ଚମତ୍କାର ! ହନୁମାନ ଚାଳିଶାରେ ଡ୍ୟାନ୍ସ କରୁଛି ଏହି ଶୁଆ…ଦେଖି ଆପଣ ବି ହେବେ ଆଶ୍ଚର୍ଯ୍ୟ !

ନମସ୍କାର ବନ୍ଧୁଗଣ ତେବେ ଶୁଆ ତ ଆପଣ ନିଶ୍ଚିତ ଦେଖିଥିବେ । ଅନେକ ଲୋକ ଘରେ ଶୁଆ ରଖି ତା ସହିତ ଖେଳିବାକୁ ପସନ୍ଦ କରନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଭିଡିଓ ଦେଖାଇବୁ ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ । କାରଣ ଏପରି ଦୃଶ୍ୟ ହୁଏତ ଆପଣ ବହୁତ୍ କମ୍ ଦେଖିଥିବେ କିମ୍ୱା ଦେଖିବାକୁ ପାଇ ନଥିବେ । ଲୋକ ମାନଙ୍କର ଜୀବଜନ୍ତୁ ପ୍ରତି କିପରି ସ୍ନେହ ମମତା ଏବଂ ଭଲପାଇବା ରହିଥାଏ ତାହା ଆପଣ ଏହି ଘଟଣାର ଭିଡିଓ ଦେଖିଲେ ସ୍ପଷ୍ଟ ହୋଇଯିବେ ।


ତେବେ ଯେଉଁ ବ୍ୟକ୍ତି ମାନେ କହୁଛନ୍ତି କି ବର୍ତ୍ତମାନର ଦୁନିଆରେ ମଣିଷ ଏବଂ ଜୀବଜନ୍ତୁ ମାନଙ୍କ ମଧ୍ୟରେ ସୁସମ୍ପର୍କ ସମ୍ଭବପର ନୁହେଁ ସେମାନଙ୍କ ପାଇଁ ଏହି ଭିଡିଓ ଏକ ଉଦାହରଣ ସଦୃଶ ଅଟେ । ତେବେ ଏହାର କାରଣ ଏଠାରେ ସେହିଭଳି କିଛି ଘଟଣା ଘଟିଛି । ଇତର ପ୍ରାଣୀ ମାନେ ହେଉଛନ୍ତି ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ବିଶେଷ ।

ସେମାନଙ୍କୁ ନେଇ ଏହି ମାନବ ସମାଜ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ନିଜର ସ୍ଥିତି କୁ ବଜାୟ ରଖି ପାରିଛି ଜୀବ ଜଗତରେ । ଇତର ପ୍ରାଣୀ ମାନଙ୍କର ମଧ୍ୟ ମଣିଷ ପ୍ରତି ଦୟା, ସ୍ନେହ, କରୁଣା ଓ ଭଲପାଇବା ରହିଥାଏ, ଏକଥା କୁ ଆଦୌ ଅସ୍ବୀକାର କରି ହେବ ନାହିଁ । ଯଦି ଏଥିପ୍ରତି ଆପଣଙ୍କର ସନ୍ଦେହ ଥାଏ ତେବେ ଥରୁଟିଏ ଏହି ଭିଡିଓ ଟିକୁ ଦେଖି ନିଅନ୍ତୁ ଆପଣ ଠିକ୍ ବୁଝି ପାରିବେ । କେବଳ ମଣିଷ ପ୍ରତି ମଣିଷର ନୁହଁ ବରଂ ଏବେବି ଇତର ଜନ୍ତୁ ଏବଂ ପଶୁ ପକ୍ଷୀ ମାନଙ୍କ ପ୍ରତି ମଣିଷର ସମ୍ପର୍କ ବେଶ୍ ନିବିଡ଼ ।

ତେବେ ଏଥିପାଇଁ ଅନେକ ପଶୁ ପକ୍ଷୀ ପ୍ରେମୀ ଘରେ ଏମାନଙ୍କୁ ରଖି ଅର୍ଥାତ୍ ନିଜ ପସନ୍ଦର ପ୍ରାଣୀକୁ ରଖି ସେମାନଙ୍କ ର ଯତ୍ନ ଉଚିତ୍ ଭାବରେ ନିଅନ୍ତି । ସେମାନଙ୍କୁ ଖାଦ୍ୟ ଖାଇବାକୁ ଦିଅନ୍ତି, ସେମାନଙ୍କ ସହ ଖେଳନ୍ତି ଏବଂ ଖୁସି ମଜା କରି ନିଜ ର ବ୍ୟସ୍ତ ବହୁଳ ଜୀବନରେ ଖୁସିର ପୁଲକ ଆଣିବାକୁ ଚେଷ୍ଟା କରନ୍ତି ।


ଅନେକ ଲୋକ ଜୀବ ମାନଙ୍କ ପ୍ରତି ବେଶ୍ ଉଦାରତା ମନୋଭାବ ପୋଷଣ କରନ୍ତି ଏବଂ ସେମାନଙ୍କ ପ୍ରତୀ ସେମାନଙ୍କ ଉଦାରତା ଏବଂ ଦୟାଭାବ ଦେଖାଇ ଥାଆନ୍ତି । ଏହି ଘଟଣା ଜାଣିବା ପରେ ଆପଣ ସ୍ପଷ୍ଟ ହୋଇଯିବେ ଯେ ବାସ୍ତବରେ ମଣିଷ ପଶୁପକ୍ଷୀକୁ କେତେ ଭଲପାଏ ଏବଂ ସ୍ନେହ କରେ । ତେବେ ଏହି ଭିଡିଓ ରେ ଜଣେ ବ୍ୟକ୍ତି କିପରି ତାଙ୍କ ଶୁଆକୁ ହନୁମାନ ଚାଳିଶା ଶୁଣାଉଛନ୍ତି ଏବଂ ଶୁଆ ଟି ଏଥିରେ କିପରି ତାର ପ୍ରତିକ୍ରିୟା ଦେଉଛି ତାହା ଥରେ ଦେଖନ୍ତୁ ।

ବ୍ୟକ୍ତି ଜଣଙ୍କ ପଚାରୁଛନ୍ତି ମିଟୁ, ହନୁମାନ ଚାଳିଶା ଶୁଣିବୁ । ଆଉ ଶୁଆ ଟି ବ୍ୟକ୍ତିଙ୍କର କଥାରେ ମୁଣ୍ତ ହଲାଇ ହଁ କହୁଚି । ଏହାପରେ ବ୍ୟକ୍ତି ଜଣଙ୍କ ହନୁମାନ ଚାଳିଶା ଗାନ କରୁଛନ୍ତି ଏବଂ ଶୁଆଟି ଖୁସିରେ ମୁଣ୍ତ ହଲାଇ, ଡିଆଁ ମାରି ମାରି ନାଚୁଛି । ଏହି ସୁନ୍ଦର୍ ଦୃଶ୍ୟ ଦେଖିଲେ ବାସ୍ତବରେ ବହୁତ୍ ଖୁସି ଲାଗୁଛି । ପକ୍ଷୀ ଟିଏ ହୋଇ ମଣିଷ ସହ ତାର ସମ୍ପର୍କ ଯେଉଁଭଳି ରହିଛି ତାକୁ ଆପଣ ଏହି ଭିଡିଓ ରେ ଦେଖିଲେ ନିଶ୍ଚିତ ଖୁସି ହେବେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *