ଜେଲ ରୁ ଆଜି ବାହାରିବା ପରେ ଡାହାଣ ପାଦ ପକାଇ ରାଜ ଉଆସରେ ପ୍ରବେଶ କଲେ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ ।

ଖୋଲିଲା ହନି ଟ୍ରାପ ବ୍ଲାକ ମେଲର ଅର୍ଚ୍ଚନା ନାଗ ଙ୍କ ରାଜା ଉଆସ । ଡାହାଣ ପାଦ ପକାଇ ଘରେ ପ୍ରବେଶ କରିଲେ ଅର୍ଚ୍ଚନା । ଖୁବ ଧୂମ ଧାମରେ ତାଙ୍କୁ ସ୍ଵାଗତ କରା ଯାଇଛି ଜେଲରୁ ଆସିବା ପରେ । ତାଙ୍କୁ ବନ୍ଦାପନା କରି ମିଠା ଖୁଆଇ ମା କରିଛନ୍ତି ସ୍ଵାଗତ । ଆଉ ଅର୍ଚ୍ଚନା ଙ୍କ ମୁହଁ କୁ ଦେଖିଲେ ଜାଣି ହେଉଛି ଘରକୁ ଆସି ସେ ବେଶ ଖୁସି ରେ ଅଛନ୍ତି । ଦୀର୍ଘ 14 ମାସ ହେବ ଜେଲ ର ଅନ୍ଧାର କୋଠରି ଭିତରେ ରହିଥିଲେ ।

ଆଉ ଆଜି ନିଜ ରାଜ ଉଆସ କୁ ଦେଖି ବେଶ ଖୁସି ହୋଇଛନ୍ତି । ଅର୍ଚ୍ଚନା କାର ରୁ ଓଲହାଇବା ପରେ ତାଙ୍କୁ ସ୍ଵାଗତ କରିବା ପାଇଁ ଘରର ଅନ୍ୟ ସଦସ୍ୟ ମାନେ ଆସି ପହଞ୍ଚି ଥିଲେ । ଆଉ ଖାସ କରି ଅର୍ଚ୍ଚନା ପାଳିଥିବା କୁକୁର ମଧ୍ୟ ତାଙ୍କୁ ଦେଖି ଅଧିକ ଖୁସି ହୋଇ ଯାଇଛି ଆଉ ସ୍ଵାଗତ କରିବାକୁ ବାହାରେ ଠିଆ ହୋଇଛି । ଯାହାର ଭିଜୁଆଲ ଏବେ ସୋଇଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଆଜି ଜେଲରୁ ବାହାରିବା ପରେ ନିଜର ପୁରୁଣା ଷ୍ଟାଇଲ ରେ ଗଣମାଧ୍ୟମ କୁ ସମାନ ପ୍ରତିକ୍ରିୟା ରଖିଥିଲେ ଅର୍ଚ୍ଚନା । ବ୍ଲାକ ମେଲିଙ୍ଗ ସାମ୍ରାଜ୍ୟ ବାବଦରେ ସବୁ ଉତ୍ତର ପରେ ଦେବେ ବୋଲି କହିଛନ୍ତି ଅର୍ଚ୍ଚନା । ଖାଲି ଏତିକି ନୁହେଁ ସେ ଆଗକୁ କହିଛନ୍ତି ମୁଁ ମୁଣ୍ଡ ନୁଆଁଇବା ପିଲା ନୁହେଁ । କୋର୍ଟ କୁ ସବୁ ତଥ୍ୟ ଦେବା ସହ ତଦନ୍ତରେ ସଂପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି ସେ ।

ଆଗାମୀ ଦିନରେ କାର୍ଯ୍ୟନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ । ଯେଉଁ ମାନେ ମୋ ଉପରେ ଆସ୍ଥା ରଖିଛନ୍ତି ମୁଁ ତାଙ୍କ ସହ ରହିବି । ସବୁ ଉତ୍ତର ଦେବି । ମାନ୍ୟବର କୋର୍ଟ ଙ୍କୁ କ୍ରଶ ରେ କରି ମୁଁ କିଛି କରି ପାରିବି ନାହିଁ । ମୁଁ ସଂପୂର୍ଣ୍ଣ ସହଯୋଗ କରିବି । ଆଉ ସବୁଠାରୁ ବଡ କଥା ହେଉଛି ଆଜି ହେଉଛି ତାଙ୍କର ପରୀକ୍ଷା । କାରଣ ସେ ଆଇନ ପାଠ ପଢୁଥିବା ବେଳେ ସେ ଜଣେ ଆଇନ ଛାତ୍ରୀ ।

ତେଣୁ ଆଇନ ଅନୁସାରେ ପ୍ରତେକ ଟି କାର୍ଯ୍ୟ କରିବାକୁ ଅଧିକ ସମର୍ଥନ କରିବେ ବୋଲି କହିଛନ୍ତି ଅର୍ଚ୍ଚନା । ତେବେ ଅର୍ଚ୍ଚନା ଙ୍କ ମାମଲା ଆଗକୁ କେଉଁ ମୋଡ ନେବ ତାହା ତ ସମୟ କହିବ । କିନ୍ତୁ ପୂର୍ବରୁ ଅର୍ଚ୍ଚନା ଯେମିତି କହିଥିଲେ ଯେ ସେ ଯଦି ମୁହଁ ଖୋଲି ଦେବେ ସବୁ କିଛି ଶେଷ ହୋଇଯିବ । ଏହା ପଛରେ କେତେ ସତ୍ୟତା ରହିଛି ତାହା ଅର୍ଚ୍ଚନା ଙ୍କ ବୟାନ ପରେ ସାମନା କୁ ଆସିବ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *