Malika Bachana- ଗାଈକୁ ବଞ୍ଚାଇବାକୁ ନଦୀକୁ ଡେଇଁଲେ ବାବା…ଦେଖିଲେ ଗାଈ ଶିଙ୍ଗରେ ସାପ, ଆଉ ତା’ପରେ… 

ବନ୍ଧୁଗଣ ବର୍ତ୍ତମାନ ଓଡିଶାରେ ମାଳିକା ଏକ ପ୍ରକାର ହଲଚଲ ସୃଷ୍ଟି କରିଛି । ତେବେ ଜଣେ ବାବା ଏବେ ସାମ୍ନାକୁ ଆସିଛନ୍ତି ଯିଏ 4 ହଜାରରୁ ଉର୍ଦ୍ଧ ବହି ଅଧୟନ କରିଛନ୍ତି ଆଉ ନିଜେ ଲେଖିଛନ୍ତି ପାଖାପାଖି 40ଟି ବହି । ଏହି ବାବା ଜଣକ ଆଉ କିଏ ନୁହେଁ ଏ ହେଉଛନ୍ତି ଧ୍ୟାନକୁଦ ପୀଠର ପୀଠଦେଶ ଆଚାର୍ଯ୍ୟ ପ୍ରେମ ସାଗର ବାବା ଅର୍କ୍ଷିତ ଦାସ ମହାରାଜ । ତେବେ ବାବା ଗଣମାଧ୍ୟମ ସାମ୍ନାରେ ନିଜ ଜୀବନରେ ଅନେକ ଅନିଭୃତି ବିଷୟରେ କହିଛନ୍ତି । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ବାବା କହିଛନ୍ତି-‘ଏହି ପୀଠରେ ମୁଁ ଜଣେ ସେବକ ଭାବରେ ଯେତିକି ଦିନ ରହିଛି ଯେତିକି ଅନୁଭବ ଅନୁଭୃତି ଆସିଛି ସେଇଟା ବିରାଟ କଥା । ପ୍ରାଥମିକ ସ୍ତରରେ ମୁଁ ପ୍ରଭାବିତ ହୋଇଥିଲି ମୋ ବାପାଙ୍କ ଦ୍ଵାରା । 365 ଦିନ ଏହି ପୀଠକୁ ମୋ ବାପା ଆସନ୍ତି ତାଙ୍କ ଦ୍ଵାରା ପ୍ରଥମେ ମୁଁ ପ୍ରେରିତ ହୋଇଥିଲି । କାଳ କ୍ରମେ ଏଠି ବୋଧନ ସେବନ କରିବା ଗୋ ଚରେଇବା ଆଦି କାମ ଏ ପୀଠରେ ଶୋଇ ପଡିବା ଏବଂ ଏହି ପୀଠରେ ବିଭିନ୍ନ ମେଳା ମହାତ୍ସୋବରେ ସମ୍ପୃକ୍ତ ହେବା ପରେ ମୁଁ ଏ ପୀଠ ପ୍ରତି ଆକ୍ରୁଷ୍ଟ ହୋଇଛି ।

1985 ମସିହାରେ ଓଡିଶାରେ ବହୁତ ବଡ ବନ୍ୟା ଆସିଥିଲା । ମୁଁ ଆଗରୁ ପାରାଦୀପ ସମୁଦ୍ରରେ ଫିସିଙ୍ଗ କାମ କରୁଥିଲି । ସେତେବେଳେ ନଦୀ ବଢିବାରୁ ବହୁତ ଘର ସାମଗ୍ରୀ ଭାସି ଆସୁଥିଲା ଆଉ ଆମେ ମାନେ ଦଉଡି ପକାଇ ସେସବୁକୁ ଉଦ୍ଧାର କରୁଥିଲୁ । ସେ ସମୟରେ ମହାନଦୀ କାଠଯୋଡିରୁ ଅନେକ ଘର ଓ ପ୍ରାଣୀ ମାନେ ଭାସି ଭାସି ଏ ଜାଗାକୁ ଆସୁଥିଲା ।

ସେତେବେଳେ ଗୋଟେ ଗାଈ ନଦୀରେ ଭାସି ଭାସି ଆସୁଥିଲା । ଗାଈଟି ନିଜ ମୁଣ୍ଡ ହଲାଉ ଥିଲା ମୁଁ ତାକୁ ଦେଖୁଥିଲି ।ହେଲେ ଗାଈଟି ନଦୀରେ ଥିବା ବେଳେ ତାର ଶିଙ୍ଗରେ ଗୋଟେ ସାପ ଗୁଡେଇ ହେଇଯାଇଥିଲା । ମୁଁ ସେହି ସମୟରେ ମାଳିକା ଅଧୟନ କରିଥିଲି । ଗୋମାତା ସ୍ଵୟଂ ବ୍ରହ୍ମ ସ୍ୱରୂପ ବୋଲି ମୁଁ ଜାଣିଥିଲି । ଦଳେଇ ଘାଇରୁ ମୁଁ କେମିତି ଗୋମାତାକୁ ଉଦ୍ଧାର କରିବି ଚିନ୍ତା କରିଲି ।

ସେହି ସମୟରେ ମୁଁ ନଦୀକୁ ଡେଇଁଲି ଆଉ ଗାଈକୁ ଉଦ୍ଧାର କରିଲି ଅବଶ୍ୟ ତା ଶିଙ୍ଗରେ ସାପ ଥିଲା ହେଲେ ମୁଁ ଭୟ କରିନି । ମୁଁ ଭାବିଲି ମୋ ପ୍ରାଣ ଯିବ ଯଦି ଯାଉ ହେଲେ ଗାଈ ତ ଉଦ୍ଧାର ହେଇପାରିବ । ଗୋମତାର ଦଉଡିକୁ ଧରିଲୁ ଆଉ କୂଳରେ ପହଞ୍ଚି ମୁଁ ଗାଈକୁ ଉଦ୍ଧାର କରିଲି’ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *