ଏଠାରେ ବଢିଲା ଝିଅଙ୍କୁ ଲାଗୁଛି ଭୁତ ! ଯାହା ଭୟରେ ଗାଁ ସାରା ଖେଳିଯାଇଛି ଭୁତର ଆତଙ୍କ…

ଗାଁରେ ଖେଳି ଯାଇଛି କୋକୁଆ ଭୟ ! ଗାଁ ର ବଢିଲା ଝିଅକୁ ଲାଗିଯାଉଛି ଭୁତ ! ହଁ ଆଜ୍ଞା ଆମେ ଆପଣଙ୍କୁ କିଛି ମନ ଗଢା କାହାଣୀ କହୁନୁ । ଖୋର୍ଦ୍ଧା ଜିଲା ସଦର ଥାନା କାଇପୋପଦର ପଂଚାୟତ ଦଧିନମାଛ ଗାଡିଆରେ ଦେଖିବାକୁ ମିଳିଛି । ସ୍କୁଲ, କଲେଜରେ ପଢୁଥିବା ପଢୁଆ ପିଲା ମାନଙ୍କ ଶରୀରରେ କୁଆଡେ ଭୁତ ଗ୍ରାସ କରୁଛି । ଯାହାକୁ ଦେଖିଗାଁ ଲୋକଙ୍କ ମନରେ କେଉଁ ଗୋଟିଏ ଅଜଣା ଭୁତକୁ ନେଇ ଭୟ ଘାରୀ ରହୁଛି ।

ରାତି ହେଲା ମାତ୍ରେ ଘରୁ କେହି ମଧ୍ୟ ମହିଳା କି ପୁରୁଷ ବାହାରକୁ ବାହାରିକି ଯାଉ ନାହାନ୍ତି । ତେବେ ଗାଁ ଲୋକଙ୍କ କହିବା ଅନୁଯାଇ ଜଣେ କି ୨ ଜଣ ନୁହେଁ । ବଂର ଏହିଭଳି କେତେ ଛାତ୍ରଛାତ୍ରୀଙ୍କୁ ଭୁତ ଲାଗୁଛି । ଯେପରି ତାଙ୍କ ଗାଁରେ କେହି ଭୁତ ଗ୍ରାସିବାର କାମ କରି ପିଲା ମାନଙ୍କୁ ଏହିଭଳି ହଇରାଣ କରୁଛି ବୋଲି ଚର୍ଚା ହେବାରେ ଲାଗିଛି । ଏମିତିକି ଗତ କାଲୀ ସେହି ଗାଁରେଜଣେ ଦଶମ ପଢୁଆ ଛାତ୍ର ରାତି ଅଧରେ ମଶାଣୀରେ ବସି ରହିଥିଲା ।

ଯାହାକୁ ଦେଖି ଗାଁ ଲୋକେ ଉଦ୍ଧାର କରିକି ଆଣି ଘରେ ଛାଡିଲେ । ହେଲେ କିଏ ଓ କାହିଁକି ଏଭଳି ଗାଁରେ ଭୁତପ୍ରେତ ଭୟ ଲୋକଙ୍କ ମନରେ ସୃଷ୍ଟି କରୁଛି  ? ତା’ ର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଠ ହୋଇ ରହିଛି । ହେଲେ ସେହି ଗାଁର ଅନେକ ଛାତ୍ରଛାତ୍ରୀଙ୍କ ଶରୀରରେ କୌଣସି ଏକ ନକରାତ୍ମକ ଶକ୍ତି ପ୍ରବେଶ କରୁଛି ବୋଲି ସବୁଆଡେ ଚର୍ଚା ଲାଗି ରହିଛି । ଯାହା ଦ୍ଵାରା ପିଲା ମାନଙ୍କ ସହ ତାଙ୍କର ପରିବାର ସଦସ୍ୟ ମଧ୍ୟ ଭୟଭୀତ ହୋଇପଡୁଛନ୍ତି ।

ଯଦି ଏମିତି କିଛି ଦିନ ଲାଗି ରହିବ । ତାହେଲେ ବାଧ୍ୟ ହୋଇ ଗାଁ ଲୋକେ ଘର ଦ୍ଵାରା ଛାଡି ଚାଲିଯିବେ ବୋଲି ମଧ୍ୟ ଗାଁ ଲୋକେ କହିବାକୁ ଲାଗିଲେଣି । ହେଲେ କେବେ ଏହି ଭୁତ କାହାଣୀ ପଛର ରହସ୍ୟ ଉନ୍ମୋଚନ ହେବ ।

ତାହା କାହାକୁ ଜଣାନାହିଁ । ହେଲେ ବହୁ ଶୀଘ୍ର ଏହି ସବୁ ସମସ୍ଯାର ସମାଧାନ ହୋଇଯିବାକୁ ଗାଁ ଲୋକେ ଚାହୁଁଛନ୍ତି । ତେବେ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *