ଇନ୍ଦିରା ଗାନ୍ଧୀଙ୍କ ସହ ସେଦିନ କଣ ଘଟିଥିଲା ? ଜାଣନ୍ତୁ Indira Gandhi ଙ୍କ ମୃତ୍ୟୁ ପୂର୍ବର ସେହି 12 ଘଣ୍ଟାର କାହାଣୀ…

ସମୟ ଥିଲା ୩୧ ଅକ୍ଟୋବର ୧୯୮୪ ସକାଳୁ ସାଢେ ୭ଟା ବେଳକୁ ଇନ୍ଦ୍ରା ଗାନ୍ଧି ପ୍ରସ୍ତୁତ ହୋଇ ସାରିଥିଲେ ତାଙ୍କର ଇଣ୍ଟର୍ବ୍ୟୁ ପାଇଁ । ସେଦିନ ଇନ୍ଦ୍ରା ଗାନ୍ଧି କେସର ରଙ୍ଗ ସହ ବ୍ଲାକ ବର୍ଡର ଥିବା ଶାଢୀ ପିନ୍ଧି ଥିଲେ । ଦିନର ପ୍ରଥମ ଇଣ୍ଟର୍ବ୍ୟୁ ପିଟର ୱିଷ୍ଟର୍ନମଙ୍କ ସହ ଥିଲା ଯିଏ ଇନ୍ଦ୍ରା ଗାନ୍ଧିଙ୍କ ଉପରେ ଡକ୍ୟୁମେଣ୍ଟ୍ରି କରୁଥିଲେ । ଅପରାହ୍ନରେ ଇନ୍ଦ୍ରା ଗାନ୍ଧି ବ୍ରିଟେନର ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଜେମ୍ସ କେଲେନ ଓ ମିଜୋରାମର ଏକ ନେତାଙ୍କୁ ଦେଖା ହେବାର ଥିଲା ।

ସନ୍ଧ୍ୟା ସମୟରେ ମଧ୍ୟ ବ୍ରିଟେନ ରାଜକୁମାରୀ ରାଣୀ ଏଲିଜାବେଥଙ୍କ ଝିଅ ଏଲିଙ୍କ ସହ ଭେଟିବା ପରେ ତାଙ୍କ ସହ ରାତ୍ରି ଭୋଜନ କରିଥାନ୍ତେ ଇନ୍ଦ୍ରା ଗାନ୍ଧି । ହେଲେ ସବୁ କିଛି ଓଲଟ ପାଲଟ ହୋଇଯାଇଥିଲା । କ୍ଷଣକରେ ବଦଳି ଯାଇଥିଲା ସବୁ କିଛି । ସକାଳ ସାଢେ ୭ଟାରେ ଇଣ୍ଟର୍ବ୍ୟୁ ପାଇଁ ପ୍ରସ୍ତୁତ ହୋଇଯାଇଥିଲେ ଇନ୍ଦ୍ରା । ଯେଉଁ ଦିନ ଇନ୍ଦ୍ରା ଗାନ୍ଧିଙ୍କ ମୃତ୍ୟୁ ହୋଇଥିଲା ସେଦିନ ସକାଳ ଖାଇବାରେ ଦୁଇଟି ଟୋଷ୍ଟ, ଦୁଇଟି ଅଣ୍ଡା ଏବଂ କମଳା ଜୁଷ ପିଇ ଥିଲେ ।

ଖାଇବା ପରେ ଇନ୍ଦ୍ରା ଗାନ୍ଧିଙ୍କ ମେକ ଅପ୍ ମ୍ୟାନ ମେକ୍ ଅପ୍ କରୁଥିଲେ ଆଉ ଠିକ ସେତିକି ବେଳେ ତାଙ୍କର ଡାକ୍ତର କେ.ପି ମାଥୁର ସେଠାରେ ଆସି ପହଞ୍ଚି ଯାଇଥିଲେ । ସବୁଦିନ ଏହି ସମୟରେ ଇନ୍ଦ୍ରାଙ୍କୁ ଦେଖିବାକୁ ଯାଉଥିଲେ ଡାକ୍ତର କେପି ମାଥୁର । ୯.୧୫ ମିନିଟରେ ଇନ୍ଦ୍ରା ଯେତେବେଳେ ପ୍ରଧାନମନ୍ତ୍ରୀ କାର୍ଯ୍ୟଳୟକୁ ବାହାରିଥିଲେ ସେତେବେଳେ ଆକାଶ ପୁରା ସଫା ଥିଲା ଏବଂ ଖରା ହେଉଥିଲା ।

ଇନ୍ଦ୍ରାଙ୍କୁ ଖରାରେ ବଞ୍ଚେଇବା ପାଇଁ ସିପାହୀ ନାରାୟଣ ସିଂହ କଳା ଛତା ଧରି ତାଙ୍କ ପାଖରେ ଯାଉଥିଲେ । ଇନ୍ଦ୍ରାଙ୍କ ପଛରେ ଥିଲେ ଆର.କେ ଧବନ ଓ ନାଥୁରାମ । ଠିକ ସେହି ସମୟରେ ସେହି ରାସ୍ତାରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀ ବେଣ୍ଡ ସିଂହ ତାଙ୍କ ବନ୍ଧୁକ ବାହାର କରି ଇନ୍ଦ୍ରାଙ୍କ ଉପରେ ଗୁଳି ଚଳାଇ ଥିଲେ । ଗୁଳି ତାଙ୍କ ପେଟରେ ବାଜି ଥିଲା ଇନ୍ଦ୍ରା ନିଜକୁ ରକ୍ଷା କରିବା ପାଇଁ ନିଜ ହାତ ସାମ୍ନାକୁ ଆଣନ୍ତି ତ ସେହି ସମୟରେ ବେଣ୍ଡ ପୁଣି ଗୁଳି ଚଳାଇ ଥିଲେ ।

ସେହି ଗୁଳି ଇନ୍ଦ୍ରାଙ୍କ ଛାତି ଏବଂ ଅଣ୍ଟାରେ ବାଜି ଥିଲା । ସେଠାରୁ ଠିକ ୫ ଫୁଟ ଦୂରରେ ଥିବା  ସତ୍ଵାନ ସିଂହ ତାଙ୍କ ମେସିନ ଗନର ୨୫ ଯାକ ଗୁଳି ଇନ୍ଦ୍ରାଙ୍କ ଉପରେ ସାରି ଦେଇଥିଲେ । ରାମେଶ୍ଵର ଦୟାଲ ଇନ୍ଦ୍ରାଙ୍କୁ ବଞ୍ଚେଇବା ପାଇଁ ଚେଷ୍ଟା କରିଥିଲେ ହେଲେ ତାଙ୍କ ଗୋଡରେ ଗୁଳି ବାଜି ବାରୁ ସେ ଇନ୍ଦ୍ରାଙ୍କ ପାଖରେ ପହଞ୍ଚି ପାରି ନଥିଲେ । ଏହା ପରେ ଇନ୍ଦ୍ରା ସେଠାରେ ଟଳି ପଡିଥିଲେ ।

ମାଟିରେ ପଡି ଥିଲା ଇନ୍ଦ୍ରାଙ୍କ ରକ୍ତ ଜୁଡୁବୁଡୁ ଦେହ । କେସ ରଙ୍ଗର ଶାଢୀ ଲାଲ ରଙ୍ଗ ହୋଇଯାଇଥିଲା । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଥିଲା ଇନ୍ଦ୍ରାଙ୍କ ଶେଷ ମୂହୁର୍ତ୍ତ । ତେବେ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *