚରିତ୍ର ରାମଙ୍କ ଭୂମିକାରେ ନଜର ଆସିଥିଲେ । ଅରୁଣଙ୍କୁ ରାମ ଚରିତ୍ରରେ ଲୋକ ମାନେ ଦେଖିବା ପରେ ସମସ୍ତେ ଅରୁଣଙ୍କୁ ପୂଜା ବି କରୁଥିଲେ । ଆଉ ଲୋକ ମାନେ ନିଜ ମନରେ ରାମଙ୍କ ଚରିତ୍ରରେ ଅରୁଣ ଗୋବିଲଙ୍କୁ ଦେଖୁଥିଲେ ।
ଗତ କିଛି ଦିନ ତଳେ ଅରୁଣ ଏକ ଏୟାର ପୋର୍ଟରେ ନଜର ଆସିଥିଲେ । ସେଠାରେ ଜଣେ ମହିଳା ତାଙ୍କ ଚରଣ ସ୍ପର୍ଶ କରି ତାଙ୍କର ଆଶୀର୍ବାଦ ନେଇଥିଲା ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆପଣ ମାନେ ଜାଣି ପାରୁଥିବେ ଲୋକ ମାନେ ଅରୁଣଙ୍କୁ କେତେ ଅଧିକ ପସନ୍ଦ କରୁଥିବେ ।
ବନ୍ଧୁଗଣ ଅରୁଣ ରାମାୟଣ ଧାରାବାହିକ କରି ସୁନାମ ଅର୍ଜନ କରିଛନ୍ତି ଏବଂ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ଅନେକ ଥର ଅରୁଣ ଆଲୋଚନାର ପାତ୍ର ବି ହୁଅନ୍ତି । ବନ୍ଧୁଗଣ ଗୋଟେ ସମୟରେ ଅରୁଣ ସିଗ-ଆରେଟ ଟାଣିବା କାରଣରୁ ଲଜ୍ଜାର ସମ୍ମୁଖୀନ ହୋଇଥିଲେ । ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।
View this post on Instagram
ଗୋଟେ ସମୟରେ ଅରୁଣ ଗୋବିଲ ବହୁତ ସିଗ-ଆରେଟ ଟାଣୁ ଥିଲେ । ଏହି କଥାର ଖୁଲାସା ସେ ନିଜେ କରିଛନ୍ତି । ସେ କହିଛନ୍ତି, ଗୋଟେ ସମୟରେ ମୁଁ ବହୁତ ଅଧିକ ସିଗ-ଆରେଟ ଟାଣୁ ଥିଲି । ଲଞ୍ଚ ଟାଇମରେ ମୋତେ ସିଗ-ଆରେଟ ଟାଣିବାକୁ ଇଛା ହେଲେ ମୁଁ ଷ୍ଟୂଡିଓ ପଛ ପଟେ ବସି ସିଗ-ଆରେଟ ଟାଣୁ ଥିଲି ।
ସେହି ସମୟରେ ଜଣେ ବ୍ୟକ୍ତି ଆସି ଗଲା । ସେ ମୋତେ ରାଗିକି ଚାହିଁଲା ଆଉ ନିଜ ଭାଷାରେ ଯେତେ କଥା କହିବା କଥା ସେ କହି ଗଲା । ହେଲେ ମୋତେ ତାର ଭାଷା ବୁଝି ହେଲା ନାହିଁ । ହେଲେ ମୁଁ ଏତିକି ଜାଣି ପାରିଲି ସେହି ବ୍ୟକ୍ତି ମୋତେ ମନ ଶାନ୍ତି ହେଲା ପର୍ଯ୍ୟନ୍ତ ଗାଳି ଦେଇ ଗଲା । ମୁଁ ତାକୁ ଟିକେ ଶାନ୍ତ ହେବା ପାଇଁ କହିଲି । ଆଉ ଜଣେ ବ୍ୟକ୍ତିଙ୍କୁ ଡାକି ପଚାରିଲି ସେ ମୋତେ କଣ କହୁଛନ୍ତି ।
ସେ ବ୍ୟକ୍ତି ଜଣକ ମୋତେ କହୁଥିଲେ, ଆମେ ତମକୁ ଭଗବାନ ଭାବୁଛୁ ହେଲେ ତମେ ସିଗ-ଆରେଟ ଟାଣୁଛ, ଲଜ୍ଜା ଆସିବା ଦରକାର । ଏହି କଥା ଶୁଣିବା ପରେ ଅରୁଣ ସିଗ-ଆରେଟ ଛାଡି ଦେଲେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।