ନମସ୍କାର ବନ୍ଧୁଗଣ ତେବେ ପକ୍ଷୀରାଜ ଗରୁଡ଼ ଭଗବାନ ବିଷ୍ଣୁଙ୍କ ଠାରୁ ସମସ୍ତ ବୃତ୍ତାନ୍ତ ଶୁଣି ସାରିବା ପରେ ଭକ୍ତି ରେ ପ୍ରଣାମ କରି କହିଲା “ପ୍ରଭୁ ଆପଣଂକ ଠାରୁ ଅପୂର୍ବ ବାଣୀ ଶୁଣି ମୁଁ ନିସ୍ତରି ଗଲି ” । ହେ ପ୍ରଭୁ !ମୋତେ କୁହନ୍ତୁ ପାପୀମାନେ ନର ଲୋକରେ ଜନ୍ମ ହୋଇ ମନୁଷ୍ୟ ଶରୀର ପାଆନ୍ତି ଓ ନାନାଦି ରୋଗ ଯନ୍ତ୍ରଣା ଓ ନିନ୍ଦା ଭୋଗ କରନ୍ତି ? କିନ୍ତୁ ୧-କେଉଁ ପାପ କଲେ କେଉଁ ରୋଗ ହୁଏ ? ୨-ଅଙ୍ଗହୀନ ,ବିକଳାଙ୍ଗ କାହିଁକି ମନୁଷ୍ୟ ହୁଏ ? ହେ ଭାବଗ୍ରାହୀ ହେ ମହାପ୍ରଭୁ ! ଦୟାକରି ଏ ବିଷୟରେ ମୋତେ ବିସ୍ତାର କରି କୁହନ୍ତୁ ?
ଗରୁଡ଼ କଥାଶୁଣି ନାରାୟଣ ଦେବ ଅଳ୍ପ ହସିଲେ ଭକ୍ତର ଆଗ୍ରହ ଦେଖି ମଧୁର ବାଣୀ ରେ କହିଲେ ହେ ପକ୍ଷୀରାଜ ତୁମେ ଯାହା ପଚାରିଲ ତାହାକୁ ମୁଁ ବୁଝାଇ କହୁଛି ମନଦେଇ ଶୁଣ ?ପୂର୍ଵଜନ୍ମରେ ଯେଉଁ ପ୍ରାଣୀ ପାପ କରିଥାଏ ତାହାର ଫଳ ଯୋଗୁଁ ନର୍କ ଭୋଗକରେ । ପ୍ରଳୟ କାଳରେ ଯମ ବଦଳି ଯାଆନ୍ତି ।
ରୋୖରବ ନର୍କ ଭୋଗ କରୁଥିବାପାପୀମାନେ ମର୍ତ୍ତ୍ୟ ଲୋକରେ ପୁଣି ମଣିଷ ଶରୀର ଧାରଣ କରନ୍ତି । ସେହି ଶରୀର ବହୁତ ଦୁଃଖ କଷ୍ଟ ଭୋଗକରେ । ବ୍ୟାଧି ରୂପରେ ସେହି ଜନ ନିଜ ପୂର୍ବ ପାପକୁ ଚିହ୍ନି ପାରେ । ତେବେ ଯେଉଁମାନେ ପୂର୍ବ ଜନ୍ମରେ ବ୍ରାହ୍ମଣ ଙ୍କୁ ହତ୍ୟା କରିଥାନ୍ତି ସେମାନଙ୍କୁ ଯକ୍ଷ୍ମା ରୋଗ ନିଶ୍ଚିତ ଭାବେ ହୋଇଥାଏ ।
ଯେଉଁ ମାନେ ପୂର୍ବ ଜନ୍ମରେ ଗୋ ହତ୍ୟା କରିଥାନ୍ତି ସେମାନଙ୍କୁ କୁଷ୍ଠ ରୋଗ ନିଶ୍ଚିତ ଭାବେ ହୋଇଥାଏ । ଯେଉଁମାନେ ନିଜ ପୁତ୍ରକୁ ନାଶ କରିଥାନ୍ତି ସେମାନଙ୍କୁ ଗଳିତ କୋଷ୍ଠ ହୁଏ । ଏହି ତିନି ପାପୀ ମର୍ତ୍ତ୍ୟ ରେ ଚଣ୍ଡାଳ ଘରେ ଜନ୍ମ ହୋଇଥାନ୍ତି ଓ ଏହି ରୋଗରେ ଘାଣ୍ଟି ହୁଅନ୍ତି । ଯେଉଁମାନେ ଗୁରୁ ପତ୍ନୀ ଙ୍କୁ ରମଣ କରନ୍ତି ସେହିମାନେ ମର୍ତ୍ତ୍ୟରେ ନପୁଂସକ ହୋଇ ମର୍ତ୍ତ୍ୟରେ ଜନ୍ମ ହୁଅନ୍ତି । ଯେଉଁମାନେ ଗର୍ଭ ନଷ୍ଟ କରିଥାନ୍ତି ସେମାନେ ମର୍ତ୍ତ୍ୟରେ ଶବର ଘରେ ଜନ୍ମ ନିଅନ୍ତି ।
ତାଙ୍କର ହାତ ,ପାଦ ,ଚର୍ମ ସବୁଆଡେ ଯାଦୁ ହୁଏ । ଯେତେ ଔଷଧ ଖାଇଲେ ମଧ୍ୟ ଏହା ଭଲ ହୁଏନାହିଁ । ତେବେ ବ୍ରାହ୍ମଣ ହୋଇ ଯଦି ଇନ୍ଦ୍ରିୟ ର ଅଧିନ ହୁଏ ତେବେ ତାକୁ ଜଳ ଉଦର ରୋଗ ହୁଏ । ଯେଉଁମାନେ ସୁସ୍ୱାଦୁ ପରିବାରଙ୍କୁ ଲୁଚାଇ ନିଜେ ଖାଏ ସେମାନଙ୍କୁ ଗଳଗଣ୍ଡ ରୋଗ ହୁଏ । ଅଶୁଦ୍ଧ କାଳରେ ଯିଏ ଶ୍ରାଦ୍ଧ ଓ ପିଣ୍ଡଦାନ ଦିଏ ସେମାନଙ୍କ ଶରୀରରେ ଚିତ୍ର କୁଷ୍ଠ ହୁଏ ।
ଯେଉଁ ଜନ ଗୁରୁଙ୍କ ଆଜ୍ଞାକୁ ଅବଜ୍ଞା କରେ ତାକୁ ଅପ୍ସମାର ରୋଗ ନିଶ୍ଚିତ ହୋଇଥାଏ । ଯେଉଁ ଜନ ବେଦ ନିନ୍ଦାକରେ ତାକୁ ପାଣ୍ଡୁ ରୋଗ ହୁଏ । ଯେଉଁଜନ ମିଥ୍ୟା ସାକ୍ଷୀ ଦିଇଥାନ୍ତି ସେମାନେ ଭୁଲୋକରେ ମୁକ ହୋଇ ଜନ୍ମ ନିଅନ୍ତି । ତେବେ ଯିଏ ଠାକୁରଙ୍କ ପଇସା ଖାଇଥାଏ କିମବା ଠାକୁରନାକ ଜିନିଷ ଚୋରୀ କରିଥାଏ ସେ ଆର ଜନ୍ମରେ ଚୁଚୁନ୍ଦ୍ରା ରୂପରେ ଜନ୍ମ ନେଇଥାଏ । ନିଜ ସ୍ତ୍ରୀ ଥାଇ ଯଦି ପର ନାରୀ ସହ ମିଶୁଛନ୍ତି ତେବେ ଚକ୍ଷୁ ରୋଗ ହବ ।
ଅନ୍ୟର ଉନ୍ନତି ଦେଖି ହିଂସା କରୁଛନ୍ତି କିମ୍ବା ଦୁଃଖିତ ହେଉଛନ୍ତି ତେବେ ବାତ ରୋଗର ଶିକାର ହେବେ । ବିଶ୍ଵାସଘାତକତା କରିଲେ ସବୁବେଳେ ମୁଣ୍ଡବିନ୍ଧା ହବ । କିନ୍ତୁ ଆପଣ ବ୍ରାହ୍ମଣଙ୍କୁ କିଛି ଜିନିଷ ଦାନ କରି ଏହି ସବୁ ପାପରୁ ମୁକ୍ତି ପାଇ ପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ