2 ଯାଆଁଳା ଭଉଣୀ Chiki-Minki ଙ୍କ ଜୀବନର କିଛି ଅଜଣା କଥା, ଆଗରୁ କେବେ ବି ଜାଣି ନଥିବେ

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଚିଙ୍କି-ମିଙ୍କିଙ୍କ ବିଷୟରେ କହିବାକୁ ଯାଉଛୁ । ସୋସିଆଲ ମିଡିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁ ମାନେ ଦର୍ଶକ ମାନଙ୍କ ମନୋରଞ୍ଜନ କରି ଫେମସ ହୋଇପାରିଛନ୍ତି ତେବେ ଚିଙ୍କି-ମିଙ୍କି ମଧ୍ୟ ସେମାନଙ୍କ ମଧ୍ୟରେ ଅଛନ୍ତି । ଚିଙ୍କି-ମିଙ୍କି ଦୁଇ ଭଉଣୀ ଅଟନ୍ତି ସେମାନେ ସଂପୂର୍ଣ୍ଣ ରୂପେ ଏକାଭଳି ଦେଖା ଯାନ୍ତି କହିବାକୁ ଗଲେ ସେମାନେ ଜୁଡୁବା ଭଉଣୀ ଅଟନ୍ତି ।

ଚିଙ୍କି-ମିଙ୍କି ସୋସିଆଲ ମିଡିଆରେ ଅନେକ ମଜାଦାର ଭିଡିଓ ଅପଲୋଡ କରନ୍ତି ଯାହା ଆପଣ ମାନେ ଦେଖିଥିବେ । ସୋସିଆଲ ମିଡିଆ ମାଧ୍ୟମରେ ସେମାନେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଚିଙ୍କି-ମିଙ୍କିଙ୍କ ଲାଇଫ ଷ୍ଟୋରି ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଅତି କମ ଲୋକ ଜାଣିଛନ୍ତି । ତା ହେଲେ ଦର୍ଶକ ବନ୍ଧୁ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

24 ଡିସେମ୍ବର 1994 ଦିଲ୍ଲୀର ଏକ ପଞ୍ଜାବୀ ପରିବାରରେ ଚିଙ୍କି-ମିଙ୍କିଙ୍କ ଜନ୍ମ ହୋଇଥିଲା । ଏହି ଦୁଇଜଣଙ୍କ ଅସଲି ନାମ ହେଉଛି ସୁରବୀ ଏବଂ ସମୃଦ୍ଧି । ଦୁଇଜଣ ଜୁଡୁବା ହୋଇଥିବାରୁ ସେମାନଙ୍କ ସମ୍ପର୍କୀୟ ମାନେ ସେମାନଙ୍କୁ ସ୍ନେହରେ ଚିଙ୍କି-ମିଙ୍କି ନାମରେ ଡାକିଲେ । ହେଲେ ଦୁଇଜଣଙ୍କ ପୁରା ନାମ ସୁରବୀ ମେହେରା ଏବଂ ସମୃଦ୍ଧି ମେହେରା ଅଟେ । ସୁରବୀ ନିଜ ଭଉଣୀ ସମୃଦ୍ଧି ଠାରୁ ମାତ୍ର 1 ମିନିଟ ବଡ ଅଛି ।

ସୁରବୀ-ସମୃଦ୍ଧି ନିଜ ବାପା-ମାଆ ଙ୍କ ସହ ରହୁଛନ୍ତି । ସମ୍ପର୍କୀୟ ମାନେ ଚିଙ୍କି-ମିଙ୍କିକୁ ନେଇ ସବୁବେଳେ ବିଚଳିତ ରୁହନ୍ତି । ସୁରବୀ ଏବଂ ସମୃଦ୍ଧି ବହୁତ ଭଲ ପାଠ ପଢନ୍ତି । ସେମାନେ ନିଜ ସ୍କୁଲ ପାଠ ପଢା ମାଉଣ୍ଟ ଆବୁ ପବ୍ଲିକ ସ୍କୁଲରେ କମ୍ପ୍ଲିଟ କରିଛନ୍ତି । ହେଲେ ଦୁଇଜଣ ନିଜ ନିଜ ଗ୍ରାଜୁଏସନ ଅଲଗା କଲେଜରେ ପଢି କରିଛନ୍ତି । ପଢା ଶେଷ ହେବା ପରେ ଦୁହେଁ ଚାକିରି କରିଥିଲେ ।

ହେଲେ ଚାକିରି କରିବାକୁ ତାଙ୍କୁ ଭଲ ଲାଗିଲା ନାହିଁ ଏହା ପରେ ସେମାନେ ଫ୍ୟାସନ ସୋରେ ମଡେଲ ରୂପେ କାମ କରିଲେ । ଏହା ପରେ ସେ ସୋସିଆଲ ମିଡିଆରେ ସର୍ଟ ଭିଡିଓ ଅପଲୋଡ କରିଲେ । ଧୀରେ ଧୀରେ ତାଙ୍କ ଭିଡିଓକୁ ଲୋକମାନେ ବହୁତ ପସନ୍ଦ କରିଲେ ଆଉ ସେ ବହୁତ କମ ସମୟରେ ଏତେ ବଡ ସଫଳତା ପାଇଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଚିଙ୍କି-ମିଙ୍କି କେମିତି ଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *