IPS ସାଗରିକା ନାଥଙ୍କ ପରିବାର ଲୋକଙ୍କ ଠାରୁ ଲୁଟେରାଙ୍କ ଲୁଟ୍ ! ବିଚ ରାସ୍ତାରେ ଦୁର୍ବୁତ୍ତ ମାନେ ଲୁଟ୍ କରିବା ସହ ଦେଲେ ଆକ୍ରମଣର ଧମକ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ରାଜଧାନୀ ଭୁବନେଶ୍ବରରେ ମାତିଛନ୍ତି ଲୁଟେରା ! IPS ଅଧିକାରୀ ସାଗରିକା ନାଥଙ୍କ ଘରେ ଲୁଟେରାଙ୍କ ଲୁଟ୍ ଉଦ୍ୟମ । ତେବେ ଖବର ମୁତାବିକ ଗତ କାଲି IPS  ସାଗରିକାଙ୍କ ବାପା ମାଆ’ ବିଳମ୍ବିତ ରାତିରେ ଘାଟିକିଆ ରାସ୍ତାରେ ନିଜ ଘରକୁ ଫେରୁଥିଲେ । ତାପରେ କିଛି ଲୁଟେରା ତାଙ୍କ ଗାଡି ଅଟକାଇବା ସହ ତାଙ୍କ ଠାରୁ ଟଙ୍କା ଓ ସୁନା ଛଡାଇବାକୁ ଉଦ୍ୟମ କରିଥିଲେ । ଯେତେବେଳେ IPS ସାଗରିକାଙ୍କ ବାପା ଲୁଟେରା ମାନଙ୍କୁ ଏହି କଥାର ପ୍ରତିରୋଧ କରିଥିଲେ ।

ସେତେବେଳେ ଉକ୍ତ ଦୁର୍ବୁତ୍ତ ଲୁଟେରା ମାନେ ତାଙ୍କ ଉପରେ ଆକ୍ରମଣ  କରିବାକୁ ମଧ୍ୟ ପଛ ଘୁଞ୍ଚା ଦେଇନଥିଲେ । ଯେଉଁ କଥାକୁ ନେଇ ଉଭୟ ପକ୍ଷ ମଧ୍ୟରେ କିଛି ସମୟ ପାଇଁ କଳହ ଓ ଧସ୍ତାଧସ୍ତି ହୋଇଥିଲା । ଦୁର୍ବୁତ୍ତ ମାନେ ସେମାନଙ୍କ ଠାରୁ ଜୋର ଜବରଦସ୍ତ ଟଙ୍କା ଓ ସୁନା ଗହଣା ଭଲରେ ଭଲରେ ଦେଇଦେବା ପାଇଁ କହିଥିଲେ । ହେଲେ ଏମାନେ ଏହି କଥାର ପ୍ରତିବାଦ କରିବାରୁ ସାଗରିକାଙ୍କ ବାପାଙ୍କୁ ମରଣାତ୍ମକ ଆକ୍ରମଣ କରିବାକୁ ବହୁ ବାର ଉଦ୍ୟମ କରିଥିଲେ ।

ତେବେ ଏ ନେଇ ସାଗରିକାଙ୍କ ବାପା ମାଆ ଭରତପୁର ଥାନାରେ ଉକ୍ତ ଲୁଟେରା ମାନଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ । ତେବେ ଏହି ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ କରିବା ପାଇଁ ଛାନଭିନ ଆରମ୍ଭ କରିଦେଇଛି । ତେବେ ପୋଲିସ ଘଟଣା ସ୍ତଳରେ ତଦନ୍ତ କରିବା ସମୟରେ ଉକ୍ତ ଘଟଣା ସ୍ତଳରୁ ଏକ ବାଇକ ମଧ୍ୟ ପୋଲିସ ସେଠାରୁ ଜବତ କରିଛି । ତେବେ ଏଠାରେ ଆମେ କହି ରଖିବା ପାଇଁ ଚାହିଁବୁ ।

ଏହା କି ଯେ IPS  ସାଗରିକା ନାଥ ବର୍ତ୍ତମାନ ବାଲେଶ୍ଵରର ଏସ୍ପି ଭାରେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ସାଗରିକା ଭୁବନେଶ୍ବରର DCP ଭାବରେ ନିଜର କାର୍ଯ୍ୟ ନିର୍ବାହ କରୁଥିଲେ । ତେବେ ରାଜଧାନୀ ଭୁବନେଶ୍ବରରେ ଖାଲି ସାଗରିକାଙ୍କ ପରିବାରରେ ଲୁଟ୍ ଉଦ୍ୟମ କିଛି ନୂଆ କଥା ନୁହେଁ । କାରଣ ଏହିଭଳି ଭାବରେ ବାରମ୍ବାର ରାଜଧାନୀରେ ବିଚ ରାସ୍ତା ଉପରେ ଲୁଟେରା ମାନେ ଲୁଟ୍ କରି ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିବା ସହ ତାଙ୍କ ମନରେ ଏକ ଭୟ ସୃଷ୍ଟି କରୁଛନ୍ତି । ତେବେ ଏଥିପ୍ରତି ପୋଲିସ ପ୍ରଶାସନ ଅଧିକ ଜାଗ୍ରତ ହେବାର ଆବଶ୍ୟକତା ରହିଛି । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଅପଡେଟ ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *