ଆପଣ ନୀଳ ରଙ୍ଗର ICF କୋଚ୍ ବିଶିଷ୍ଟ ଟ୍ରେନ ଏବଂ ନାଲି ରଙ୍ଗର LHB କୋଚ୍ ବିଶିଷ୍ଟ ଟ୍ରେନ ବିଷୟରେ ଶୁଣିଥିବେ । ହେଲେ ଜାଣିଛନ୍ତି କି, ଏହି ଦୁଇ ଟ୍ରେନ ମଧ୍ୟରେ କଣ ପାର୍ଥକ୍ଯ ରହିଛି ? ତେବେ ଆସନ୍ତୁ ବିସ୍ତୃତ ଭାବେ ଜାଣିବା ।
ICF କୋଚ୍ ର ଫୁଲଫାର୍ମ ହେଉଛି, Integral Coach Factory ଏବଂ LHB କୋଚ୍ ର ଫୁଲଫର୍ମ ହେଉଛି Linke Holfmann Busch । ICF କୋଚ୍ ଚେନ୍ନାଇରେ ତିଆରି ହେଉଥିବା ବେଳେ LHB କୋଚ୍ ପଞ୍ଜାବର କପୁରଥାଲାରେ ତିଆରି ହୋଇଥାଏ ।
ଅଧିକ ଜାଣିବା ପାଇଁ ଦେଖନ୍ତୁ ଭିଡିଓ-
ICF କୋଚ୍ 1952 ରୁ ତିଆରି ହେଉଥିବା ବେଳେ LHB କୋଚ୍ 2000 ମସିହାରେ ଆସିଥିଲା ଯାହାକି ଏକ ଜର୍ମାନୀ କମ୍ପାନୀ ଅଟେ । ସେଥିପାଇଁ ICF ତୁଳନାରେ LHB ଅଧିକ ମଡର୍ଣ୍ଣ ଟେକ୍ନୋଲୋଜି ଦ୍ଵାରା ନିର୍ମିତ ହୋଇଛି ।
ICF କୋଚ୍ ର ବଡି ଷ୍ଟେନଲେସ ଷ୍ଟିଲରେ ତିଆରି ହେଉଥିବାରୁ ଏହା LHB କୋଚ୍ ତୁଳନାରେ ଅଧିକ ଭାରି ହୋଇଥାଏ । କାରଣ LHB କୋଚ୍ ମାଇଲ୍ଡ ଷ୍ଟିଲରେ ତିଆରି ହୋଇଥାଏ । ICF କୋଚ୍ ରେ ଏୟାରବ୍ରେକ ସିଷ୍ଟମ ଥିବାରୁ ଏଥିରେ ବ୍ରେକ ଲଗାଇବା ପରେ ମଧ୍ୟ ଅନେକ ଦୂରକୁ ଯାଇ ଅଟକିଥାଏ । କିନ୍ତୁ LHB କୋଚ୍ ରେ ଡିସ୍କ ବ୍ରେକ ର ପ୍ରୟୋଗ ହେଉଥିବାରୁ ଏହା ଅଳ୍ପ ଦୂରରେ ଅଟକିଯାଏ ।
ICF କୋଚ୍ ଯାତ୍ରା ବେଳେ 80 ଡେସିବେଲ ର ଶବ୍ଦ ପ୍ରବାହିତ କରିଥାଏ । କିନ୍ତୁ LHB କୋଚ୍ ରୁ ମାତ୍ର 60 ଡେସିବେଲ ର ଶବ୍ଦ ବାହାରିଥାଏ । ICF ର ସସପେନସନରେ ସ୍ପ୍ରିଙ୍ଗ ର ପ୍ରୟୋଗ କରାଯାଉଥିବା ବେଳେ LHB ରେ ହାଇଡ୍ରୋଲିକ ର ପ୍ରୟୋଗ କରାଯାଏ ।
ଏହାସହ ଏକ ସାଇଡ ସସପେନସନ ମଧ୍ୟ ଥାଏ ଯାହା ଯାତ୍ରୀଙ୍କୁ ଉପରତଳ କଚାଡି ନଥାଏ କି ଡାହାଣରୁ ବାମକୁ ମଧ୍ୟ ଅତ୍ୟଧିକ ଦୋହଲାଇ ନଥାଏ । ସେଥିପାଇଁ LHB, ICF ଠାରୁ ଅପେକ୍ଷାକୃତ ଆରାମଦାୟକ ହୋଇଥାଏ ।