ନମସ୍କାର ବନ୍ଧୁଗଣ । ଦୀର୍ଘ 14 ମାସ ପରେ ହନି ଟ୍ରାପ ଅର୍ଚ୍ଚନା ନାଗ ଫେରିଛନ୍ତି ଯେଉଁ ଘର ତାଙ୍କ ଉପସ୍ଥିତ ରେ ତିଆରି ହୋଇଥିଲା । ଯେଉଁ ଘରକୁ କେହି କହୁଥିଲା ଶଙ୍ଖ ମଲ ମଲ ରାଜ ଉଆସ ତ ଆଉ କିଏ କହୁଥିଲା ଆଲିଶାନ ବଙ୍ଗଳା । ଆଉ କିଏ କହୁଥିଲା ଘରର ଚଟାଣ ଏତେ ଚିକ୍କଣ ଯେ ପାଦ ପଡିଲେ ଖସି ଯାଉଛି । ଏଇ ଘରେ ଦିନେ ସିନେମା ଶୁଟିଙ୍ଗ ହେଉଥିଲା । ଏଇ ଘରେ ସିରିଏଲ ଶୁଟିଙ୍ଗ ହେଉଥିଲା ।
କଳାକାର ଙ୍କ ହୋ ହାଲା ରେ କମ୍ପନ କରୁଥିଲା ଅର୍ଚ୍ଚନା ନାଗ ଙ୍କ ଘର । ଆଉ ତା ପରେ ଏହି ଘରକୁ ଲୋକେ ଦେଖିବାକୁ ଗଲେ । କାରଣ ଅର୍ଚ୍ଚନା ନାଗ ଏହି ଘରେ ରହୁଥିଲେ । ସେ ଗିରଫ ହେବା ପରେ ତାଙ୍କ ଘରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଯେଉଁ ଘରକୁ ଆଜି ଜେଲ ରୁ ବାହାରି ଅର୍ଚ୍ଚନା ନାଗ ଫେରିଛନ୍ତି । ଆଉ ଘରକୁ ପ୍ରବେଶ କରିବା ସମୟରେ ଆଣ୍ଠେଇ ମୁଣ୍ଡିଆ ମାରିଛନ୍ତି ହନି ଟ୍ରାପ ଅର୍ଚ୍ଚନା ନାଗ ।
ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଯେବେ ସ୍ଵାମୀ ଜଗବନ୍ଧୁ ତାଙ୍କୁ ଜେଲ ରୁ ହାତ ଧରି ନେଉଛନ୍ତି ଆଉ ଯେବେ ଗୃହ ପ୍ରବେଶ କରୁଛନ୍ତି ଅର୍ଚ୍ଚନା ସେତେବେଳେ ତାଙ୍କୁ ଘରର ବଡ ମାନେ ଉପସ୍ଥିତ ରହି ବନ୍ଦାପନା କରିଛନ୍ତି ଓ ସ୍ଵାଗତ ମଧ୍ୟ ଜଣାଇଛନ୍ତି । ଜଣ ଜଣ କରି ମୁଣ୍ଡିଆ ମାରିଛନ୍ତି ଅର୍ଚ୍ଚନା ନାଗ । ଆଉ ତା ପରେ ଯାଇ ସେ ଗୃହକୁ ଯାଇଛନ୍ତି ।
ଆଜି ସକାଳୁ ଅର୍ଚ୍ଚନା ନାଗ ଜେଲରୁ ବାହାରି ସିଧା ନିଜ ରାଜ ଉଆସ ରେ ପହଞ୍ଚିଛନ୍ତି । ଆଉ ଘରେ ପହଞ୍ଚିବା ପରେ ଗଣାମଧ୍ୟମ ରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ମୁଁ ବର୍ତ୍ତମାନ ଘରେ ପହଞ୍ଚିଲି । ଗୋଟେ ଜାଗାରୁ ବାହାରି ଆସିଲି । ମୋତେ କିଛି ସମୟ ଦିଅନ୍ତୁ । ତା ପରେ ମୁଁ ସବୁ କହିବି । ମୋତେ କେବଳ ସହଯୋଗ ଲୋଡା ଅଛି । ଏତିକି କହିବା ପରେ ପରିବାର ଲୋକଙ୍କୁ ସମସ୍ତଙ୍କୁ ଗୋଟି ଗୋଟି କରି ମୁଣ୍ଡିଆ ମାରିଛନ୍ତି ଅର୍ଚ୍ଚନା ।
ନମସ୍କାର ଜଣାଇଛନ୍ତି । ଆଉ ଶେଷରେ ଘରକୁ ଆଣ୍ଠେଇ ମୁଣ୍ଡିଆ ମାରି ପ୍ରବେଶ କରିଛନ୍ତି । ଯେଉଁ ଘର ରାତା ରାତି କେମିତି ତିଆରି ହେଲା ବୋଲି ସେହି ଆଲିଶାନ ବଙ୍ଗଳା, ସେହି ରାଜକୀୟ ଠାଣି, ସେହି ଦାମୀ ଫର୍ଣ୍ଣିଚର, ସେହି ଶଙ୍ଖ ମଲ ମଲ ରାଜ ଉଆସ, ସେହି କୋଟି କୋଟି ଟଙ୍କାର ଝୁମର ଯାହାକୁ ଦେଖି ସମସ୍ତେ ଆଚମ୍ବିତ ହୋଇ ଯାଇଥିଲେ ।
ଆଜି ସେହି ଘରକୁ ସବୁ ନ୍ୟାୟ ପ୍ରକ୍ରିୟାକୁ ଶେଷ କରି ଅର୍ଚ୍ଚନା ଗୃହ ପ୍ରବେଶ କରିଛନ୍ତି । ଏହି ଦୃଶ୍ୟ ଦେଖି ସମସ୍ତେ କହୁଛନ୍ତି କୌଣସି ଶୁଭାରମ୍ଭ ପୂର୍ବରୁ ଭଗବାନ ଙ୍କୁ ପ୍ରାର୍ଥନା କରିବା ବିଧି ଓ ବିଧାନର କଥା । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।