ଗୋଟିଏ ଡକ୍ୟୁମେଣ୍ଟ ଭୁଲ୍ ପାଇଁ କଟିଯିବ ସୁଭଦ୍ରା ଟଙ୍କା ! ଆସିଲା ବଡ଼ ଅପଡେଟ କେମିତି ମିଳିବ ସୁଭଦ୍ରା ଟଙ୍କା ? Subhadra yojana

ସୁଭଦ୍ରା ଟଙ୍କା ପାଇଁ ଦରକାର ଏହି ସବୁ ଡକ୍ୟୁମେଣ୍ଟ ! ଖବର ମୁତାବିକ ପ୍ରଥମ କ୍ଯାବିନେଟ ବୈଠକ ପରେ ନୂଆ ସରକାର ନେଇ ଏଭଳି ସବୁ ପଦକ୍ଷେପ । ସେହି ଭିତରେ ମହିଳା ମାନଙ୍କୁ ସଶକ୍ତକରଣ କରିବା ଦିଗରେ ମଧ୍ୟ ନୂଆ ସରକାର ବେଶ ଦ୍ରୁଷ୍ଟି ଦେଇଛନ୍ତି । ସେଥିପାଇଁ ମହିଳା ମାନଙ୍କୁ ସୁଭଦ୍ରା ଯୋଜନାର ଅନ୍ତର୍ଭୁକ୍ତ କରାଯାଇଛି । ସେଥିପାଇଁ ମହିଳା ମାନଙ୍କୁ 50 ହଜାର ଟଙ୍କାର ଭାଉଚର ମିଳିବାକୁ ଯାଉଛି । ହେଲେ ଏହି ସୁଭଦ୍ରା ଯୋଜନାର ଲାଭ କେଉଁ ମାନେ ସବୁ ଉଠାଇପାରିବେ ତାହାର ରିପୋର୍ଟ ଜାଣନ୍ତୁ।

କ’ଣ ରହିଛି ଏହି ଯୋଜନାର ନିୟମ ଏବଂ କେଉଁ କେଉଁ ମାନେ ମାନେ ଏଥିରେ ଅନ୍ତର୍ଭୁକ୍ତ ହୋଇପାରିବେ । ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝି ଶପଥ ନେବା ପରେ ପ୍ରଥମ କ୍ଯାବିନେଟ ବୈଠକ ବସିଥିଲା । ଯେଉଁଥିରେ ମହିଳା ମାନଙ୍କୁ ସଶକ୍ତ କରିବା ପାଇଁ ଏହି ସୁଭଦ୍ରା ଯୋଜନା ପ୍ରସଙ୍ଗ ମଧ୍ୟ ଉଠିଥିଲା । ଓଡିଶାରେ କେବଳ ମହିଳା ମାନଙ୍କ ପାଇଁ ଏଇ ଯୋଜନା କାର୍ଯ୍ୟକାରୀ କରାଯିବ । ମହିଳା ମାନଙ୍କୁ ଯେଉଁ 50,000 ଟଙ୍କା ଭାଉଚର ପ୍ରଦାନ କରାଯିବ ।

ସୁଭଦ୍ରା ଯୋଜନା ପାଇଁ ଉଭୟ ଅନଲାଇନ ଏବଂ ଅଫଲାଇନ ଆବେଦନ କରିପାରିବେ । ଏହି ଯୋଜନାର ମୁଖ୍ୟ ଉଦ୍ଧେଶ୍ୟ ହେଉଛି ମହିଳା ମାନଙ୍କୁ ସଶକ୍ତ କରିବା । ତେବେ ଏହି ଯୋଜନା ପାଇଁ ଆଧାର କାର୍ଡ, ବ୍ଯାଙ୍କ ଆକାଉଣ୍ଟ, ଠିକଣା ପ୍ରମାଣପତ୍ର, ମୋବାଇଲ ନମ୍ବର, ପାସପୋର୍ଟ, ଇନକମ ସାର୍ଟିଫିକେଟ, ରାସନ କାର୍ଡ ଆଦି ଏହିଭଳି କିଛି ଡକ୍ୟୁମେଣ୍ଟ ଏହି ଯୋଜନା ଆବେଦନ କରିବା ସମୟରେ ଦରକାର ପଡିବ ।

ଓଡିଶାର ବାସୀନ୍ଦା ମାନେ ହିଁ କେବଳ ଏହି ଯୋଜନାର ଲାଭ ଉଠାଇପାରିବେ । ବିବାହିତା ଏବଂ ସେମାନଙ୍କ ବୟସ 23 ରୁ 59 ବୟସ ମଧ୍ୟରେ ହୋଇଥିବା ମହିଳାମାନେ ହିଁ ସୁଭଦ୍ରା ଯୋଜନା ପାଇପାରିବେ । ପ୍ରତି ପରିବାରର ଜଣେ ମହିଳାଙ୍କୁ ଏହି ଯୋଜନା ମିଳିପାରିବ । ଆବେଦଙ୍କାରୀ ଯେପରି କୌଣସି ସରକାରୀ ଚାକିରୀ କରିନଥିବେ । ଏହି ଯୋଜନାରେ ଅବିବାହିତା ମହିଳା ସାମିଲ ହୋଇପାରିବେ ନାହିଁ । ଅଙ୍ଗନବାଡି କର୍ମୀ ଏଥିରେ ହିତାଧିକାରୀ ହୋଇପାରିବେ । ତେବେ ସୁଭଦ୍ରା ଯୋଜନା ପାଇଁ ଯୋଗ୍ୟ ହିତାଧିକାରୀ ହୋଇଥିଲେ ଏହି ଯୋଜନା ପାଇଁ ଆବେଦନ କରିପାରିବେ । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *