ଏଥର ଗାଁ ରାସ୍ତାରେ ମଧ୍ୟ ଗଡିବ ବସ୍ , ଲକ୍ଷ୍ମୀ ବସରେ ଗଲେ କେତେ ଦେବାକୁ ପଡିବ ଭଡା ! Laxmi Bus

ଏବେ ସହର ଭଳି ଗାଁ ରେ ରେ ଗଡିବ ବସ୍ ! ହଁ ଆଜ୍ଞା ଏବେ ଗାଁ ଗାଁ ରୁ ଲୋକ ମାନଙ୍କର ଯାତାୟାତ ସୁବିଧା ପାଇଁ ବସ ଗଡିବାର ବ୍ୟବସ୍ଥା କରିଛନ୍ତି । ରାଜ୍ୟ ସରକାରଙ୍କର ଏହି ଲକ୍ଷ୍ମୀ ବସ ଯୋଜନା ଅନୁଯାଇ ଗତ କାଲି ଠାରୁ ଏହାର ଶୁଭ ଉଦ୍ଘାଟନ କରାଯାଇଛି । ଏଥିସହ ବସ ମଧ୍ୟ ଗାଁ ରାସ୍ତାରେ ନୂଆ କରି ଗଡିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସମସ୍ତ ଲକ୍ଷ୍ମୀ ବସ୍ ଗୁଡିକର ଶୁଭ ଉଦ୍ଘାଟନ କରିଛନ୍ତି । ଏବେ ଆଉ ଯାତାୟାତ ପାଇଁ ଲୋକମାନେ ନାହିଁ ନଥିବା ଅସୁବିଧାକୁ ଭୋଗ କରିବେ ନାହିଁ ।

ତେବେ ଚାଲନ୍ତୁ ଲକ୍ଷ୍ମୀ ବସରେ ଯିବା ଆସିବା କରିବା ପାଇଁ ଭଡା କେତେ ଧାର୍ଯ୍ୟ କରାଯାଇଛି ? ତାହା ଉପରେ ଆଲୋଚନା କରିନେବା । ତେବେ ଏହି ଲକ୍ଷ୍ମୀ ବସ ଯୋଜନାରେ ଯାତ୍ରୀ ମାନଙ୍କୁ କିଲୋମିଟର ପିଛା ଟଙ୍କା ଦେବାକୁ ସ୍ତିର କରାଯାଇଛି । ଅର୍ଥାତ ଯେଉଁ ଯାତ୍ରୀ ଯେତେ କିଲୋମିଟର ବସରେ ଯାତ୍ରା କରିବ । ସେହି ଅନୁସାରେ ବସ କନ୍ଡେକ୍ଟର ଯାତ୍ରୀଙ୍କ ଠାରୁ ଭଡା ଆଦାୟ କରିବ । ନନ୍ ଏସି ବସ୍ ରେ ୧୦ କିମି ଯାତ୍ରା କରିବା ପାଇଁ ଯାତ୍ରୀଙ୍କୁ 5 ଟଙ୍କାର ମୂଲ୍ୟ ଦେବାକୁ ପଡିବ ।

11 ରୁ 20 କିଲୋମିଟର ଯାତ୍ରା କରିବା ପାଇଁ 10 ଟଙ୍କା ଦେବାକୁ ପଡିବ । 21 ରୁ 40 ପାଇଁ 15 ଟଙ୍କା  41 ରୁ 60 କିଲୋମିଟର ପାଇଁ 25 ଟଙ୍କା ଓ 61 ରୁ 80 କିମି ଯାତ୍ରା କରିବା ପାଇଁ 30 ଟଙ୍କା ଯାତ୍ରୀ ମାନଙ୍କୁ ଦେବାକୁ ପଡିବ । ସେହିଭଳି ଜିଲ୍ଲା ସ୍ତରୀୟ ଯୋଗାଯୋଗ କ୍ଷେତ୍ରରେ 10 କିମି ଯାତ୍ରା ପାଇଁ 10 ଟଙ୍କା 11 ରୁ 20 କିମି ଯାତ୍ରା ପାଇଁ 20 ଟଙ୍କା 21 ରୁ 40 କିମି ପାଇଁ 40 ଟଙ୍କା ଯାତ୍ରା ମାନଙ୍କର ଭଡା ବାବଦକୁ ଧାର୍ଯ୍ୟ କରାଯାଇଛି ।

ସେହିଭଳି 41 ରୁ 60 କିମି ପାଇଁ 60 ଟଙ୍କା ଓ 61 ରୁ 80 କିମି ପାଇଁ 80 ଟଙ୍କା ଦେବାକୁ ପଡିବ । ଏହା ଛଡା ମହିଳା, ଛାତ୍ରଛାତ୍ରୀ ଓ ଦିବ୍ୟାଙ୍ଗ ମାନଙ୍କ ପାଇଁ ଏହି ଭଡା ବାବଦକୁ ରିହାତି ମଧ୍ୟ ରହିଛି । ଲୋକ ମାନଙ୍କର ଯାତାୟାତର ସୁବିଧାକୁ ଦ୍ରୁଷ୍ଟିରେ ରଖି ଏହି ବ୍ୟବସ୍ଥା କରାଯାଇଛି । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *