ଫଁ-ଫଁ କରି ଗର୍ଜନ କରୁଛି ଓ ଫଣା ଟେକି ଗୋଡାଉଛି ବିଶାଳକାୟ ଅଜଗର (King Cobra), ଦେଖିଲେ ଆପଣଙ୍କ ନିଦ ହଜିଯିବ…ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ନାଗରାଜ, ଅହିରାଜ ବା କିଂ କୋବ୍ରା ଦୁନିଆର ସବୁଠୁ ଲମ୍ବା ବିଷଧର ସାପ ଅଟେ । ନାଗ ପ୍ରଜାତିର ଏହି ସାପ ତା ପାଟିରୁ ବିଷ ଉଦଗାର ଅକ୍ରିୟ ମଧ୍ୟ ଆକ୍ରମଣ କରିପାରେ । ଏହି ବିଷ ଏତେ ଭୟଙ୍କର ଯେ ମନୁଷ୍ୟ ଦେହରେ ପଡିଲେ ସ୍ନାଯୁକୁ ଅଚଳ କରି ଦେଇପାରେ । ଏହି ଅହିରାଜ ସାପ ପ୍ରାୟତଃ ଅନ୍ୟ ସାପଙ୍କୁ ହିଁ ନିଜ ଶିକାର ବନେଇ ଭୋଜନ କରେ । ଦିନ ସମୟରେ ହିଁ ଏହି ସାପ ଅଧିକ ସକ୍ରିୟ ରୁହନ୍ତି ।


ଅହିରାଜ ହିଁ ଏକମାତ୍ର ପ୍ରଜାତିର ସାପ ଯିଏ ନିଜ ରହିବା ପାଇଁ ବସା ତିଆରି କରେ ଓ ନିଜେ ଅଣ୍ଡାକୁ ସୁରକ୍ଷା ପ୍ରଦାନ କରନ୍ତି । ତେବେ ଏହି ଅହିରାଜ ସାପର ଜୀବନକାଳ ପ୍ରାୟ ୨୦ ବର୍ଷ ପର୍ଯ୍ୟନ୍ତ ହୋଇଥାଏ । ଏମାନେ ପାହାଡ ଓ ଗଛ ଚଢିବା ସହ ପାଣିରେ ଭଲ ପହଁରି ପାରନ୍ତି ମଧ୍ୟ । ଏହି ସାପର ବିଷ ଏତେ ଭୟଙ୍କର ଯେ ହାତୀର ଜୀବନ ମଧ୍ୟ ଚାଲିଯାଇ ପାରେ ।

ଅହିରାଜ ସାପ ମାସ ମାସ ଧରି ଭୋଜନ ନ କରି ମଧ୍ୟ ରହିପାରେ । ଅହିରାଜ ସାପ କାମୁଡିଲେ ଯଦି ତୁରନ୍ତ ଚିକିତ୍ସା ନ କରାଯାଏ ତେବେ ମାତ୍ର ୩୦ମିନିଟ ମଧ୍ୟରେ ବ୍ୟକ୍ତିଙ୍କ ଜୀବନ ଚାଲିଯାଇ ପାରେ। ତେବେ ଏହି ଅହିରାଜ ବା କିଙ୍ଗ କୋବ୍ରା ସାପକୁ ବାଲେଶ୍ଵର ସୋର ର ଓଉପଦ ଗ୍ରାମରୁ ଉପେନ୍ଦ୍ର ପାତ୍ରଙ୍କ ପିଣ୍ଢାରେ ଥିବା କାଠଗଦା ରୁ ୧୨ ଫୁଟ ର ଅହିରାଜ ଉଦ୍ଧାର କରାଯାଇ ଥିଲା ।

ପାହାଡିଆ ଅଞ୍ଚଳ ହୋଇଥିବାରୁ ସେହି ଇଲାକା ବନ୍ୟ ଜୀବଜନ୍ତୁଙ୍କ ବାସସ୍ଥଳୀ ଅଟେ । ଚାଷୀଙ୍କ ଘରେ ପଡି ରହିଥିବା କିଛି କାଠ ଗଦା ଭିତରେ ଆସି ପଶି ରହିଥିଲା ଅହିରାଜ ସାପ । ଗ୍ରାମ ବାସୀ ଏହା ଜାଣିବା ପରେ ସ୍ଥାନୀୟ ସାପଧରାଳିଙ୍କୁ ଖବର ଦେଇଥିଲେ । ଏତେ ଲମ୍ବା ଅହିରାଜ ସାପକୁ ଦେଖିବା ପାଇଁ ସେଠାରେ ସ୍ଥାନୀୟ ଲୋକେ ଖୁବ ଭିଡ ଜମାଇ ଥିଲେ ।

ତେବେ ବନ୍ୟ କର୍ମଚାରୀଙ୍କ ଉପସ୍ଥିତରେ ସାପଧରାଳି ଅତ୍ୟନ୍ତ କୌଶଳପୂର୍ଣ୍ଣ ଭାବେ ସାପକୁ ଧରି ବାହାରକୁ ଆଣିଥିଲେ ଓ ସଫଳତାର ସହ ଏକ ମୁଣା ଭିତରେ ପୁରାଇ ଜଙ୍ଗଲ ସ୍ଥାନରେ ଛାଡିବାକୁ ନେଇ ଯାଇଥିଲେ । ଆମ ଦେଶ ଭାରତରେ ବନ୍ୟଜନ୍ତୁ ସୁରକ୍ଷା ଆଇନ ୧୯୭୨ ଅନୁଯାୟୀ କୋବ୍ରା ସାପକୁ ମାରିବା ବେଆଇନ ଅଟେ । ଏପରି କରିବା ଦ୍ଵାରା ୬ ବର୍ଷର ଜେଲ ଦଣ୍ଡ ଓ ଜୋରିମାନା ଭୋଗିବାକୁ ପଡିପାରେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *