ଏଠି ତିନୋଟି ଟ୍ରାକରେ ଚାଲେ ଟ୍ରେନ ! କାହିଁକି ରହିଛି ଏଭଳି ବ୍ୟବସ୍ଥା ? ତିନୋଟି ଟ୍ରାକରେ କେମିତି ଚାଲେ ଟ୍ରେନ ?

ଭାରତରେ ଦୁଇଟି ଟ୍ରାକ ଦେଇ ଟ୍ରେନ ଚାଲିଥାଏ । ହେଲେ ଦୁନିଆରେ ଏମିତି କିଛି ଦେଶ ଅଛନ୍ତି ଯେଉଁଠି ତିନୋଟି ଟ୍ରାକରେ ଚାଲେ ଟ୍ରେନ । ତେବେ ଆସନ୍ତୁ ଜାଣିବା କେଉଁ ଦେଶରେ ଓ କେମିତି ଟ୍ରେନ ତିନୋଟି ଟ୍ରାକରେ ଚାଲେ ଟ୍ରେନ ଏବଂ ସେଠାରେ କାହିଁକି ଏଭଳି ବ୍ୟବସ୍ଥା ରହିଛି ।

ଅଧିକ ଜାଣିବା ପାଇଁ ଦେଖନ୍ତୁ ଭିଡିଓ-

ପ୍ରତ୍ଯେକ ରେଲୱେ ଟ୍ରାକ ଗେଜ୍ ଅନୁଯାୟୀ ନିର୍ମିତ । ଦୁଇଟି ଟ୍ରାକରେ ଚାଲୁଥିବା ଟ୍ରେନକୁ ବ୍ରଡ ଗେଜ୍ ବୋଲି କୁହାଯାଏ । ସେହିପରି ତିନୋଟି ଟ୍ରାକରେ ଚାଲୁଥିବା ଟ୍ରେନରେ ଡୁଆଲ ଗେଜ୍ ବ୍ୟବହୃତ ହୁଏ । ଆମ ପଡୋଶୀ ଦେଶ ବାଂଲାଦେଶରେ ତିନୋଟି ଟ୍ରାକରେ ଚାଲେ ଟ୍ରେନ ।

ଏଠାରେ ତିନି ପ୍ରକାରର ରେଳ ଟ୍ରାକ ରହିଛି । ସେଗୁଡିକ ହେଲା ମିଟର ଗେଜ୍, ବ୍ରଡ ଗେଜ୍ ଏବଂ ଡୁଆଲ ଗେଜ୍ । ସମୟ ସହିତ ସବୁକିଛି ବଦଳୁଥିବାରୁ ପୁରୁଣା ଟ୍ରାକକୁ ବଦଳ କରିବା ଆଉ ସମ୍ଭବ ହୋଇ ପାରି ନଥିଲା ।

କାରଣ ଏଥିପାଇଁ ଲୋକୋମୋଟିଭ କୋଚ୍ କୁ ପରିବର୍ତ୍ତନ କରିବାକୁ ପଡିଥାନ୍ତା, ଯାହା ରେଳବାଇ ଉପରେ ଅଧିକ ବୋଝ ପକାଇଥାନ୍ତା । ଏହାକୁ ଧ୍ୟାନରେ ରଖି ଡୁଆଲ ଗେଜ ଟ୍ରାକ ଆଉ ବଦଳା ଯାଇ ନଥିଲା ।

ମିଟର ଗେଜ୍ ଓ ବ୍ରଡ ଗେଜ୍ ସହିତ ଡିଜାଇନ ହୋଇଥାଏ ଡୁଆଲ ଗେଜ୍ । ଡୁଆଲ ଗେଜ୍ ଦେଇ ଟ୍ରେନ ସମାନ ଟ୍ରାକରେ ଚାଲିଥାଏ । ତେବେ କେବଳ ବାଂଲାଦେଶ ନୁହେଁ ବରଂ ଅନ୍ୟ କେତେକ ଦେଶରେ ମଧ୍ୟ ଆଜି ବି ଡୁଆଲ ଗେଜ୍ ରେ ଚାଲୁଅଛି ଟ୍ରେନ ।

Leave a Reply

Your email address will not be published. Required fields are marked *